ଅନେକ ସମୟରେ ଘରୋଇ ଉପଚାର ଦ୍ଵାରା ମୁହଁ କଳା ପଡ଼ିଯିବା ସହ ଚମକ ମଧ୍ୟ ନଷ୍ଟ ହୋଇଥାଏ।

winter dry skin care

ଅଧିକ ପଢ଼ନ୍ତୁ: ରାତିରେ ନିଅନ୍ତୁ ଏଭଳି ଭାବେ ତ୍ୱଚାର ଯତ୍ନ, ସକାଳେ ମୁହଁରେ ଆସିବ ଚମକ

ସାଧାରଣତଃ ମହିଳାମାନେ ନିଜକୁ ସୁନ୍ଦର ରଖିବା ପାଇଁ ବିଭିନ୍ନ ଉପାୟ ଆପଣେଇ ଥାଆନ୍ତି। ପାର୍ଲର, ବିୟୁଟି ପ୍ରଡକ୍ଟ ଏବଂ ଘରୋଇ ଉପଚାର ମାଧ୍ୟମରେ ତ୍ୱଚାକୁ ଆକର୍ଷଣୀୟ କରିବାକୁ ଚେଷ୍ଟା କରନ୍ତି। କିନ୍ତୁ ବେଳେ ବେଳେ କେତେକ ଘରୋଇ ଉପଚାର ମୁହଁ ଉପରେ କୁପ୍ରଭାଵ ପକାଇଥାଏ।

ଲେମ୍ବୁ

ଲେମ୍ବୁ ପ୍ରାକୃତିକ ଏଜେଣ୍ଟ ଭଳି ଗୁଣ କରୁଥିବାରୁ ଉତ୍ତମ ବ୍ଲିଚ ଭଳି କାମ କରିଥାଏ। କିନ୍ତୁ ଡ୍ରାଏ ତ୍ୱଚା ଏହାକୁ ଲଗାଇଲେ ପୋଡ଼ା ଜଳା ହେବା ସହ ରାସେସ ହୋଇଥାଏ। ଲେମ୍ବୁରେ ପ୍ରଚୁର ପରିମାଣରେ ଏସିଡ ଏବଂ କେମିକାଲ ଥିବାରୁ ଏପରି ହୋଇଥାଏ। ଅଧିକ ଲେମ୍ବୁ ବ୍ୟବହାର ଫଳରେ ମୁହଁ କଳା ଦେଖାଯାଇଥାଏ।

ହଳଦୀ

ତ୍ୱଚାକୁ ସୁନ୍ଦର ଏବଂ ଚମକ ଆଣିବା ପାଇଁ ହଳଦୀ ବ୍ୟବହାର କରାଯାଇଥାଏ। କିନ୍ତୁ ସେନସେଟିଭ ଏବଂ ଡ୍ରାଏ ସ୍କିନରେ ଏହା ପ୍ରଭାବ ପକାଇଥାଏ। ଅନେକ ହଳଦୀ ତ୍ୱଚାରେ ବିଭିନ୍ନ ଦାଗ ଏବଂ ଆଲର୍ଜି ସୃଷ୍ଟି କରିଥାଏ।

aloe vera for dark circle

ଅଧିକ ପଢ଼ନ୍ତୁ: ଏହି ସବୁ ଭୁଲ ପାଇଁ ନଷ୍ଟ ହୋଇଥାଏ ଆପଣଙ୍କ ସୁନ୍ଦରତା

ଆଲୋବେରା

ଆଲୋବେରା ଉଭୟ ମୁହଁ ଏବଂ କେଶ ପାଇଁ ବେଶ ଉପାଦେୟ। କିନ୍ତୁ ଅଧିକାଂଶ ତ୍ୱଚା ପାଇଁ ଗଛର ସିଧାସଳଖ କାଟି ବ୍ୟବହାର କଲେ ପୋଡ଼ା ଜଳା ହୋଇଥାଏ। ତ୍ୱଚାରେ ଆଲର୍ଜି ମଧ୍ୟ ହୋଇଥାଏ। ଏଥିରେ ଥିବା ଏସିଡିକ ଏସିଡ ମୁହଁରେ ଦାଗ କରିଦେଇଥାଏ।

ବେସନ

ଓଏଲି ତ୍ୱଚା ପାଇଁ ବେସନ ଭଲ ହୋଇଥାଏ। କିନ୍ତୁ ଡ୍ରାଏ ସ୍କିନରେ ଏହାକୁ ଅଧିକ ବ୍ୟବହାର କଲେ ମୁହଁ ରୁକ୍ଷ ହୋଇଯିବା ସହ ପ୍ରାକୃତିକ ତୈଳ ମଧ୍ୟ ନଷ୍ଟ ହୋଇଯାଇଥାଏ।

ତେଣୁ ଡାକ୍ତରଙ୍କ ପରାମର୍ଶ ନେଇ ଘରୋଇ ଉପଚାର କରିବା ଉଚିତ।

ଅଧିକ ପଢ଼ନ୍ତୁ: ମେକଅପ ବେଳେ ଏହି ସବୁ ବ୍ରଶ ବ୍ୟବହାର କରୁଛନ୍ତି ତ?