ଅଷ୍ଟିଓପୋରସିସ୍ ରୋଗରେ ଶିକାର ବ୍ୟକ୍ତି ହାଡ଼ ମଜଭୁତ ହେବା ପାଇଁ କେଉଁ ପ୍ରକାର ଖାଦ୍ୟ ଖାଇବା ଜରୁରୀ, ଆସନ୍ତୁ ଜାଣିବା

food

ଅଧିକ ପଢ଼ନ୍ତୁ: ପିଲାଙ୍କୁ ଦିଅନ୍ତୁ ଏହି ଖାଦ୍ୟ, ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି

ଅଷ୍ଟିଓପୋରସିସ୍‌ ରୋଗରେ ଆକ୍ରାନ୍ତ ବ୍ୟକ୍ତିମାନଙ୍କର ହାଡ଼ ଏବଂ ଗଣ୍ଠି ଦୁର୍ବଳ ହୋଇଯାଇଥାଏ। ତେଣୁ ସେମାନଙ୍କ ହାଡ଼ ମଜଭୁତ କରିବା ପାଇଁ ଏହିସବୁ ଖାଦ୍ୟ ଖାଇବା ଜରୁରୀ। ଏହାଫଳରେ ସେମାନଙ୍କୁ ଶକ୍ତି ମିଳିବା ସହ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଦୂର ହୋଇଥାଏ।

କ୍ୟାଲସିୟମ

ପ୍ରତିଦିନ ଖାଦ୍ୟରେ କିଛି ମାତ୍ରାରେ କ୍ୟାଲସିୟମ ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ। ବିଶେଷକରି କ୍ଷୀର କିମ୍ବା କ୍ଷୀରରେ ପ୍ରସ୍ତୁତ ଖାଦ୍ୟରେ ଅଧିକ ମାତ୍ରାରେ କ୍ୟାଲସିୟମ ଥାଏ।

ଭିଟାମିନ ଡି

ଶରୀର ଭିତରେ କ୍ୟାଲସିୟମ ସଠିକ ଭାବେ କାର୍ଯ୍ୟ କରିବାରେ ଭିଟାମିନ ଡି’ର ଭୂମିକା ରହିଛି। ଖାଦ୍ୟରୁ ମିଳୁଥିବା କ୍ୟାଲସିୟମ ଅବଶୋଷିତ କରିବାରେ ଭିଟାମିନ ଡି ସାହାଯ୍ୟ କରିଥାଏ। ଛତୁ, ମାଛ ଏବଂ ଅଣ୍ଡା ଭଳି ଅନ୍ୟାନ୍ୟ ଖାଦ୍ୟରୁ ଭିଟାମିନ ଡି ମିଳିଥାଏ।

food

ଅଧିକ ପଢ଼ନ୍ତୁ: ଘରୋଇ ଉପାୟରେ ଡାଇବେଟିସକୁ କରନ୍ତୁ ନିୟନ୍ତ୍ରଣ

ପ୍ରୋଟିନ

ଅଷ୍ଟିଓପୋରସିସ୍‌ ରୋଗୀ ସବୁ ସମୟରେ ପ୍ରୋଟିନଯୁକ୍ତ ଖାଦ୍ୟ ଖାଇବା ଉଚିତ। ଏହି ଖାଦ୍ୟ ସେମାନଙ୍କ ମାଂସପେଶୀ ଏବଂ ଟିସୁକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଶରୀରରେ ପ୍ରୋଟିନର ମାତ୍ରା କମିଗଲେ ଅଳ୍ପ ବୟସରୁ ହାଡ଼ କ୍ଷୟ ହୋଇଯିବାର ଆଶଙ୍କା ଥାଏ।

ଭିଟାମିନ ସି

ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ଭିଟାମିନ ସି ସାହାଯ୍ୟ କରିଥାଏ। କ୍ୟାଲସିୟମ ଶୋଷଣ କରିବାରେ ଭିଟାମିନ ସି’ର ବେଶ ଭୂମିକା ରହିଛି। ଭିଟାମିନ ସି’ର ଅଭାଵ ପୂରଣ କରିବା ପାଇଁ ଆପଣ ଖାଦ୍ୟରେ କମଳା, ଅଁଳା ଭଳି ଫଳ ଖାଇପାରିବେ।

ଅଧିକ ପଢ଼ନ୍ତୁ: ଜାଣନ୍ତୁ, ଶ୍ଵାସ ରୋଗୀଙ୍କ ପାଇଁ ସୁପର ଫୁଡ୍