ଅନେକ ହୃଦ ସମସ୍ୟା ମଧ୍ୟରୁ ଏଞ୍ଜିନା ଅନ୍ୟତମ। ପ୍ରଥମରୁ ଏହାର ଚିକିତ୍ସା ନ କରାଗଲେ ହାର୍ଟ ଆର୍ଟାକ ହେବାର ଆଶଙ୍କା ରହିଛି।
ଅଧିକ ପଢ଼ନ୍ତୁ: ଜାଣନ୍ତୁ, ମାଇଲ୍ଡ ହାର୍ଟ ଆର୍ଟାକର ଲକ୍ଷଣ ଏବଂ ଏହାର ଚିକିତ୍ସା
ଏଞ୍ଜିନା ହେଉଛି ଏକ ପ୍ରକାର ହୃଦ ସମସ୍ୟା। ଅମ୍ଳଜାନଯୁକ୍ତ ରକ୍ତ ସଠିକ ଭାବେ ହୃତପିଣ୍ଡରେ ନ ପହଞ୍ଚି ପାରିଲେ ଏପରି ସମସ୍ୟା ଦେଖାଦେଇଥାଏ। ଏହା ଯୋଗୁଁ ହୃତପିଣ୍ଡ ଉପରେ ଚାପ ପଡ଼ିବା ଭଳି ଅନୁଭବ ହେବା ସଙ୍ଗେ ସଙ୍ଗେ ସଙ୍କୁଚିତ ଏବଂ ପ୍ରସାରଣ ହେବାରେ ଅସୁବିଧା ହୋଇଥାଏ। ଛାତି ଯନ୍ତ୍ରଣା ହେବା ସହ କାନ୍ଧ, ବେକ ଏବଂ ପିଠି ମଧ୍ୟ ଯନ୍ତ୍ରଣା ହୋଇଥାଏ। ବଦ ହଜମି ହେଲେ ଯେଉଁଭଳି ଅନୁଭବ ହୋଇଥାଏ ଠିକ ସେଭଳି କଷ୍ଟ ଏଞ୍ଜିନାରେ ମଧ୍ୟ ହୋଇଥାଏ।
ଏହା ଏକ ରୋଗ ନୁହେଁ। ହୃଦ ଜନିତ ସମସ୍ୟାର ଏହା ଏକ ଲକ୍ଷଣ। ଶରୀରରେ ଅନେକ ପ୍ରକାରର ଏଞ୍ଜିନା ଦେଖାଯାଇଥାଏ।
ଷ୍ଟାବଲ ଏଞ୍ଜିନା
ଅନଷ୍ଟାବଲ ଏଞ୍ଜିନା
ଭାରିଏଣ୍ଟ ଏଞ୍ଜିନା
ମାଇକୋଭାସକୁଲାର ଏଞ୍ଜିନା
ଅଧିକ ପଢ଼ନ୍ତୁ: କାହିଁକି କରାଯାଏ ଇସିଜି?
ଏଞ୍ଜିନାର କାରଣ
ଅନାବଶ୍ୟକ କୋଲେଷ୍ଟ୍ରୋଲ
ଧୂମ୍ରପାନ
ଉଚ୍ଚ ରକ୍ତଚାପ
ଡାଏବେଟିସ
ମେଦ ବହୁଳତା
ମେଟାବଲିକ ସିଣ୍ଡ୍ରୋମ
ଅସ୍ୱାସ୍ଥ୍ୟକର ଖାଦ୍ୟପେୟ
ବଂଶାନୁକ୍ରମିକ
ବୟସ ବୃଦ୍ଧି
ଅଧିକ ପଢ଼ନ୍ତୁ: ଜାଣନ୍ତୁ, ସିପିଆର କ’ଣ ଏବଂ ଏହାର ଆବଶ୍ୟକତା
ଏଞ୍ଜିନାର ଚିକିତ୍ସା
ଛାତିରେ ଯନ୍ତ୍ରଣା ହେଉଥିଲେ, ଗୋଡ଼ ହାତ ଫୁଲିଯାଉଥିଲେ କିମ୍ବା ଚାପ ପଡ଼ିବା ପରି ଅନୁଭବ ହେଉଥିଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଲକ୍ଷଣ ବାବଦରେ ଜାଣିବା ପରେ ଡାକ୍ତର ବିଭିନ୍ନ ପରୀକ୍ଷା କରିଥାନ୍ତି।
ଇସିଜି ବା ଏକେଜି
ଷ୍ଟ୍ରେସ ଟେଷ୍ଟିଙ୍ଗ
ରକ୍ତ ପରୀକ୍ଷା
ଏକ୍ସ ରେ
କୋରୋନାରୀ ଏନଞ୍ଜିଓଗ୍ରାଫି
ଟୋମଗ୍ରାଫି
ପ୍ରତିକାର
ହୃତପିଣ୍ଡ ସୁସ୍ଥ ରଖିବା ଭଳି ଖାଦ୍ୟ ଖାଆନ୍ତୁ।
ଜୀବନଶୈଳୀରେ ପରିବର୍ତ୍ତନ ଆଣନ୍ତୁ।
ଧୂମ୍ରପାନ କରନ୍ତୁ ନାହିଁ।
ଠିକ ମେଡିସିନ ଖାଆନ୍ତୁ।