କିଡ୍‌ନିରେ ଷ୍ଟୋନ୍‌ ହୁଏ କାହିଁକି? ଜାଣନ୍ତୁ ଡାକ୍ତର କ’ଣ କହୁଛନ୍ତି

କାହିଁକି ହୁଏ କିଡ୍‌ନି ଷ୍ଟୋନ୍? କିଡନି ଷ୍ଟୋନ ହେଲେ ଜାଣିବା କେମିତି? କେମିତି ହୁଏ ଏହାର ଚିକିତ୍ସା? ଏନେଇ ବିଶିଷ୍ଟ ନେଫ୍ରୋଲୋଜିଷ୍ଟ ଡାକ୍ତର ଦେବ ପ୍ରସାଦ କର କ’ଣ କହୁଛନ୍ତି ଆସନ୍ତୁ ଜାଣିବା।

ଆମ ଶରୀରରେ ଦୁଇଟି କିଡ୍‌ନି ରହିଛି। ରକ୍ତରେ ଥିବା ବର୍ଜ୍ୟ ବସ୍ତୁକୁ ଛାଣି ଶରୀରରୁ ନିଷ୍କାସନ କରିବା ହେଉଛି କିଡ୍‌ନିର ମୁଖ୍ୟ କାମ।

ଅନେକ ସମୟରେ କିଡ୍‌ନି ମଧ୍ୟରେ ବିଭିନ୍ନ ପଦାର୍ଥ ଜମା ହୋଇ ଛୋଟ ଛୋଟ ପଥର ଆକାର ନେଇଥାଏ। ଏହି ପଦାର୍ଥଗୁଡ଼ିକ ଧୀରେ ଧୀରେ ଜମା ହୋଇ ଶେଷରେ କିଡ୍‌ନିର ରାସ୍ତାକୁ ଅବରୋଧ କରିଥାଏ। ଏହାକୁ କିଡନି ଷ୍ଟୋନ୍ କୁହାଯାଏ।

ପ୍ରତିଦିନ ଆମେ ବିଭିନ୍ନ ପ୍ରକାର ଖାଦ୍ୟ, ବିଭିନ୍ନ ପ୍ରକାର ଔଷଧ ସେବନ କରୁଛେ। ଏସବୁ ଶରୀର ଭିତରେ ମେଟାବୋଲିଜିମ୍‌ ହେଉଛି ଏବଂ ଏଥିରୁ ଟକ୍ସିନ୍‌ ବାହାରୁଛି। ଏହି ଟକ୍ସିନ ଶରୀର ପାଇଁ କ୍ଷତିକାରକ ହୋଇଥାଏ।

କିଡ୍‌ନିରୁ ରିଥ୍ରୋପୋଏଟିନ୍‌ ନାମକ ହରମୋନ୍‌ ବାହାରେ, ଯାହାକି ରକ୍ତ ତିଆରି କରିବାରେ ସାହାଯ୍ୟ କରିଥାଏ। କିଡ୍‌ନି ଫେଲ୍ୟୁୟର ହେଲେ ରିଥ୍ରୋପୋଏଟିନ୍‌ ହରମୋନ୍‌ ତିଆରି ହେବା କମିଯାଏ ଓ ରକ୍ତ ତିଆରି କମିଯାଏ। ରକ୍ତ ପରିସ୍କାର କରିବାଠାରୁ ଆରମ୍ଭ କରି ଶରୀରରେ କ୍ୟାଲସିୟମ୍‌, ଫସ୍‌ଫରସ୍‌ର ସ୍ତରକୁ ନିୟନ୍ତ୍ରଣ କରିବା, ରକ୍ତର ପିଏଚ୍‌ ସ୍ତର ସନ୍ତୁଳିତ ରଖିବା ଏବଂ ରକ୍ତ ତିଆରି କରିବା ହେଉଛି କିଡ୍‌ନିର ମୂଖ୍ୟ କାମ।

kidney scale model in hand

ଅଧିକ ପଢ଼ନ୍ତୁ: ଅତ୍ୟଧିକ ପେନ୍‌କିଲର ଖାଇବା ହୋଇପାରେ କିଡ୍‌ନି ଫେଲ୍ୟୁଅରର କାରଣ

କିଡ୍‌ନି ଷ୍ଟୋନ୍‌ କ’ଏହା କେତେ ପ୍ରକାର? (What is a kidney stone types of kidney stones in Odia)

