ଡାଏବେଟିସ ରୋଗୀଙ୍କର ଦୀର୍ଘ ଦିନ ପର୍ଯ୍ୟନ୍ତ ଘା’ କିମ୍ବା କ୍ଷତ ଶୁଖେ ନାହିଁ। ତେଣୁ ସେମାନେ ବିଶେଷ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ।
ଅଧିକ ପଢ଼ନ୍ତୁ: ଜାଣନ୍ତୁ, ଡାଏବେଟିସ ରୋଗୀଙ୍କ ପାଇଁ ଇନସୁଲିନ ନା ଔଷଧ ଭଲ?
ଆପଣମାନେ ଦେଖିଥିବେ ସାଧାରଣ ବ୍ୟକ୍ତିଙ୍କ ଅପେକ୍ଷା ଡାଏବେଟିସ ରୋଗୀଙ୍କ ଘା’ ଜଲଦି ଶୁଖିନଥାଏ। ଏପରି କାହିଁକି ହୋଇଥାଏ? ଅଧିକ ଦିନ ପର୍ଯ୍ୟନ୍ତ କୌଣସି ଘା’ ନଶୁଖିବା ଏବଂ ପରବର୍ତ୍ତୀ ସମୟରେ ଏହା ଗୁରୁତର ଅବସ୍ଥାରେ ପରିଣତ ହେବା ପଛରେ ଇନସୁଲିନ ହିଁ ଦାୟୀ।
ହାତ କଟିଯିବା, ପଡ଼ିଯାଇ ଗୋଡ଼ ଛିଡ଼ିଯିବା, ପୋଡ଼ି ଯିବା ଏସବୁ ସାଧାରଣ କଥା। କିନ୍ତୁ ଜଣେ ଡାଏବେଟିସ ରୋଗୀ ପାଇଁ ଏହା ଆଦୌ ସାଧାରଣ ନୁହେଁ। ଏହା ଭବିଷ୍ୟତରେ ସେମାନଙ୍କ ପାଇଁ ବିପଦ ସୃଷ୍ଟି କରିଥାଏ।
ଡାଏବେଟିସ ରୋଗୀମାନଙ୍କର ଘା’ କିମ୍ବା ଖଣ୍ଡିଆ ହୋଇଗଲେ ଶୀଘ୍ର ଶୁଖିନଥାଏ। ଅଧିକାଂଶ କ୍ଷେତ୍ରରେ ଅଧିକ ଦିନ ପର୍ଯ୍ୟନ୍ତ ଏପରି ରହିବା ଯୋଗୁଁ ଟିସୁ ଏବଂ ହାଡ଼କୁ ସଂକ୍ରମଣ କରିଥାଏ। ଯାହା ଫଳରେ ଏହି ସଂକ୍ରମଣ ପ୍ରତିରୋଧ କରିବା ପାଇଁ ରୋଗୀର କୌଣସି ଅଙ୍ଗକୁ କଟିବାକୁ ପଡ଼ିଥାଏ।
ଘା’ ନ ଶୁଖିବାର କାରଣ
ଡାଏବେଟିସ ରୋଗୀଙ୍କ ଶରୀରରେ ଇନସୁଲିନ ଅଭାଵ ଦେଖାଦେଇଥାଏ। ଫଳରେ କୌଣସି ଘା’ ଭଲ ହେବାରେ ଅଧିକ ସମୟ ଲାଗେ। ଇନସୁଲିନ ବ୍ଲଡ ଷ୍ଟ୍ରିମରୁ ଶକ୍ତି ଆଣି ନୂଆ କୋଷ ତିଆରି କରିଥାଏ। ମାତ୍ର ଡାଏବେଟିସ ରୋଗୀଙ୍କ କ୍ଷେତ୍ରରେ ଏହାର ଅଭାଵ ଥିବାରୁ ନୂଆ କୋଷ ତିଆରି ହେବାକୁ ବିଳମ୍ବ ହୋଇଥାଏ।
