ସୁସ୍ଥ ହୃଦୟ ସୁସ୍ଥ ଶରୀର ପ୍ରାମାଣ ଦେଇଥାଏ। ତେବେ ଜାଣନ୍ତୁ ହୃଦୟକୁ ସୁରକ୍ଷିତ ରଖିବା ଆଵଶ୍ୟକ।
ଅଧିକ ପଢ଼ନ୍ତୁ: ଜାଣନ୍ତୁ, ମାଇଲ୍ଡ ହାର୍ଟ ଆର୍ଟାକର ଲକ୍ଷଣ ଏବଂ ଏହାର ଚିକିତ୍ସା
ହାର୍ଟ ଆର୍ଟାକ ବା ହୃଦରୋଗ ଏକ ଗୁରୁତର ସମସ୍ୟା। ଏହା ଅଧିକାଂଶ ଲୋକମାନଙ୍କ ମଧ୍ୟରେ ଦେଖିବାକୁ ମିଳୁଛି। ହାର୍ଟ ଆର୍ଟାକ ସୂଚାଇ ଥାଏ ହୃଦୟ ଦୁର୍ବଳ ହେବା ବାବଦରେ। ତେଣୁ ଆପଣଙ୍କୁ ଏନେଇ ସାବଧାନରେ ରହିବା ଆବଶ୍ୟକ।
ଭୋଜନ କରିବା ସମୟରେ ଅଧିକ ତୈଳଯୁକ୍ତ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ। ଜଙ୍କ ଫୁଡ ଖାଆନ୍ତୁ ନାହିଁ। କାରଣ ଏଥିରେ ଅଧିକ ତୈଳାଂଶ ଥାଏ। ଅଧିକ ତେଲ ହୃଦୟ ପାଇଁ ବହୁତ କ୍ଷତିକାରକ। ତେଣୁ ଏଭଳି ଖାଦ୍ୟଠାରୁ ଦୂରେଇ ରହିବା ଉଚିତ।
ନିଜ ଓଜନ ଯେପରି ବୃଦ୍ଧି ନ ହୁଏ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ। ମେଦ ବହୁଳତା ହୃଦୟ ରୋଗର ପ୍ରମୁଖ କାରଣ। ମୋଟା ବ୍ୟକ୍ତିଙ୍କୁ ହାର୍ଟ ଆର୍ଟାକ ହବାର ଆଶଙ୍କା ଅଧିକ ଥାଏ। ଅଧିକ ଓଜନ ହେବା ଯୋଗୁଁ ହୃଦୟକୁ ଅଧିକ ରକ୍ତ ଓ ଅଧିକ ପମ୍ପିଂ କରିବାକୁ ପଡ଼ିଥାଏ। ଯେଉଁଥି ପାଇଁ ହୃଦୟ ଉପରେ ଅଧିକ ଚାପ ପଡ଼ିଥାଏ।
ଉଚିତ ଓ ସନ୍ତୁଳନ ଖାଦ୍ୟ ସେବନ କରିବା ହୃଦୟ ପାଇଁ ଭଲ। ପୁଷ୍ଟିକର ଜାତୀୟ ଖାଦ୍ୟ ଆପଣଙ୍କ ହାର୍ଟକୁ ସୁସ୍ଥ ରଖିଥାଏ।
ଅଧିକ ପଢ଼ନ୍ତୁ: ଜାଣନ୍ତୁ, ହାର୍ଟ ଆର୍ଟାକ ଏବଂ ବାଇପାସ ହାର୍ଟ ସର୍ଜରି ବାବଦରେ
ମଳ ମୂତ୍ରକୁ ଅଧିକ ସମୟ ଅଟକାଇ ରଖନ୍ତୁ ନାହିଁ। ଅଧିକ ସମୟ ଏସବୁ ଚାପି ରହିଲେ ହୃଦୟ ଉପରେ ଖରାପ ପ୍ରଭାବ ପଡ଼ିଥାଏ ଓ ସଂକ୍ରମଣର କାରଣ ମଧ୍ୟ ହୋଇଥାଏ। ତେଣୁ ପରିସ୍ରା ଲାଗିବା କ୍ଷଣି ତୁରନ୍ତ ପରିସ୍ରା କରିବା ଉଚିତ।
ଚିନ୍ତାଗ୍ରସ୍ତ ରହିବା ଆଦୌ ଭଲ ନୁହଁ। କାରଣ ଏହା ହୃଦୟ ପାଇଁ କ୍ଷତିକାରକ ହୋଇଥାଏ। ଅତ୍ୟଧିକ ଚିନ୍ତାଗ୍ରସ୍ତ କରିବା ବା ଗଭୀର ଚିନ୍ତା ଯୋଗୁଁ ତେବେ ହୃଦୟର କାର୍ଯ୍ୟ କରିବାର ଗତି ଧୀର ହୋଇଯାଏ ଓ ରକ୍ତର ସଞ୍ଚାଳନ ହେବା ମଧ୍ୟ ସଠିକ ଭାବେ ହୋଇପାରେ ନାହିଁ। ତେଣୁ ଅତ୍ୟଧିକ ଚିନ୍ତା କରିବା ଉଚିତ ନୁହେଁ।
ନିଜର ରକ୍ତଚାପ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ। ଏହା ଦ୍ୱାରା ଆପଣଙ୍କ ହୃଦୟ ଉପରେ ଅଧିକ ଚାପ ପଡ଼ି ନଥାଏ। ଉଚ୍ଚ ରକ୍ତଚାପ ଥିଲେ ହାର୍ଟ ଆର୍ଟାକ ହେବାର ଆଶଙ୍କା ବଢ଼ିଯାଏ।
ଯେତେ ସମ୍ଭବ ନିଶା ସେବନଠାରୁ ଦୂରରେ ରହନ୍ତୁ। ନିଶାଦ୍ରବ୍ୟ ଖାଇବା ଫଳରେ ହାର୍ଟ ପାଖକୁ ସଠିକ ଭାବେ ରକ୍ତ ପହଁଚି ପାରେ ନାହିଁ। ଫଳରେ ଅନେକ ହୃଦ ଜନିତ ସମସ୍ୟା ଦେଖାଦେଇଥାଏ।
ଅଧିକ ପଢ଼ନ୍ତୁ: ହାର୍ଟ ଆଟାକର ମୁଖ୍ୟ କାରଣ ଓ ଲକ୍ଷଣ ବିଷୟରେ ଜାଣନ୍ତୁ