ଅଧିକାଂଶ ଲୋକ ଖାଦ୍ୟ ସହିତ ବିଭିନ୍ନ ପ୍ରକାର ଆଚାର ଖାଇବାକୁ ପସନ୍ଦ କରନ୍ତି। ପ୍ରକୃତରେ କିନ୍ତୁ ଏହା ସ୍ୱାସ୍ଥ୍ୟ ପକ୍ଷେ ହିତକାରୀ ନୁହେଁ। ଅଧିକ ଆଚାର ଖାଇଲେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ହୋଇଥାଏ।

-ଆଚାରରେ ତେଲର ମାତ୍ରା ଅଧିକ ଥାଏ। ସେଥିରେ ବ୍ୟବହାର କରାଯାଇଥିବା ମସଲା ବି ପ୍ରାୟ ସମୟରେ ଭଜା ହୋଇନଥାଏ। ତେଣୁ କୋଲେଷ୍ଟେରୋଲ ଏବଂ ଅନ୍ୟ ସମସ୍ୟା ହୋଇପାରେ।

-ଅଧିକ ଆଚାର ଖାଇଲେ ପେଟରେ ଅମ୍ଳର ପରିମାଣ ବଢ଼ିଯାଏ। ସେଥିଯୋଗୁ ଏସିଡିଟି, ଗ୍ୟାସ, ଆମ୍ବିଳା ହାକୁଟି ଇତ୍ୟାଦି ସମସ୍ୟା ଦେଖାଯାଏ।

-ଆଚାରରେ ଲୁଣର ମାତ୍ରା ଅଧିକ ଥାଏ। ତେଣୁ ଉଚ୍ଚରକ୍ତଚାପ ରୋଗୀ ଏହାକୁ ବିଲକୁଲ ଖାଇବା ଉଚିତ ନୁହେଁ। ଏହା କିଡ୍‌ନି ରୋଗର କାରଣ ସାଜିପାରେ।

-ବଜାରରେ ମିଳୁଥିବା ଆଚାରରେ ମସଲା ବ୍ୟତୀତ  ସିର୍‌କାକୁ ଖୁବ୍ ଅଧିକ ମାତ୍ରାରେ ବ୍ୟବହାର କରାଯାଏ। ତେଣୁ ତାକୁ ନିୟମିତ ଖାଇଲେ ପେଟରେ ଅଲ୍‌ସର ହୋଇପାରେ।

-ଆଚାରକୁ ଅଧିକ ଦିନ ଯାଏ ରଖିବା ଲାଗି ସେଥିରେ ପ୍ରିଜରଭେଟିଭ୍ ବ୍ୟବହୃତ ହୁଏ। ଏହା ଶରୀର ପାଇଁ ହାନିକାରକ। ଏସିଡିଟି, ଶରୀର ଫୁଲିଯିବା ଆଦିର ଏହା କାରଣ ସାଜିଥାଏ।