ସୁନ୍ଦର ହେବା ନିଶାରେ ମୁହଁରେ ବ୍ୟବହାର କରୁଥିବା ପ୍ରଡକ୍ଟ ଏବଂ ଘରୋଇ ଉପଚାର ଉପରେ ଧ୍ୟାନ ଦେବା ଆବଶ୍ୟକ।
ଅଧିକ ପଢ଼ନ୍ତୁ: ଏହି ଉପଚାର ରଖିବ ଓଠକୁ କୋମଳ ଏବଂ ଗୋଲାପୀ
ବର୍ତ୍ତମାନ ସମୟରେ ସମସ୍ତେ ନିଜ ଚେହେରା ସୁନ୍ଦର କରିବା ପାଇଁ ଇଛା କରିଥାନ୍ତି। ନିଜକୁ ସୁନ୍ଦର ରଖିବା ପାଇଁ ବହୁତ ପ୍ରକାର ବ୍ୟୁଟି ପ୍ରଡ଼କ୍ଟ ଏବଂ ଘରୋଇ ଉପଚାର ବ୍ୟବହାର କରିଥାନ୍ତି।କିନ୍ତୁ ଏହା ଫଳରେ ଚେହେରାରେ ପିମ୍ପଲ୍ସ, ରାସେସ ଭଳି ସମସ୍ଯା ଦେଖିବାକୁ ମିଳିଥାଏ। ତେବେ ଏମିତି ୪ଟି ଜିନିଷ ଜିନିଷ ମୁହଁରେ ବ୍ୟବହାର ଭୁଲରେ ବି କରିବା ଉଚିତ ନୁହେଁ।
ବଡି ଲୋସନ
ବଡି ଲୋସନ ଚେହେରାରେ ଲଗାଇବା ଉଚିତ ନୁହେଁ। କାରଣ ଅନ୍ୟ ସ୍କିନ ତୁଳନାରେ ମୁହଁର ସ୍କିନ ବହୁତ ସଫ୍ଟ ହୋଇଥାଏ। ଯାହା ଦ୍ଵାରା କୌଣସି ବଡି ଲୋସନ ମୁହଁରେ ବହୁତ ଶୀଘ୍ର ପ୍ରତିକ୍ରିୟା କରିଥାଏ ଓ ଏହା ଦ୍ଵାରା ଆପଣଙ୍କ ସ୍କିନ ଖରାପ ହୋଇଥାଏ।
ଭିନେଗାର
ଭିନେଗାର ସିଧାସଳଖ କେବେ ବି ମୁହଁରେ ଲଗାନ୍ତୁ ନାହିଁ। ଏହା ଦ୍ଵାରା ଆପଣଙ୍କ ତ୍ୱଚାର ସୌନ୍ଦର୍ଯ୍ୟ ନଷ୍ଟ ହୋଇଥାଏ। ଭିନେଗାରରେ ଏସିଡିଟି ଗୁଣ ଥିବାରୁ ମୁହଁରେ ଲାଲି ଦାଗ ହୋଇଥାଏ। ଏହାକୁ ବ୍ୟବହାର କରିବା ଦ୍ଵାରା ଆପଣଙ୍କ ମୁହଁରେ ରାସେସ ପଡ଼ିଥାଏ।
ଅଧିକ ପଢ଼ନ୍ତୁ: କସ୍ମେଟିକ୍ ସର୍ଜରୀ କାହିଁକି ଦରକାର?
ଲେମ୍ବୁ
ଅଧିକାଂଶ ମହିଳାମାନେ ଲେମ୍ବୁ ସିଧାସଳଖ ମୁହଁରେ ଲଗାଇଥାନ୍ତି। କିନ୍ତୁ ଏପରି କରିବା ଭୁଲ। ଏହା ପ୍ରାକୃତିକ ଏଜେଣ୍ଟ ଭଳି କାମ କରିଥାଏ। କିନ୍ତୁ ସୂର୍ଯ୍ୟ କିରଣ ସଂସ୍ପର୍ଶରେ ଆସିଲେ ମୁହଁ କଳା ଦେଖାଯାଇଥାଏ। ଅତ୍ୟଧିକ ଲେମ୍ବୁ ଲଗାଇବା ଫଳରେ ମୁହଁ କୁଣ୍ଡାଇ ହୋଇଥାଏ। ଆପଣ ଲେମ୍ବୁ ସହ ଗୋଲାପ ଜଳ ମିଶାଇ ଲଗାଇ ପାରିବେ।
ଗରମ ପାଣି
କେବେ ବି ଭୁଲରେ ଗରମ ପାଣି ମୁହଁରେ ବ୍ୟବହାର କରିବା ଉଚିତ ନୁହେଁ। ଗରମ ପାଣି ତ୍ୱଚାରୁ ନ୍ୟାଚୁରାଲ ମଶ୍ଚରାଇଜର ନଷ୍ଟ କରିଦେଇଥାଏ। ତେବେ ଥଣ୍ଡା ପାଣି ଚେହେରା ପାଇଁ ବହୁତ ଲାଭକାରୀ ହୋଇଥାଏ।
ଅଧିକ ପଢ଼ନ୍ତୁ: ଆପଣଙ୍କ କେଶ ଅଧିକ ଝଡ଼ୁଛି କି? ଜାଣନ୍ତୁ, ଡାକ୍ତରଙ୍କ ପରାମର୍ଶ