ବେଳେ ବେଳେ କିଡ୍‌ନିରେ କେତେଗୁଡ଼ିଏ କ୍ରିଷ୍ଟାଲ ଭଳି ଜମା ହୋଇଯାଏ, ଯାହାକୁ ଆମେ କିଡ୍‌ନି ଷ୍ଟୋନ୍‌ କହିଥାଉ। କିଡ୍‌ନି ଷ୍ଟୋନ୍‌ କିଡ୍‌ନିରେ ସୃଷ୍ଟି ହୋଇଥାଏ। କିନ୍ତୁ କେତେକ କ୍ଷେତ୍ରରେ ଷ୍ଟୋନ୍‌ ୟୁରେଟର, ବ୍ଲାଡର କିମ୍ବା ୟୁରେଥ୍ରାରେ ମଧ୍ୟ ହୋଇପାରେ।

କିଡ୍‌ନି ଷ୍ଟୋନ୍‌ କେତେ ପ୍ରକାରର ଜାଣନ୍ତୁ

କ୍ୟାଲ୍‌ସିୟମ୍‌ ଅକ୍ସାଲାଇଟ୍‌ ଷ୍ଟୋନ୍‌: ଅକ୍ସାଲାଇଟ୍‌ ଜାତୀୟ ଖାଦ୍ୟ ଅଧିକ ଖାଇଲେ କ୍ୟାଲ୍‌ସିୟମ୍‌ ଅକ୍ସାଲାଇଟ୍‌ ଷ୍ଟୋନ୍‌ ସୃଷ୍ଟି ହୁଏ। ବିଟ୍‌ରୁଟ୍‌, ଚକୋଲେଟ୍‌ ଆଦି ଅଧିକ ଖାଉଥିବା ଲୋକଙ୍କର କ୍ୟାଲ୍‌ସିୟମ୍‌ ଅକ୍ସାଲାଇଟ୍‌ ଷ୍ଟୋନ୍‌ ହେବାର ଆଶଙ୍କା ଥାଏ।

କ୍ୟାଲସିୟମ୍‌ ଫସ୍‌ଫେଟ୍‌ ଷ୍ଟୋନ୍‌: ବିନା ଡାକ୍ତରଙ୍କ ପରାମର୍ଶରେ ଯେଉଁମାନେ ଅଧିକ କ୍ୟାଲସିୟମ୍‌ ଔଷଧ ଖାଇଥା’ନ୍ତି, ସେମାନଙ୍କଠାରେ କ୍ୟାଲସିୟମ୍‌ ଫସ୍‌ଫେଟ୍‌ ଷ୍ଟୋନ୍‌ ହେବାର ଆଶଙ୍କା ଥାଏ।

ୟୁରିକ୍‌ ଏସିଡ୍‌ ଷ୍ଟୋନ୍‌: ଯେଉଁ ଲୋକମାନଙ୍କର ରକ୍ତରେ ୟୁରିକ୍‌ ଏସିଡ୍‌ ପରିମାଣ ଅଧିକ ଥାଏ, ସେମାନଙ୍କୁ ୟୁରିକ୍‌ ଏସିଡ୍‌ ଷ୍ଟୋନ୍‌ ହେବାର ଆଶଙ୍କା ଥାଏ। କାରଣ ରକ୍ତରେ ଥିବା ୟୁରିକ୍‌ ଏସିଡ୍‌ ସଫା ହୋଇ କିଡ୍‌ନିରେ ଜମା ହେଲେ ୟୁରିକ୍‌ ଏସିଡ୍‌ ଷ୍ଟୋନ୍‌ ହୋଇଥାଏ।

ସିଷ୍ଟାଇନ୍‌ ଷ୍ଟୋନ: ଏହି ଷ୍ଟୋନ୍‌ ବଂଶଗତ କାରଣରୁ ହୋଇଥାଏ। କିଡ୍ନିରେ ସିଷ୍ଟାଇନ୍‌ର ମାତ୍ରା ବଢ଼ିଗଲେ ଏହି ପ୍ରକାର ଷ୍ଟୋନ୍‌ ହୋଇଥାଏ।

ଷ୍ଟୁଭାଇଟ୍‌ ଷ୍ଟୋନ୍‌: ଏହି ଷ୍ଟ୍ରୋନ୍‌ ସାଧାରଣତଃ ସଂକ୍ରମଣ ଯୋଗୁଁ ତିଆରି ହୋଇଥାଏ। ବାରମ୍ବାର ସଂକ୍ରମଣ ହେଲେ ଏହି ଷ୍ଟୋନ୍‌ ହୋଇପାରେ। ଏହି ଷ୍ଟୋନ୍‌ ବଡ଼ ଆକାରର ହୋଇଥାଏ।