ଡାଏବେଟିସ ରୋଗୀଙ୍କ ଇନସୁଲିନ ଶରୀରରେ ବ୍ଲଡ ଗ୍ଲୁକୋଜ ସ୍ତର ସଠିକ ନିୟନ୍ତ୍ରଣ କରିପାରେ ନାହିଁ। ଯାହା ଫଳରେ ଘା’ ଶୁଖିନଥାଏ।
ଅଧିକ ପଢ଼ନ୍ତୁ: ଡାଏବେଟିସ ରୋଗୀ ଜାଣି ରଖନ୍ତୁ କେତୋଟି ଗୁରୁତ୍ୱପୂର୍ଣ୍ଣ କଥା
ଡାଏବେଟିସ ରୋଗୀଙ୍କ ଶରୀରରେ ବ୍ଲଡ ଗ୍ଲୁକୋଜ ଲେବଲ ବୃଦ୍ଧି ହୋଇଗଲେ ଶ୍ଵେତ ରକ୍ତ କଣିକା ସଠିକ ଭାବେ କାମ କରିପାରେ ନାହିଁ। ଏହି ରକ୍ତ କଣିକା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ମାତ୍ର ଏଥିରେ କୌଣସି ବ୍ୟତିକ୍ରମ ଦେଖାଗଲେ ଶରୀରରେ ବ୍ୟାକ୍ଟେରିଆ ସଂକ୍ରମଣ ବୃଦ୍ଧି ହୋଇଥାଏ ଏବଂ ଘା’ ଭଲ ହୋଇନଥାଏ।
ଡାଏବେଟିସ ରୋଗୀମାନଙ୍କ ରକ୍ତ ସଠିକ ଭାବେ ସଞ୍ଚାଳନ ହୋଇପାରେ ନାହିଁ। ଯେଉଁଥିପାଇଁ ଘା’ ଶୁଖିବାକୁ ଆବଶ୍ୟକୀୟ ପୋଷକ ମିଳିନଥାଏ। ତେଣୁ କ୍ଷତ ଶୁଖିବାର ବିଳମ୍ବ ହୋଇଥାଏ।
ଡାଏବେଟିସ ରୋଗୀମାନଙ୍କର ଶିରା ଜନିତ ସମସ୍ୟା ଦେଖାଦେଇଥାଏ। ଅନିୟନ୍ତ୍ରିତ ବ୍ଲଡ ଗ୍ଲୁକୋଜ ନର୍ଭରେ କ୍ଷତି ପହଞ୍ଚାଏ। ଯାହା ଫଳରେ କ୍ଷତ ଜଲଦି ଭଲ ହୋଇ ପାରେ ନାହିଁ।
ପ୍ରତିକାର
ସବୁଦିନେ ଭଲ ଭାବରେ ପାଦ ଧୁଅନ୍ତୁ।
ମଶ୍ଚରାଇଜର ଲଗାଇବା ପୂର୍ବରୁ ପାଦ ପଛନ୍ତୁ।
ଖାଲି ପାଦରେ ଚାଲନ୍ତୁ ନାହିଁ।
ଯତ୍ନ ସହକାରେ ନଖ କାଟନ୍ତୁ।
ଅଧିକ ପଢ଼ନ୍ତୁ: ଡାଏବେଟିସ ରୋଗୀ କିପରି କରିବେ ଉଚ୍ଚ ରକ୍ତଚାପ ସମସ୍ୟାର ଚିକିତ୍ସା?
ଆରାମ ଦାୟକ ଜୋତା ପିନ୍ଧନ୍ତୁ।
ପ୍ରତିଦିନ ନିଜ ପାଦ ଏବଂ ଜୋତା ପ୍ରତି ଧ୍ୟାନ ଦିଅନ୍ତୁ।
ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
ସଠିକ ଖାଦ୍ୟପେୟ ଜାରି ରଖନ୍ତୁ।
ଶାରୀରିକ ବ୍ୟାୟାମ କରନ୍ତୁ।