Shallow focus photo of woman in white and black stripe shirt

ସୁସ୍ଥ ଦାନ୍ତ ପାଇଁ ଦାନ୍ତର ସଠିକ ଯତ୍ନ ନେବା ଜରୁରୀ।

ଦାନ୍ତ ମାଢ଼ି ଏବଂ ଏହାର ଶିରାପ୍ରଶିରାରେ କିଛି ସମସ୍ୟା ହେଲେ ଦାନ୍ତରେ ବ୍ୟଥା ହୋଇଥାଏ। ସାଧାରଣତଃ ଦାନ୍ତରେ ଖାଦ୍ୟ ଜମା ହୋଇ ଦାନ୍ତରେ ବ୍ୟାକ୍ଟେରିଆ ହୋଇ ଦାନ୍ତ ପୀଡ଼ା ହୋଇଥାଏ। ଦାନ୍ତ ପୋକ ଖାଇବା କାରଣରୁ ଦାନ୍ତର ମାଢ଼ି ଉପରେ ଏହାର ପ୍ରଭାବ ପଡ଼େ। ଫଳରେ ଦାନ୍ତ ବିନ୍ଧା ହୋଇଥାଏ। କେତେକ କ୍ଷେତ୍ରରେ ନୂଆ ଦାନ୍ତ ଉଠିଲେ ବି ଦାନ୍ତ ବିନ୍ଧା ହୋଇଥାଏ।

ଦାନ୍ତ ବିନ୍ଧାର ଲକ୍ଷଣ

ଦାନ୍ତ ବିନ୍ଧା ହେଲେ କିଛି ଥଣ୍ଡା କିମ୍ବା ଗରମ ଜିନିଷ ଖାଇଲେ ଦାନ୍ତରେ ପ୍ରଭାବ ପଡ଼ିଥାଏ।

କିଛି ଖାଇବା ବେଳେ ଦାନ୍ତରେ ପୀଡ଼ା ଅନୁଭୂତ ହୋଇଥାଏ।

ଦାନ୍ତରୁ ରକ୍ତ ବାହାରିବା।

ଦାନ୍ତ ବିନ୍ଧାର ଯୋର୍ଗୁ ପାଟି ଖୋଲିବା ବେଳେ ଯନ୍ତ୍ରଣା ହେବା।

ଅସହ୍ୟ ଦାନ୍ତ ଯନ୍ତ୍ରଣା ଯୋଗୁଁ କାନରେ ମଧ୍ୟ ବିନ୍ଧା ହେବା।

ପାଟିରୁ ରକ୍ତ ବାହାରିବା କାରଣରୁ ଦୁର୍ଗନ୍ଧ ବାହାରିଥାଏ।

ଦାନ୍ତରେ ପୀଡ଼ା ହେବାର କାରଣ (Causes of toothache in Odia)

ଅଧିକ ତେଲିଆ ଖାଦ୍ୟ ଖାଇବା ଦ୍ୱାରା, ଦାନ୍ତ ଅଧିକ ଜୋରରେ ଘଷିବା ଦ୍ୱାରା ଦାନ୍ତ ନଷ୍ଟ ହୋଇଯାଏ। ଫଳରେ ଦାନ୍ତ ବିନ୍ଧା ହୋଇଥାଏ।

କୌଣସି କାରଣ ଯୋଗୁଁ ଦାନ୍ତରେ ସଂକ୍ରମଣ ହେଲେ ଦାନ୍ତ କ୍ଷୟ ହୁଏ ଓ ଯନ୍ତ୍ରଣା ହୁଏ।

ଦାନ୍ତ ବିନ୍ଧାର ନିରାକରଣ (Prevention of toothache in Odia)

ନିୟମିତ ବ୍ୟବଧାନରେ ଦାନ୍ତର ଯତ୍ନ ନେଉଥିବା ଲୋକ ଦାନ୍ତ ଯନ୍ତ୍ରଣା ଓ ପୋକ ଖାଇବା ଭଳି ସମସ୍ୟାରୁ ରକ୍ଷା ପାଇପାରିବେ।