ଅଧିକ ପଢ଼ନ୍ତୁ: ଲକ୍ଷଣରୁ ଜାଣନ୍ତୁ କିଡ୍‌ନି ସୁସ୍ଥ କି ଅସୁସ୍ଥ

କିଡ୍‌ନି ଷ୍ଟୋନ୍‌ର କାରଣ (Causes of kidney stone in odia)

କିଡ୍‌ନି ଷ୍ଟୋନ୍‌ର ମୁଖ୍ୟ କାରଣ ହେଉଛି ଡିହାଇଡ୍ରେସନ୍‌। ବହୁତ ଲୋକମାନେ ପାଣି କମ୍‌ ପିଅନ୍ତି। ଏହାଦ୍ୱାରା କିଡ୍‌ନିରେ ଯେଉଁ କ୍ରିଷ୍ଟାଲ ଜମା ହୁଏ ସେଗୁଡ଼ା ୟୁରିନ୍‌ ବାଟରେ ବାହାରିପାରେ ନାହିଁ।

ଲୁଣ ଅଧିକ ଖାଇବା ଦ୍ୱାରା କିଡ୍‌ନି ଷ୍ଟୋନ୍‌ ସୃଷ୍ଟି ହୋଇଥାଏ।

ଅଧିକ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା କିଡ୍‌ନିରେ ଷ୍ଟୋନ୍‌ ହେବାର ଆଶଙ୍କା ଅଧିକ ଥାଏ।

ଅକ୍ସାଲେଟ୍‌ ଜାତୀୟ ଖାଦ୍ୟ ଯେପରିକି ଚକୋଲେଟ୍‌, ବିଟ୍‌, ପାଳଙ୍ଗ ଅଧିକ ଖାଇବା ଦ୍ୱାରା କିଡ୍‌ନିରେ ଷ୍ଟୋନ୍‌ ହୋଇପାରେ।

ବଂଶଗତ କାରଣରୁ ବି ଷ୍ଟୋନ୍‌ ହୋଇପାରେ।

କିଡ୍‌ନି ଷ୍ଟୋନ୍‌ର ଲକ୍ଷଣ (Symptoms of kidney stones in odia)

କିଡ୍‌ନିରେ ଷ୍ଟୋନ୍‌ ହେଲେ ଅଣ୍ଟା ପାଖ ବିନ୍ଧା ହୁଏ।

ବାନ୍ତି ଲାଗିବା କିମ୍ବା ବାନ୍ତି ହେବା।

ଜ୍ୱର ହେବା।

ପରିସ୍ରାରେ ରକ୍ତ ପଡ଼ିପାରେ।

କିଡ୍‌ନି ଷ୍ଟୋନ୍‌ପରୀକ୍ଷା (How to test for Kidney stones in Odia)

କିଡ୍‌ନି ଷ୍ଟୋନ୍‌ ଜାଣିବାକୁ ହେଲେ ରକ୍ତ ପରୀକ୍ଷା କରି କ୍ୟାଲସିୟମ୍‌, ଫସ୍‌ଫରସ୍‌, ଇଲେକ୍ଟ୍ରୋଲାଇଟ୍‌, ୟୁରିକ୍‌ ଏସିଡ୍‌ ସ୍ତର, ପାରାଥାଇରଏଡ୍‌ ହରମୋନ୍‌ ସ୍ତର ପରୀକ୍ଷା କରିବାକୁ ହୋଇଥାଏ। ଏହାଛଡ଼ା ପରିସ୍ରାର ବି ପରୀକ୍ଷା କରାଯାଏ। ୨୪ ଘଣ୍ଟା ମଧ୍ୟରେ ଯେତିକି ପରିସ୍ରା ଯାଉଛି, ସେଥିରେ କେତେ ମାତ୍ରାରେ କ୍ୟାଲସିୟମ୍‌, ଫସ୍‌ଫରସ୍‌, ୟୁରିକ୍‌ ଏସିଡ୍‌, ଅକ୍ସାଲାଇଟ୍‌ ସ୍ତର, ସିଷ୍ଟାଇନ୍‌ ସ୍ତର ପରୀକ୍ଷା କରି ଷ୍ଟୋନ୍‌ର ପ୍ରକାର ଜାଣି ହୋଇଥାଏ।

