ଅଧିକ ପଢ଼ନ୍ତୁ: ଜ୍ୱର ପରେ ହାଲିଆ ଲାଗିଲେ କ’ଣ କରିବେ?
ଶରୀରର ତାପମାତ୍ରା ଅତ୍ୟଧିକ କମିଯିବାକୁ ହାଇପୋଥର୍ମିଆ କୁହାଯାଏ।
ଆମ ଶରୀରର ସାଧାରଣ ତାପମାତ୍ରା ହେଉଛି ୩୭ ଡିଗ୍ରୀ। ତେବେ ଶୀତଦିନେ ଥଣ୍ଡା ପଡ଼ିବା ଯୋଗୁଁ ଶରୀର ଅଧିକ ତାପମାତ୍ରା ଆବଶ୍ୟକ କରିଥାଏ। ଏଥିପାଇଁ ସମୟ ସମୟରେ ଆମ ଶରୀରର ତାପମାତ୍ରା କମିଯାଏ। ଯେତେବେଳେ ଶରୀରର ତାପମାତ୍ରା ୩୫ ଡିଗ୍ରୀରୁ ସେଲସିୟସ୍ (୯୫ ଡିଗ୍ରୀ ଫାରେନାଇଟ୍) କମିଯାଏ ସେତେବେଳେ ଏହି ସ୍ଥିତିକୁ ହାଇପୋଥର୍ମିଆ ବୋଲି କୁହାଯାଏ। ଏହା ଏକ ଜରୁରୀକାଳୀନ ଅବସ୍ଥା। ଏହାର ତୁରନ୍ତ ମୁକାବିଲା କରାନଗଲେ ପରିସ୍ଥିତି ଗୁରୁତର ହୋଇଥାଏ। ଶାରୀରିକ ଭାବେ ଦୁର୍ବଳ ଲୋକ, ମାନସିକ ରୋଗୀ, ବୁଢ଼ା ଲୋକମାନେ ତଥା ଶିଶୁମାନେ ଏହାଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ଅଧିକ ରହିଥାଏ।
ହାଇପୋଥର୍ମିଆର ପ୍ରକାର (Types of hypothermia in Odia)
ହାଲୁକା ହାଇପୋଥର୍ମିଆ (୩୨-୩୫ ଡିଗ୍ରୀ ସେଲସିୟସ୍)
ମଧ୍ୟମ ହାଇପୋଥର୍ମିଆ (୨୮-୩୨ ଡିଗ୍ରୀ ସେଲସିୟସ୍)
ଅଧିକ ହାଇପୋଥର୍ମିଆ (୨୮ ଡିଗ୍ରୀ ସେଲ୍ସିୟସ୍ରୁ ତଳକୁ)
ହାଇପୋଥର୍ମିଆର ଲକ୍ଷଣ (Symptoms of hypothermia in Odia)
ହାଇପୋଥର୍ମିଆର ପ୍ରାଥମିକ ଲକ୍ଷଣ ହେଉଛି:
ଥକ୍କାପଣ
ଜୋର ଜୋର ନିଶ୍ୱାସ ନେବା
ତ୍ୱଚା ଥଣ୍ଡା ପଡ଼ିଯିବା
ପାଟି ଖନି ମାରିବା
ହାଇପୋଥର୍ମିଆ ବଢ଼ିଗଲେ ଏହାର ଲକ୍ଷଣଗୁଡ଼ିକ ହେଲା:
କମ୍ପ ଆସିବା
ଅଚେତ ହୋଇଯିବା
ଶରୀର ଥଣ୍ଡା ପଡ଼ିଯିବା
ଅତ୍ୟଧିକ ଦୁର୍ବଳ ଲାଗିବା
ଶ୍ୱାସକ୍ରିୟାରେ ସମସ୍ୟା
ଅଧିକ ପଢ଼ନ୍ତୁ: ଟାଇଫଏଡ୍ ଜ୍ୱରର ଲକ୍ଷଣ କ’ଣ?
