ଆଜିକାଲି କେଶ ଝଡ଼ିବା ବଡ଼ ସମସ୍ୟା ହୋଇଗଲାଣି। ତେବେ କେତେକ ଖାଦ୍ୟ ଦ୍ୱାରା କେଶ କିପରି ଯତ୍ନ ନେବେ ଆସନ୍ତୁ ଜାଣିବା।

food

ଅଧିକ ପଢ଼ନ୍ତୁ: କଳା ଜୀରା- କରିଥାଏ ଅନେକ ରୋଗର ସମାଧାନ

ସୁସ୍ଥ କେଶ କିଏ ବା ଚାହେଁ। ତେଣୁ ଲମ୍ବା ଏବଂ ମଜଭୁତ କେଶ ପାଇଁ କିଛି ପୋଷକ ତତ୍ତ୍ୱର ଆବଶ୍ୟକ ରହିଛି ଯାହା କେତୋଟି ନିର୍ଦ୍ଦିଷ୍ଟ ଖାଦ୍ୟରୁ ମିଳିଥାଏ। ଏହି ଖାଦ୍ୟ ଖାଇବା ଫଳରେ କେଶ ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ।

ମେଥି ଦାନା

ମେଥିରେ ପ୍ରଚୁର ପରିମାଣରେ ଭିଟାମିନ ଇ ରହିଛି ଯାହା କେଶ ସମସ୍ୟା ଦୂର କରିଥାଏ। ତେଣୁ ସବୁଦିନ ରାତିରେ ମେଥି ଦାନାକୁ ପାଣିରେ ଭିଜାଇ ରଖିଦିଅନ୍ତୁ। ସକାଳେ ଏହି ପାଣି ଛାଣି ପିଅନ୍ତୁ।

ଅଣ୍ଡା

ଅଣ୍ଡାରେ ପର୍ଯ୍ୟାପ୍ତ ପ୍ରୋଟିନ ଏବଂ ବାୟୋଟିନ ରହିଛି। ନିୟମିତ ଅଣ୍ଡା ଖାଇବା ଫଳରେ କେଶ ଲମ୍ବା ହୋଇଥାଏ।

ଜାମୁକୋଳି

ଜାମୁକୋଳିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଏବଂ ଭିଟାମିନ ସି କୋଲାଜେନ ସେଲ ତିଆରି କରିବାରେ ସାହାଯ୍ୟ କରିଥାଏ। ଏହି କୋଲାଜେନ ସ୍କାଲ୍ପ ଜନିତ ଏବଂ ରୂପି ସାମସ୍ୟା ଦୂର କରିଥାଏ।

Spinach (Palak) -Sagar

ଅଧିକ ପଢ଼ନ୍ତୁ: ଖାଦ୍ୟରେ ସାମିଲ କରନ୍ତୁ ସାତ ରଙ୍ଗର ଫଳ ଏବଂ ପନିପରିବା

ପାଳଙ୍ଗ

କେଶ ପାଇଁ ପାଳଙ୍ଗ ଶାଗ ଖୁବ ଲାଭଦାୟକ ଅଟେ। ଏଥିରେ ଭିଟାମିନ ସି, ଇ, ବି ଆଦି ରହିଛି। ଏହାକୁ ନିୟମିତ ଖାଇଲେ କେଶ ମୂଳ ମଜଭୂତ ହୋଇଥାଏ।

ଫ୍ୟାଟି ଫିସ

ସାଲେମନ ଭଳି ଫ୍ୟାଟି ଫିସରେ ଅଧିକ ମାତ୍ରାରେ ଭିଟାମିନ ଏ, ଓମେଗା ୩ ଫ୍ୟାଟି ଏସିଡ ଏବଂ ପ୍ରୋଟିନ ରହିଛି। ଓମେଗା ଏସିଡ କେଶକୁ ମୋଟା କରିଥାଏ। ଭିଟାମିନ ଏ କେଶରେ ସେବମ ତିଆରି କରିବାରେ ସାହାଯ୍ୟ କରିଥାଏ।

ଅଧିକ ପଢ଼ନ୍ତୁ: ମନ ସତେଜ ରହିବ, ରୋଗ ପ୍ରତିରୋଧକ ଶକ୍ତି ବି ବଢ଼ିବ- ପିଅନ୍ତୁ ପୋଦିନା ଚା’