ଋତୁସ୍ରାବ ସମୟରେ ଏହି ୭ଟି କଥା ଆପଣଙ୍କୁ ସଂକ୍ରମଣରୁ ମୁକ୍ତ ରଖିବାରେ ସାହାଯ୍ୟ କରିଥାଏ।

ଅଧିକ ପଢ଼ନ୍ତୁ: ଜାଣନ୍ତୁ, ଋତୁସ୍ରାବର ଅନିୟମିତତା ହେବାର କାରଣ

ନିଜର ସାନିଟାରୀ ପ୍ୟାଡ ବାଛନ୍ତୁ

ଋତୁସ୍ରାବ ସମୟରେ ମହିଳାମାନେ ସାନିଟାରୀ ନ୍ୟାପକିନ, ଟାମ୍ପସନ, ପ୍ୟାଡ ବ୍ୟବହାର କରିଥାନ୍ତି। ଋତୁସ୍ରାବ ଜନିତ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସଠିକ ଜିନିଷ ବ୍ୟବହାର କରିବା ଆବଶ୍ୟକ।

ନିୟମିତ ପ୍ୟାଡ ବଦଳାନ୍ତୁ

ଋତୁସ୍ରାବ ସମୟରେ ହେଉଥିବା ରକ୍ତପାତ ଯୋଗୁଁ ସଂକ୍ରମଣ ହେବାର ଆଶଙ୍କା ଥାଏ। ତେଣୁ ଅଧିକ ସମୟ ପର୍ଯ୍ୟନ୍ତ କୌଣସି ସାନିଟାରୀ ପ୍ୟାଡ ପିନ୍ଧିବା ଉଚିତ ନୁହେଁ। ପ୍ରତି ୬ ଘଣ୍ଟାକୁ ଥରେ ନିଜର ପ୍ୟାଡ ବଦଳାନ୍ତୁ। ଯଦି ଟାମ୍ପନ ବ୍ୟବହାର କରୁଛନ୍ତି ତେବେ ପ୍ରତି ୨ଘଣ୍ଟାକୁ ଥରେ ଏହାକୁ ବଦଳାଇ ଦିଅନ୍ତୁ। ଆପଣଙ୍କର ଅଧିକ ରକ୍ତସ୍ରାବ ନ ହେଉଥିଲେ ମଧ୍ୟ ପ୍ୟାଡ ବଦଳାଇ ଦିଅନ୍ତୁ।

ଅଧିକ ପଢ଼ନ୍ତୁ: ମହିଳାମାନଙ୍କ ଓଭାରିଆନ ସିଷ୍ଟ କ’ଣ?

ନିଜକୁ ପରିଷ୍କାର ରଖନ୍ତୁ

ଋତୁସ୍ରାବ ସମୟରେ ନିଜକୁ ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ। ନୂଆ ପ୍ୟାଡ ବଦଳାଇବା ଆଗରୁ ନିଜର ଅଙ୍ଗ ଭଲ ଭାବରେ ସଫା କରନ୍ତୁ। ଯଦି ବି କୌଣସି କାରଣରୁ ସଫା କରିପାରିନାହାନ୍ତି ତେବେ ଟିସୁ ପେପରରେ ସଫା କରିପାରିବେ।

ସାବୁନ କିମ୍ବା ଅନ୍ୟାନ୍ୟ ଜିନିଷ ବ୍ୟବହାର କରନ୍ତୁ ନାହିଁ

ଋତୁସ୍ରାବ ସମୟରେ ଭୁଲରେ ମଧ୍ୟ ସାବୁନ ବ୍ୟବହାର କରନ୍ତୁ ନାହିଁ। ଏହା ଦ୍ଵାରା ସଂକ୍ରମଣ ହେବାର ଆଶଙ୍କା ଅଧିକ ଥାଏ। ସାବୁନ ବ୍ୟବହାର ଫଳରେ ଭଲ ବ୍ୟାକ୍ଟେରିଆ ମରିଯାଆନ୍ତି। ଆପଣ ବାହାର ଅଙ୍ଗରେ ସାବୁନ ବ୍ୟବହାର କରିପାରିବେ।

ଅଧିକ ପଢ଼ନ୍ତୁ: ଜାଣନ୍ତୁ, ମହିଳାମାନଙ୍କ ଋତୁସ୍ରାବର ପ୍ରକାର ଭେଦ ବାବଦରେ

ସାନିଟାରୀ ପ୍ୟାଡକୁ ସଠିକ ଜାଗାରେ ଫିଙ୍ଗନ୍ତୁ

ଆପଣ ସାନିଟାରୀ ନ୍ୟାପିକିନ ବ୍ୟବହାର କରିବା ପରେ ଠିକ ଜାଗାରେ ଫିଙ୍ଗନ୍ତୁ। କାରଣ ଏଥିରୁ ମଧ୍ୟ ସଂକ୍ରମଣ ହେବାର ଆଶଙ୍କା ରହିଛି। ପାଇଖାନ ଭିତରେ ସାନିଟାରୀ ପ୍ୟାଡ ପକାନ୍ତୁ ନାହିଁ।

ଓଦା ପ୍ୟାଡକୁ ଅଧିକ ସମୟ ପିନ୍ଧନ୍ତୁ ନାହିଁ

ଅନେକ ସମୟରେ ରକ୍ତସ୍ରାବ ହେତୁ ପ୍ୟାଡ ଓଦା ହୋଇଯାଇଥାଏ। ତେଣୁ ଅଧିକ ସମୟ ଏହି ପ୍ୟାଡ ପିନ୍ଧି ରହନ୍ତୁ ନାହିଁ। ଅଧିକାଂଶ ପ୍ୟାଡ ରାସେସ ଭଳି ହୋଇଯାଇଥାଏ। ଯାହାକି ଆରାମ ଦାୟକ ଏବଂ ଉପଯୁକ୍ତ ହୋଇନଥାଏ।

ସବୁଦିନ ଭଲ ଭାବେ ଗାଧାନ୍ତୁ

ଋତୁସ୍ରାବ ସମୟରେ ଭଲ ଭାବେ ଗାଧାନ୍ତୁ। ଗାଧୋଇବା ଦ୍ଵାରା କେବଳ ଶରୀରର ନୁହେଁ ଆପଣଙ୍କ ଗୁପ୍ତାଙ୍ଗ ମଧ୍ୟ ଭଲ ଭାବେ ସଫା ହୋଇଥାଏ।