ଅଧିକ ପଢ଼ନ୍ତୁ: କିଡ୍ନିରେ ଷ୍ଟୋନ୍ ହୁଏ କାହିଁକି? ଜାଣନ୍ତୁ ଡାକ୍ତର କ’ଣ କହୁଛନ୍ତି
ଅତ୍ୟଧିକ ୟୁରିକ୍ ଏସିଡ୍ – କିଡ୍ନି ଷ୍ଟୋନ, ଆର୍ଥାଇଟିସ୍, ଆଣ୍ଠୁଗଣ୍ଠି ସମସ୍ୟା ଏବଂ ହୃଦରୋଗର କାରଣ ହୋଇଥାଏ।
ରକ୍ତରେ ଅତ୍ୟଧିକ ୟୁରିକ ଏସିଡ୍ ବଢ଼ିବାକୁ ହାଇପରଉରିସେମିଆ (Hyperuricemia) କୁହାଯାଏ। ଶରୀରରେ ୟୁରିକ୍ ଏସିଡ୍ ସ୍ତର ବଢ଼ିଗଲେ ବିଭିନ୍ନ ସମସ୍ୟା ହୋଇଥାଏ, ଯେପରିକି ଗାଉଟ୍, କିଡ୍ନି ଜନିତ ସମସ୍ୟା, ହୃଦରୋଗ।
ରକ୍ତରେ ଥିବା ବର୍ଜ୍ୟ ବସ୍ତୁକୁ ଛାଣି ଶରୀରରୁ ନିଷ୍କାସନ କରିବା ହେଉଛି କିଡ୍ନିର ମୁଖ୍ୟ କାମ। କୌଣସି କାରଣ ଯୋଗୁଁ କିଡ୍ନି ରକ୍ତରେ ଥିବା ବର୍ଜ୍ୟବସ୍ତୁକୁ ଛାଣି ନ ପାରିଲେ ୟୁରିଆ ୟୁରିକ ଏସିଡ୍ରେ ପରିବର୍ତ୍ତନ ହୋଇଯାଏ। ଫଳରେ ରକ୍ତରେ ୟୁରିକ୍ ଏସିଡ୍ ସ୍ତର ବଢ଼ିଯାଏ, ଯାହାକି ପରବର୍ତ୍ତୀ ସମୟରେ କ୍ରିଷ୍ଟାଲ ସଦୃଶ ହାଡ଼ରେ ଯାଇ ଜମା ହୋଇଯାଏ। ଏହାଯୋଗୁଁ ଗାଉଟ୍ ସମସ୍ୟା ସୃଷ୍ଟି ହୁଏ।
ୟୁରିକ୍ ଏସିଡ୍ ବଢ଼ିଗଲେ ଶରୀରର ମାଂସପେଶୀ ଦରଜ ହୁଏ। ପରମୁହୂର୍ତ୍ତରେ ଗାଉଟ୍, ଆଣ୍ଠୁଗଣ୍ଠି ସମସ୍ୟା କିମ୍ବା ଆର୍ଥାଇଟିସ୍ ଭଳି ସମସ୍ୟା ସୃଷ୍ଟି ହୁଏ।
ୟୁରିକ୍ ଏସିଡ୍ ବଢ଼ିବାର ଲକ୍ଷଣ (High uric acid symptoms in Odia)
କେତେକ କ୍ଷେତ୍ରରେ ରକ୍ତରେ ୟୁରିକ୍ ଏସିଡ୍ ବଢ଼ିଗଲେ କୌଣସି ଲକ୍ଷଣ ଜଣାପଡ଼ି ନଥାଏ। ହେଲେ କିଛି ଲକ୍ଷଣରୁ ଆପଣ ଜାଣିପାରିବେ ଯେ ୟୁରିକ୍ ଏସିଡ୍ ବଢ଼ିଛି କି ନାହିଁ। ଯେପରିକି:
ଗଣ୍ଠି ବ୍ୟଥା ହେବା, ବସିବା ଉଠିବା ବେଳେ ଅସୁବିଧା ହେବା।
ଆଙ୍ଗୁଠି ଫୁଲିବା ଭଳି ଲାଗିବା।
ୟୁରିକ୍ ଏସିଡ୍ ସ୍ତର ବଢ଼ିଲେ କିଡ୍ନି ଷ୍ଟୋନ୍ ହୋଇପାରେ। ଫଳରେ ପରିସ୍ରା କରିବା ବେଳେ କଷ୍ଟ ଅନୁଭବ ହୁଏ।
ଅଧିକ ପଢ଼ନ୍ତୁ: ଶରୀରରେ ପ୍ରୋଟିନ୍ ବଢ଼ିବା ହୋଇପାରେ ଗୋଇଠି ଦରଜର କାରଣ