ଖାଦ୍ୟ ଖାଇସାରିବା ପରେ ଦାନ୍ତ ବ୍ରସ୍‌ କରନ୍ତୁ, ଅଥବା ଭଲ କରି କୁଳକୁଜା କରନ୍ତୁ। ଖାଇବା ପରେ ଆମ ଦାନ୍ତ ମଝିରେ ଖାଦ୍ୟ କଣିକାଗୁଡ଼ିକ ଲାଗି ରହିଥାଏ, ଯାହାକି ପରେ ରହି ରହି ଦାନ୍ତରେ କ୍ୟାଭିଟି କରାଇଥାଏ।

ଦାନ୍ତରେ ଫ୍ଲୋରାଇଡ୍‌ଯୁକ୍ତ ପେଷ୍ଟ ଏବଂ ନରମ ଦାନ୍ତଘଷା ବ୍ରସ୍‌ ବ୍ୟବହାର କରନ୍ତୁ।

ଧୂମପାନ କରିବା ଦ୍ୱାରା ଦାନ୍ତ ନଷ୍ଟ ହୋଇଯାଏ। ତେଣୁ ଧୂମପାନରୁ ନିବୃତ୍ତ ରହନ୍ତୁ।

ଚିନି, ଚକୋଲେଟ୍‌, ମୃଦୁ ପାନୀୟ, ମିଠାଜାତୀୟ ଖାଦ୍ୟ ଯେତେ ସମ୍ଭବ କମ୍‌ ଖାଆନ୍ତୁ।

ପ୍ରତି ଭୋଜନ ପରେ ବ୍ରସ୍‌ କରନ୍ତୁ। ନଚେତ୍‌ ଅତିକମ୍‌ରେ ଦିନକୁ ଦୁଇଥର ଦାନ୍ତ ବ୍ରସ୍‌ କରନ୍ତୁ। ରାତିରେ ଶୋଇବା ପୂର୍ବରୁ ଦାନ୍ତ ନିହାତି ଘଷନ୍ତୁ।

ନିୟମିତ ବ୍ୟବଧାନରେ ଦାନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ଦାନ୍ତ ବିନ୍ଧାର ଉପଚାର (Prevention of toothache in Odia)

ଦାନ୍ତ ବିନ୍ଧା ହେଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। କିନ୍ତୁ, ଯଦି ଡାକ୍ତରଙ୍କ ପାଖକୁ ଯିବାରେ ବିଳମ୍ବିତ ହେଉଛି, ତେବେ କିଛି ଘରୋଇ ଉପଚାରରେ ପୀଡ଼ାକୁ ସାମୟିକ ଭାବେ ନିୟନ୍ତ୍ରଣ କରିପାରିବେ।

ଉଷୁମ ପାଣିରେ ଅଳ୍ପ ଲୁଣ ମିଶାଇ କୁଳକୁଜା କରନ୍ତୁ।

ଦାନ୍ତ ଅସହ୍ୟ ଯନ୍ତ୍ରଣା ହେଉଥିଲେ ଲବଙ୍ଗ ତେଲ ବ୍ୟବହାର କରିପାରିବେ। ଦାନ୍ତ ବିନ୍ଧୁଥିବା ସ୍ଥାନରେ ଲବଙ୍ଗ ତେଲ ଲଗାଇବା ଫଳରେ ଉପଶମ ମିଳିଥାଏ।

ମନେରଖନ୍ତୁ: ଦାନ୍ତ ବିନ୍ଧା ସମୟରେ ବିନା ଡାକ୍ତରଙ୍କ ପରାମର୍ଶରେ ପେନ୍‌ କିଲର ନିଅନ୍ତୁ ନାହିଁ।

ପ୍ରଭାବିତ ସ୍ଥାନରେ ଗରମ ପାଣି କେବେ ହେଲେ ଲଗାଇବେ ନାହିଁ।

ଛୋଟ ଛୁଆଙ୍କର ଦାନ୍ତ ବିନ୍ଧା ହେଉଥିଲେ, ଡାକ୍ତର ପରାମର୍ଶ କରିଥିବା ଔଷଧ ହିଁ ଦେବେ।