ପରିବର୍ତ୍ତିତ ଜୀବନଶୈଳୀ, କାର୍ଯ୍ୟବ୍ୟସ୍ତତା ଓ ମାନସିକ ଚାପ ଯୋଗୁଁ ଲୋକେ ଠିକ୍ ଭାବରେ ଶୋଇପାରୁ ନାହାନ୍ତି। ରାତିରେ ଶୋଇଲେ ବି ନିଦ ଠିକ୍ ଭାବରେ ହେଉନାହିଁ। ଏଭଳି କ୍ଷେତ୍ରରେ ଏହିସବୁ ଟିପ୍ସ ଆପଣାନ୍ତୁ।
–ଶୋଇବାର ସମୟ ସ୍ଥିର କରନ୍ତୁ। ବିଳମ୍ବିତ ରାତିରେ ଶୋଇଲେ ନିଦ ଭଲ ଭାବେ ହୋଇ ନଥାଏ। ତେଣୁ ଶୀଘ୍ର ଶୋଇବାକୁ ଚେଷ୍ଟା କରନ୍ତୁା
–ଗବେଷକମାନଙ୍କ କହିବା ଅନୁସାରେ ରାତିରେ ଭଲ ନିଦ ହେଉ ନ ଥିଲେ ସକାଳୁ ଉଠି ହାଲକା ବ୍ୟାୟାମ କରନ୍ତୁା ସକାଳୁ ୩୦ ମିନିଟ୍ ଚାଲନ୍ତୁା ଏହାଦ୍ୱାରା ଆପଣ ଥକାପଣ ଅନୁଭବ କରିବେ ଏବଂ ନିଦ ଠିକ୍ ଭାବରେ ହେବା ସହ ରାତିରେ ନିଦ ହେବା
–ବେଡ୍ରୁମ୍ରେ ଟିଭି, ମୋବାଇଲ୍ ଭଳି କୌଣସି ପ୍ରକାର ଗ୍ୟାଜେଟ୍ ରଖନ୍ତୁ ନାହିଁ। କାରଣ ତାହା ଭଲ ନିଦ ହେବାରେ ବ୍ୟାଘାତ ସୃଷ୍ଟି କରିଥାଏ।
-ଶୋଇବା ବେଳେ ନିଜ ବେଡରୁମ୍ ପରିଷ୍କାର ରଖନ୍ତୁା ଫିକା ରଙ୍ଗର ବେଡସିଟ୍ ବ୍ୟବହାର କରନ୍ତୁା ଏହାଦ୍ୱାରା ନିଦ ଠିକ୍ ହୋଇଥାଏା
-ଶୋଇବାର୨ ଘଣ୍ଟା ପୂର୍ବରୁ ରାତି ଭୋଜନ କରନ୍ତୁ।
-ନିଦ ହେବା ପାଇଁ ଶୋଇବା ବେଳେ ଆଖିକୁ ବାରମ୍ବାର ମିଟ୍ ମିଟ୍ କରନ୍ତୁା ଏହାଦ୍ୱାରା ଆଖି ଥକି ଯାଏା ଏବଂ ନିଦ ହୋଇଥାଏା