ରକ୍ତରେ ୟୁରିକ୍ ଏସିଡ୍ ବଢ଼େ କାହିଁକି? (Causes of High uric acid level in Odia)
ବଂଶଗତ।
ଶରୀରରେ ଆଇରନ୍ର ମାତ୍ରା ଅଧିକ ହେଲେ।
ଯେତେବେଳେ ଆମେ ଖାଦ୍ୟରେ ବହୁତ ଅଧିକ ପ୍ରୋଟିନ୍ ଗ୍ରହଣ କରୁ ଏବଂ କୌଣସି କାରଣରୁ ଲିଭର ସେହି ପ୍ରୋଟିନ୍କୁ ହଜମ କରିପାରେ ନାହିଁ ସେତେବେଳେ ଶରୀରରେ ୟୁରିକ୍ ଏସିଡ୍ର ସ୍ତର ବଢ଼ିଯାଇଥାଏ।
ଉଚ୍ଚ ରକ୍ତଚାପ।
ହାଇପର ଥାଇରଏଡ୍ କିମ୍ବା ହାଇପୋଥାଇରଏଡ୍।
ମୋଟାପଣ।
ଅସ୍ୱାସ୍ଥ୍ୟକର ଖାଦ୍ୟର ସେବନ।
ମଦ୍ୟପାନ।
କୀଟନାଶକ ସମ୍ପର୍କରେ ଆସିବା।
ସାଧାରଣତଃ ଡାଏବେଟିସ୍ ରୋଗୀମାନଙ୍କର ୟୁରିକ୍ ଏସିଡ୍ ବଢ଼ିବାର ଆଶଙ୍କ ଅଧିକ। କାରଣ ଡାଏବେଟିସ୍ ଔଷଧରେ ୟୁରିକ୍ ଏସିଡ୍ ବଢ଼ିପାରେ।
ଉଚ୍ଚ ରକ୍ତଚାପ ଲାଗି ଔଷଧ କିମ୍ବା କ୍ୟାନ୍ସର ରୋଗୀ ଖାଉଥିବା ଔଷଧ ଯୋଗୁଁ ମଧ୍ୟ ରକ୍ତରେ ୟୁରିକ୍ ଏସିଡ୍ ବଢ଼ିପାରେ।
ରକ୍ତରେ ଗ୍ଲୁକୋଜ ସ୍ତର ଅଧିକ ହେଲେ।
ଅତ୍ୟଧିକ ଶାରୀରିକ କାର୍ଯ୍ୟ କରିବା।
ରକ୍ତ ଓ ପରିସ୍ରା ପରୀକ୍ଷା କରି ୟୁରିକ୍ ଏସିଡ୍ ସ୍ତର ଜଣାପଡ଼ିଥାଏ।
ଅଧିକ ପଢ଼ନ୍ତୁ: ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ ରୋଗ କ’ଣ? ଜାଣନ୍ତୁ ଏହାର ଲକ୍ଷଣ ଓ ଚିକିତ୍ସା
ନିରାକରଣ
ପ୍ରଚୁର ପରିମାଣର ପାଣି ପିଅନ୍ତୁ। ପାଣି ପିଇବା ଦ୍ୱାରା ଗାଉଟ୍ ହେବାର ୪୦ ପ୍ରତିଶତ ଆଶଙ୍କା କମିଯିବ।
ମୃଦୁପାନୀୟ, ଜାମ୍, ଚକୋଲେଟ୍, ଆଇସ୍କ୍ରିମ୍, ସୋଡ଼ା, ମିଠା ଦହି ଏବଂ ଜଙ୍କଫୁଡ୍ ଖାଇବା କମ୍ କରନ୍ତୁ।
ମଦ୍ୟପାନ ଯେତେ ସମ୍ଭବ କମ୍ କରନ୍ତୁ।
କମ୍ ଚର୍ବିଯୁକ୍ତ ଖାଦ୍ୟ ଖାଆନ୍ତୁ।
ମଟନ୍ କିମ୍ବା ଅନ୍ୟ ପ୍ରୋଟିନ୍ଯୁକ୍ତ ଖାଦ୍ୟ କମ୍ ଖାଆନ୍ତୁ।
ଭିଟାମିନ୍ ସି ଯୁକ୍ତ ଫଳ ଖାଆନ୍ତୁ। ସବୁଜ ପନିପରିବା ଖାଦ୍ୟରେ ସାମିଲ କରନ୍ତୁ।
ଓଜନ ନିୟନ୍ତ୍ରଣ ରଖନ୍ତୁ। ପ୍ରତିଦିନ ୩୦ ମିନିଟ୍ ବ୍ୟାୟାମ କରନ୍ତୁ।