ଛାତି ଯନ୍ତ୍ରଣାର ଅନେକ କାରଣ ରହିଛି। ଜାଣନ୍ତୁ, ସେହି ସବୁ କାରଣ ବିଷୟରେ।

heart-attack

ଅଧିକ ପଢ଼ନ୍ତୁ: ଜାଣନ୍ତୁ, ମାଇଲ୍ଡ ହାର୍ଟ ଆର୍ଟାକର ଲକ୍ଷଣ ଏବଂ ଏହାର ଚିକିତ୍ସା

ଛାତିରେ ଯନ୍ତ୍ରଣା ହେଲେ ଲୋକମାନେ ଏହାକୁ ହାର୍ଟ ଆର୍ଟାକ ବୋଲି ଭାବନ୍ତି। କିନ୍ତୁ ଛାତିରେ ଯନ୍ତ୍ରଣା ଅନ୍ୟ କାରଣରୁ ବି ହୋଇଥାଏ। ତେଣୁ ଯଦି କୌଣସି ବ୍ୟକ୍ତିଙ୍କୁ ଅଚାନକ ଛାତିରେ ଯନ୍ତ୍ରଣା ହୋଇଥାଏ। ଭୟଭୀତ ନ ହୋଇ ତୁରନ୍ତୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଫୁସଫୁସର କୋଷଝିଲ୍ଲୀରେ ପ୍ରସାରଣରେ, ଏସୋଫାଗସ, ମାଂସପେଶୀରେ କିଛି ଅସୁବିଧା ହେଇଥିଲେ ମଧ୍ୟ ହାର୍ଟରେ ଯନ୍ତ୍ରଣା ଅନୁଭୂତ ହୋଇଥାଏ।

ଫୁସଫୁସର କୋଷଝିଲ୍ଲୀ ଫୁଲିବା

ଛାତି ଭିତରେ ଥିବା ପଞ୍ଜରା ହାଡ଼ ବା ମାଂସପେଶୀ ଫୁଲିବା ଦ୍ୱାରା ମଧ୍ୟ ଛାତିରେ ଯନ୍ତ୍ରଣା ହୋଇଥାଏ। ପଞ୍ଜରା କାନ୍ଥର ଉପର ଭାଗରେ ଥିବା ଝିଲ୍ଲୀ ଫୁଲିଯିବା ଦ୍ୱାରା ନିଶ୍ୱାସପ୍ରଶ୍ୱାସ ନେଲେ ଯନ୍ତ୍ରଣା ଅନୁଭବ ହୋଇଥାଏ। ଏହି ଯନ୍ତ୍ରଣାକୁ ମେଡିକାଲ ଭାଷାରେ ପ୍ଲିଓରିଟିସ କୁହାଯାଏ।

ହୃତପିଣ୍ଡର ଦୁଇ ପାଖରେ ଥିବା ଥଳି ଫୁଲିଯିବା

ହୃଦୟର ଦୁଇ ପାଖରେ ଥିବା ଥଳି ଫୁଲିବା ସମସ୍ୟାକୁ ପେରି କାର୍ଡିଆଟିଜ କୁହାଯାଏ। ଏହା ବେଳେବେଳେ ବେକ ଓ କାନ୍ଧର ମାଂସପେଶୀରେ ହେଉଥିବା ଯନ୍ତ୍ରଣା କାରଣରୁ ହୋଇଥାଏ। ବେଳେବେଳେ ଶ୍ୱାସ ନେବା ସମୟରେ ବା ଖାଇବା ସମୟରେ ବା ପିଠି ଦେଇ ଶୋଇବା ଦ୍ୱାରା ଯନ୍ତ୍ରଣା ଅସହ୍ୟ ହୋଇଥାଏ।

heart attack

ଅଧିକ ପଢ଼ନ୍ତୁ: ଜାଣନ୍ତୁ, ହାର୍ଟ ଆର୍ଟାକ ଏବଂ ବାଇପାସ ହାର୍ଟ ସର୍ଜରି ବାବଦରେ

ଅମ୍ଳଜାନର ଅଭାଵ

କୌଣସି କାରଣରୁ ଯଦି ହୃଦୟରେ ଥିବା ଶିରାଗୁଡ଼ିକ ବନ୍ଦ ହୋଇଯାଏ, ହୃତପିଣ୍ଡର ମାଂସପେଶୀରେ ରକ୍ତ ପ୍ରବାହ ଓ ଅମ୍ଳଜାନ କମ ହୋଇଯାଇଥାଏ। ଏହି କାରଣରୁ ଛାତିରେ ଯନ୍ତ୍ରଣା ଅନୁଭୂତ ହୋଇଥାଏ।

ପେଟର ଗ୍ୟାସ

ପେଟରେ ଗ୍ୟାସ ହେବା ଯୋଗୁଁ ବା କୌଣସି ବି ପେଟ ରୋଗ କାରଣରୁ ଛାତିରେ ଯନ୍ତ୍ରଣା ହୋଇପାରେ। ଅନ୍ତ୍ର ଘା’ ବା ଅଲସର ଓ ଗ୍ୟାଷ୍ଟ୍ରିକ୍‌ ସମସ୍ୟା ଯୋଗୁଁ ମଧ୍ୟ ଛାତିରେ ଯନ୍ତ୍ରଣା ହୋଇପାରେ। ଯେବେ ପିତ୍ତକୋଷରେ ଗ୍ୟାସ ହୋଇଥାଏ ଓ ସେହି ପିତ୍ତକୋଷ ଛାତି ଆଡ଼କୁ ଯାଇଥାଏ, ତେବେ ଛାତିରେ କଷ୍ଟ ଯନ୍ତ୍ରଣା ହୋଇଥାଏ ଓ ଛାତିରେ ଜ୍ୱଳନ ହୁଏ। ଶୋଇବା ସମୟରେ ଅଧିକ ଯନ୍ତ୍ରଣା ହୋଇଥାଏ।

ଏସୋଫାଗସର ସମସ୍ୟା

ଏହାକୁ ଗ୍ରାସନଳୀ ମଧ୍ୟ କୁହାଯାଏ। ଏହି ନଳୀ ପାଟିରୁ ପେଟ ପର୍ଯ୍ୟନ୍ତ ଯାଇଥାଏ ଯାହା ଦ୍ୱାରା ଖାଦ୍ୟ ପେଟରେ ପହଞ୍ଚି ଥାଏ। ବ୍ୟକ୍ତିଙ୍କୁ କୌଣସି ଖାଇବା ପିଇବା, ଜିନିଷକୁ ଗିଳିବା ମଧ୍ୟ କଷ୍ଟ ହୋଇଥାଏ। ବେଳେବେଳେ ଏହାର ଲକ୍ଷଣଗୁଡ଼ିକ ହାର୍ଟ ଅଟାକ ବା ଏସିଡ ରିଫ୍ଲକ୍ସ ରୋଗର ଲକ୍ଷଣ ସହ ପ୍ରାୟ ସମାନ ହୋଇଥାଏ, ତେଣୁ ପ୍ରାରମ୍ଭିକ ପର୍ଯ୍ୟାୟରେ ରୋଗକୁ ଚିତ୍କିସା କରିବା କଷ୍ଟସାଧ୍ୟ ହୋଇଥାଏ।

ଅଧିକ ପଢ଼ନ୍ତୁ: ହାର୍ଟ ଆଟାକର ମୁଖ୍ୟ କାରଣ ଓ ଲକ୍ଷଣ ବିଷୟରେ ଜାଣନ୍ତୁ