coronavirus, virus, mask

ବର୍ତ୍ତମାନ କରୋନା ଭଳି ଏକ ମହାମାରୀ ରୋଗ ଭୟଙ୍କର ଭାବରେ ବ୍ୟାପିବାରେ ଲାଗିଛି। କିନ୍ତୁ ଏଥିପ୍ରତି ଆମେ ଭୟଭୀତ ନ ହୋଇ ସେଥିପ୍ରତି ମୁକାବିଲା କରିବା ଦରକାର ଓ ଆମେ ସମସ୍ତେ ଏଥିପ୍ରତି ସଚେତନ ହେବା ଉଚିତ୍। ଯାହା ଫଳରେ ଆମେ ଏହି ରୋଗରୁ ମୁକ୍ତି ପାଇପାରିବା। ଏଥିପାଇଁ କେତେକ ଘରୋଇ ଟିପ୍‌ସ୍‌:

1) ଅତି ଆବଶ୍ୟକ କିମ୍ବା ଜରୁରୀକାଳୀନ ପରିସ୍ଥିତିରେ ହିଁ ବାହାରକୁ ବାହାରିବା।

2) ମାସ୍କ ବ୍ୟବହାର କରିବା

3) ହାତକୁ ବାରମ୍ବାର ସାବୁନ୍ ବା ହ୍ୟାଣ୍ଡୱାସରେ  ୨୦ ସେକେଣ୍ଡ ପର୍ଯ୍ୟନ୍ତ ଘଷି ଘଷି ଧୋଇବା।

4) ଉଷୁମ ପାଣି ପିଇବା ଓ ସାନିଟାଇଜର୍ ବ୍ୟବହାର କରିବା।

5) ପରସ୍ପରଠାରୁ ସାମାଜିକ ଦୂରତ୍ୱ ବଜାୟ ରଖିବା।

6) ସୁଷମ ଖାଦ୍ୟ ଖାଇବା।

7) ବିଶେଷକରି ଛୋଟପିଲା ଓ ବୟସ୍କ ଲୋକମାନଙ୍କୁ ଅଧିକ ସଚେତନ ହେବାକୁ ପଡ଼ିବ।

8) ଭିଟାମିନ୍ ‘ସି’ ଯୁକ୍ତ ଖାଦ୍ୟ ଖାଇବା। ଯେମିତିକି ଲେମ୍ବୁ, କମଳା, ମୌସୁମୀ, ଅଁଳା ଆଦି ପ୍ରଚୁର ପରିମାଣରେ ଖାଇବା।

9) ଯୋଗ ଆଉ ପ୍ରାଣାୟାମ କରିବା।

10) ଏହି ସମୟରେ ପିଲାମାନଙ୍କ ମାନସିକ ସ୍ୱାସ୍ଥ୍ୟର ଯତ୍ନ ନେବା।

ଏହିସବୁ ନିୟମ ପାଳନ କରିବା ଦ୍ୱାରା ଆମେ କିଛି ପରିମାଣରେ ଏହି ରୋଗରୁ ମୁକ୍ତି ପାଇପାରିବା।