ହାଇପୋଥର୍ମିଆର କାରଣ (Causes of hypothermia in Odia)
ଅତ୍ୟଧିକ ମଦ୍ୟପାନ କିମ୍ବା ନିଶା ସେବନ କରିବା ହାଇପୋଥର୍ମିଆର କାରଣ। ଏହାଛଡ଼ା କେତେକ ଔଷଧ ଖାଇବା ଦ୍ୱାରା ଶରୀର ଥଣ୍ଡା ପଡ଼ିଯାଏ। ଏହାଛଡ଼ା କିଛି ରୋଗ ହେବା ଦ୍ୱାରା ଶରୀରର ତାପମାତ୍ରା କମିଯାଏ, ଯେପରିକି ହାଇପୋଥାଇରଏଡିଜମ୍, ମଧୁମେହ, ଡିହାଇଡ୍ରେସନ୍।
ଚିକିତ୍ସା
ବ୍ୟକ୍ତିଙ୍କୁ ଉଷୁମ ରଖିବା ପାଇଁ ଚେଷ୍ଟା କରନ୍ତୁ। ଯଦି ଛୋଟ ପିଲା, ତେବେ ତାକୁ ଆପଣଙ୍କ ଦେହରେ ଜାକି ଧରନ୍ତୁ। ବ୍ୟକ୍ତିଙ୍କ ପାଦ ଓ ହାତକୁ ଘଷନ୍ତୁ।
ମିଠା ଜିନିଷ ଖାଇବାକୁ ଦିଅନ୍ତୁ ଯଥା – ଚିନି, ମିଶ୍ରି, ମହୁ, ମିଠା ପାଚିଲା ଫଳ ବା ଫଳରସ। ଯଦି ମିଠା ଜିନିଷ କିଛି ନାହିଁ ତେବେ ଭାତ, ରୁଟି, କଦଳୀ, ଆଳୁ ଖାଇବାକୁ ଦିଅନ୍ତୁ। ଯଦି ଏହା କଲାପରେ ବି କିଛି ସୁଫଳ ନ ମିଳେ, ତେବେ ଡାକ୍ତରଙ୍କ ପାଖକୁ ତୁରନ୍ତ ନିଅନ୍ତୁ।
କ’ଣ କରିବେ?
ଏଭଳି ଲକ୍ଷଣ ଦେଖାଗଲେ ତୁରନ୍ତ ରୋଗୀକୁ ଡାକ୍ତରଖାନାରେ ଭର୍ତ୍ତି କରାନ୍ତୁ।
-ଅଧିକ ବୟସର ଲୋକ ତଥା ଶିଶୁମାନଙ୍କୁ ବିଳମ୍ବିତ ସମୟ ଯାଏ ଘର ବାହାରକୁ ଛାଡ଼ନ୍ତୁ ନାହିଁ। କୋହଲା ପବନ ହେଲେ କିମ୍ବା କୁହୁଡ଼ି ହେଉଥିଲେ ଘରର ଝରକା କବାଟ ବନ୍ଦ କରି ରଖନ୍ତୁ।
-ରୋଗୀକୁ ତୁରନ୍ତ ଶୁଖିଲା କପଡ଼ା ପିନ୍ଧିବାକୁ ଦିଅନ୍ତୁ। ଆବଶ୍ୟକ ହେଲେ ଘରେ ରୁମ୍ ହିଟର ବି ଲଗାଇପାରିବେ।
-ଗୋଟିଏ ମୋଟା ଜ୍ୟାକେଟ ବଦଳରେ ଅନେକ ଗୁଡ଼ିଏ ପତଳା ସୂତାର ପୋଷାକ ପିନ୍ଧାନ୍ତୁ। ଏହାଦ୍ୱାରା ଶରୀରର ଉଷ୍ମତା ବାହାରକୁ ଯାଇପାରେନାହିଁ। ତେଣୁ ରୋଗୀ ଜଣକ ଉଷୁମ ଅନୁଭବ କରିଥାନ୍ତି।
-ଗରମ ପାନୀୟ ଯେପରିକି ସୁପ୍, ଚା’ ତୁରନ୍ତ ପିଆନ୍ତୁ। ଏସବୁର ସୁବିଧା ନଥିଲେ ଗରମ ପାଣି ପିଆଇ ପାରିବେ।
-ମଦ୍ୟପାନ କରିବାରୁ ରୋଗୀଙ୍କୁ ଅଟକାନ୍ତୁ। କାରଣ ଏହାଦ୍ୱାରା ତାଙ୍କ ମଧ୍ୟରେ ଥଣ୍ଡା ଲାଗିବାର ଅନୁଭବ ରହେନାହିଁ। ଫଳରେ ସେ ଗରମ ଚିକିତ୍ସା ନେବାକୁ ରାଜି ହୁଅନ୍ତି ନାହିଁ। ଯାହାକି ହାଇପୋଥର୍ମିଆର କାରଣ ପାଲଟେ।
-ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ କରିବା ଲାଗି ଗୁଡ଼, ମହୁ, ଅଦା, ହଳଦୀ, ତୁଳସୀ, କେଶର ଇତ୍ୟାଦି ନିୟମିତ ଭାବେ ଖାଇବାକୁ ଦିଅନ୍ତୁ।
-ଭିଟାମିନ ସି’ ଯୁକ୍ତ ଖାଦ୍ୟ ମଧ୍ୟ ତାଙ୍କ ପାଇଁ ଉପକାରୀ।
ଅଧିକ ପଢ଼ନ୍ତୁ: ଭାଇରଲ ଫିଭରରୁ ମୁକ୍ତି ଦେବ ଘରୋଇ ଉପଚାର