ଗର୍ଭାବସ୍ଥାରେ ବିଭିନ୍ନ ଖାଦ୍ୟ ଏବଂ ଅଭ୍ୟାସଠାରୁ ଦୂରରେ ରହିବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ତେବେ ଆସନ୍ତୁ ଜାଣିବା ଏହି ସମୟରେ କେଉଁ ସବୁ ଜିନିଷ ପ୍ରତି ସଜାଗ ରହିବା ଉଚିତ।
ଅଧିକ ପଢ଼ନ୍ତୁ: ଗର୍ଭବତୀମାନେ ଖାଦ୍ୟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ, ଶିଶୁ ରହିବ ସୁସ୍ଥ
ଗର୍ଭଧାରଣ ପରେ ମହିଳାମାନେ ନିଜ ଶରୀର ପ୍ରତି ବିଶେଷ ଯତ୍ନବାନ ହେବା ଆବଶ୍ୟକ। ଅନେକ ବସ୍ତୁ ରହିଛି ଯାହା ଗର୍ଭାବସ୍ଥାରେ ବ୍ୟବହାରଯୋଗ୍ୟ ହୋଇନଥାଏ। ଆମେ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ଅନେକ କାରକ ଯୋଗୁଁ ଗର୍ଭପାତ ହେବାର ଆଶଙ୍କା ରହିଛି। ତେବେ ଗର୍ଭବତୀ ମହିଳାମାନେ ଖାଦ୍ୟ, ବ୍ୟବହାର କରୁଥିବା ଜିନିଷ ଏବଂ ଅନ୍ୟାନ୍ୟ ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ।
ପ୍ରତିଦିନ ଆମେ ପାଣି, ଖାଦ୍ୟ କିମ୍ବା ଅନ୍ୟାନ୍ୟ ପଦାର୍ଥ ଦ୍ଵାରା ବିଭିନ୍ନ ଖଣିଜ ଦ୍ରବ୍ୟ ସଂସ୍ପର୍ଶରେ ଆସିଥାଉ। କିନ୍ତୁ ଗର୍ଭାବସ୍ଥା ସମୟରେ ଏସବୁ ଶରୀରର ଭିତରକୁ ଯିବା ଫଳରେ ଉଭୟ ମା’ ଏବଂ ଶିଶୁ ପ୍ରତି ବିପଦ ହୋଇଥାଏ।
ଲିଡ– ଅଧିକାଂଶ ପାଣି ଏବଂ ଘରେ ବ୍ୟବହୃତ ହେଇଥିବା ରଙ୍ଗରେ ଉପଲବ୍ଧ ଥାଏ। ଗର୍ଭବତୀମହିଳାମାନେ ସେସବୁଠାରୁ ଦୂରରେ ରହନ୍ତୁ।
ମରକ୍ୟୁରୀ– କେତେକ ବଡ଼ ଏବଂ ଲୁଣିଆ ମାଛରେ ଏହା ଦେଖିବାକୁ ମିଳିଥାଏ। ତେଣୁ ଗର୍ଭାବସ୍ଥାରେ ଏହି ମାଛ ଖାଆନ୍ତୁ ନାହିଁ।
ଆରସେନିକ– ଟ୍ୟୁବୱେଲ ପାଣି ଏବଂ ଟ୍ୟାପ ପାଣିରେ ଏହାର କିଛି ଅଂଶ ଦେଖାଯାଇଥାଏ। ଯେତେ ସମ୍ଭବ ପାଣି ଫୁଟାଇ ପିଇବା ଉଚିତ।
ପେଷ୍ଟିସାଇଡ– କେତେକ ଘରୋଇ ଏବଂ ବାହାର ଅଦରକାରୀ ଜିନିଷକୁ ନେଇ ପେଷ୍ଟିସାଇଡ ତିଆରି ହେଉଛି। ଏହାର ବିଷାକ୍ତ ଗନ୍ଧ ଗର୍ଭବତୀ ମହିଳାମାନଙ୍କ ପାଇଁ ଭଲ ନୁହେଁ।
ଧୂମ୍ରପାନ
ଗର୍ଭାବସ୍ଥାରେ ଧୂମ୍ରପାନ କରିବା ଫଳରେ ନିକୋଟିନ ଜନ୍ମ ହେବାକୁ ଥିବା ଶିଶୁ ପ୍ରତି ବିପଦ ଆଣିଥାଏ। ତେଣୁ ଏହି ସମୟରେ କୌଣସି ପ୍ରକାର ଧୂମ୍ରପାନ କରିବା ଠିକ ହୋଇନଥାଏ।
ମଦ୍ୟପାନ
ନିଶାଦ୍ରବ୍ୟ ସେବନ ଫଳରେ ଗର୍ଭବତୀ ମହିଳା ମାନସିକ ଅବସାଦର ଶିକାର ହୋଇଥାଏ।ଯାହା ଫଳରେ ଶିଶୁ ଉପରେ ଏହାର କୁପ୍ରଭାଵ ପଡ଼ିଥାଏ। ତେଣୁ ବିଭିନ୍ନ ନିଶାଦ୍ରବ୍ୟଠାରୁ ନିଜକୁ ଦୂରରେ ରଖନ୍ତୁ।
ଅଧିକ ପଢ଼ନ୍ତୁ: ଶେଷ ତ୍ରୟମାସରେ ଗର୍ଭବତୀ ମା’ର ଶରୀରରେ ପରିବର୍ତ୍ତନ ଓ ଯତ୍ନ
କିପରି ନିଜକୁ ରଖିବେ ବିପଦମୁକ୍ତ?
ଆପଣ ରହୁଥିବା ସ୍ଥାନ, ଘରକୁ ସବୁ ସମୟରେ ପରିଷ୍କାର କରନ୍ତୁ। ବାହାର ପବନ ଆସିବା ପାଇଁ ଘରର ଝରକା ଖୋଲା ରଖନ୍ତୁ। ଏପରି କରିବା ଫଳରେ ଆପଣଙ୍କୁ ମାନସିକ ଶାନ୍ତି ମିଳିଥାଏ।
କୌଣସି ଜିନିଷ ବ୍ୟବହାର କରିବା ପୂର୍ବରୁ ତାହା ଏହି ଅବସ୍ଥାରେ ବ୍ୟବହାର କରିବା କେତେ ଜରୁରୀ ବୁଝିନିଅନ୍ତୁ।
ଘର ରଙ୍ଗ କରିବା ପାଇଁ ଅତି ବିଷାକ୍ତ ଗ୍ୟାସଯୁକ୍ତ ରଙ୍ଗ ବ୍ୟବହାର କରନ୍ତୁ ନାହିଁ।
ଧୂମ୍ରପାନ ଏବଂ ମଦ୍ୟପାନଠାରୁ ଦୂରରେ ରହନ୍ତୁ।
ନିୟମିତ ସୁସ୍ଥ ଖାଦ୍ୟ ଖାଆନ୍ତୁ ଏବଂ ସଠିକ ନିଦରେ ଶୁଅନ୍ତୁ।
ସକାରାତ୍ମକ ଚିନ୍ତାଧାରା କରନ୍ତୁ।
ଏହି ସମୟରେ ନିଜ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ନେଇ ବିଶେଷ ଧ୍ୟାନ ଦିଅନ୍ତୁ।
ଅଧିକ ପଢ଼ନ୍ତୁ: ଗର୍ଭାବସ୍ଥାରେ ଗରମ ପାଣିରେ ଗାଧୋଇଲେ କମିପାରେ ଶରୀରର ରକ୍ତଚାପ