ସାଧାରଣତଃ କ୍ୟାନସରର ୪ଟି ଷ୍ଟେଜ୍ ରହିଥାଏ। ଚତୁର୍ଥ ତଥା ଶେଷ ଷ୍ଟେଜକୁ ହାଇଗ୍ରେଡ କ୍ୟାନସର ବା ମେଟାସ୍ଟେସାଇଜ୍ଡ କୁହାଯାଏ। ଏହି ଷ୍ଟେଜ ସବୁଠୁ ମାରାତ୍ମକ ହୋଇଥାଏ। ଏହି ଷ୍ଟେଜରେ କ୍ୟାନସର ଜୀବାଣୁ ମୁଣ୍ଡ, ପାକସ୍ଥଳୀ, ମୁତ୍ରାଶୟ ଓ ଶେଷରେ ମସ୍ତିଷ୍କକୁ ଆକ୍ରମଣ କରେ ଫଳରେ ରୋଗୀ ବଞ୍ଚିବାର ସମ୍ଭାବନା କମ୍ ରହିଥାଏ।
କ୍ୟାନସରର ୪ଟି ଷ୍ଟେଜ୍
ପ୍ରଥମ ଷ୍ଟେଜ୍– ଶରୀରର କୌଣସି ଏକ ସ୍ଥାନରେ କ୍ୟାନସରର ଛୋଟ ଟ୍ୟୁମର ହୋଇଥାଏ
ଦ୍ଵିତୀୟ ଷ୍ଟେଜ୍– ଟ୍ୟୁମର ଧୀରେ ଧୀରେ ବଢ଼ିବାକୁ ଲାଗେ
ତୃତୀୟ ଷ୍ଟେଜ୍– ଶରୀରର ଅନ୍ୟାନ୍ୟ ଜାଗାକୁ ବ୍ୟାପେ
ଚତୁର୍ଥ ଷ୍ଟେଜ୍– ଏହି ଷ୍ଟେଜ୍ରେ କ୍ୟାନସର ଜୀବାଣୁ ଶରୀରକୁ ଜୋରରେ ବ୍ୟାପିଥାଏ। ଏହାକୁ ମେଟାସ୍ଟେସାଇଜ୍ଡ କୁହାଯାଏ।
କ୍ୟାନସରର ଲକ୍ଷଣ
- ତ୍ଵଚାରେ ପରିବର୍ତ୍ତନ ଆସିବା ସହ ଅସହନୀୟ ଯନ୍ତ୍ରଣା
- ପେଟ ବିନ୍ଧିବା
- ବିନା କାରଣରେ ରାତିରେ ଶରୀରରୁ ଝାଳ ବୋହିବା
- ଶରୀରର ବିଭିନ୍ନ ଅଙ୍ଗରୁ ରକ୍ତସ୍ରାବ ହେବା
- ଖାଦ୍ୟ ଗିଳିବା ସମୟରେ କଷ୍ଟ ଅନୁଭବ କରିବା
- ପରିସ୍ରାରେ ରକ୍ତ ପଡ଼ିବା
- ପରିସ୍ରା ସମୟରେ ଅଧିକ ଯନ୍ତ୍ରଣା ହେବା
- କଫରେ ରକ୍ତ ପଡ଼ିବା
- ବିନା ପରିଶ୍ରମରେ ହାଲିଆ ଲାଗିବା
- ଭୋକ କମିଯିବା
- ଖାଇବା ସମୟରେ ବା ଖାଇବା ପରେ କଷ୍ଟ ହେବ
- ରାତିରେ ହଠାତ୍ ଝାଳ ବାହାରିବା
- ଖାସିବା ସମୟରେ ରକ୍ତ ପଡ଼ିବା
- ବିନା ପରିଶ୍ରମରେ ହାଲିଆ ହୋଇଯିବା
- ଓଜନ କମିଯିବା