ବର୍ତ୍ତମାନ ସମୟରେ ସିଟି ସ୍କାନ୍‌ର ବହୁଳ ମାତ୍ରାରେ କରାଯାଉଛି। ଏହାଦ୍ୱାରା ଷ୍ଟୋନ୍‌ କେଉଁ ସ୍ଥାନରେ ଓ ଏହାର ଆକାର ଜଣାପଡ଼ିଥାଏ। ତାହାଛଡ଼ା ଅଲଟ୍ରାସାଉଣ୍ଡ କରି ଷ୍ଟୋନ୍‌ ବିଷୟରେ ଜଣାପଡ଼ିଥାଏ।

କିଡ୍‌ନି ଷ୍ଟୋନ୍‌ର ଚିକିତ୍ସା (Treatment of kidney stone in Odia)

ରୋଗୀଙ୍କର ଅବସ୍ଥାକୁ ଦେଖି ଚିକିତ୍ସା ଭିନ୍ନ ଭିନ୍ନ। କିଡ୍‌ନି ଷ୍ଟୋନ୍‌ କାରଣରୁ ରୋଗୀଙ୍କର ଅତ୍ୟଧିକ ଯନ୍ତ୍ରଣା ହେଲେ ଔଷଧ ବା ଇନ୍‌ଜେକ୍ସନ ମାଧ୍ୟମରେ ପ୍ରଥମେ ଯନ୍ତ୍ରଣା କମ୍‌ କରାଯାଏ। ଏହାପରେ ଷ୍ଟୋନ୍‌ କେଉଁ ସ୍ଥାନରେ ଅଛି ଦେଖାଯାଏ। ରୋଗୀଙ୍କର ଅପରେସନ୍‌ର ଆବଶ୍ୟକତା ଅଛି କି ନାହିଁ ଦେଖାଯାଏ।

କିଡ୍‌ନି ଷ୍ଟୋନ୍‌ର ଆକାର ୫ ମିଲିମିଟରରୁ ଅଧିକ ହୋଇଥିଲେ ସର୍ଜରୀର ଆବଶ୍ୟକତା ପଡ଼ିଥାଏ। ସାଉଣ୍ଡ ଓ୍ୱେଭ୍‌ ଜରିଆରେ ଷ୍ଟୋନ୍‌କୁ ଛୋଟ ଛୋଟ ଆକାରରେ ଭାଙ୍ଗିଦିଆଯାଏ। ଏହାପରେ ଏହି ଛୋଟ ଛୋଟ ଷ୍ଟୋନ୍‌ ପରିସ୍ରା ବାଟରେ ବାହାରିଯାଏ। ଏହି ଚିକିତ୍ସାରେ ଆନ୍‌ଥେସିଆ ଦିଆଯାଏ। ଏଥିରେ ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଇପାରେ।

ଏହାଛଡ଼ା ୟୁରେଟରୋସ୍କୋପି ଜରିଆରେ ମଧ୍ୟ ଚିକିତ୍ସା କରାଯାଏ।

କିଡ୍‌ନି ଷ୍ଟୋନ୍‌ର ନିରାକରଣ

ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ।

ଯଦି ପରିବାରରେ ବାପା କିମ୍ବା ମା’ଙ୍କୁ କିଡ୍‌ନି ଷ୍ଟୋନ୍‌ ହୋଇସାରିଛି, ତେବେ ସେମାନଙ୍କ ପିଲାମାନେ ଅଧିକ ପରିମାଣରେ ପାଣି ପିଇବା ଦରକାର। ଦିନକୁ ପାଖାପାଖି ୪ ଲିଟର ପାଣି ପିଇବା ଜରୁରୀ।

ଲୁଣର ମାତ୍ରା ଖାଇବାରେ କମ୍‌ କରିବାକୁ ପଡ଼ିବ।

ଜଙ୍କଫୁଡ୍‌, ଛଣାଛଣି ଖାଦ୍ୟ ଖାଇବାରୁ ନିଜକୁ ଦୂରେଇ ରଖନ୍ତୁ।

ଆମିଷର ମାତ୍ରା କମ୍‌ କରିବା।

ପଇଡ଼୍ ପାଣି ପିଇବା ଭଲ। ପ୍ରତିଦିନ କିଛି ନା କିଛି ଫଳ ଖାଇବା।

drinking water

ଅଧିକ ପଢ଼ନ୍ତୁ: କିଡ୍‌ନିକୁ ସୁସ୍ଥ ରଖିବା ପାଇଁ ବଦଳାନ୍ତୁ ଆପଣଙ୍କ ଲାଇଫ୍‌ଷ୍ଟାଇଲ୍‌

ସୁସ୍ଥ କିଡ୍‌ନି ପାଇଁ ଡାକ୍ତରଙ୍କ ପରାମର୍ଶ (Doctor’s advice for healthy kidney in odia)

ପ୍ରଥମ କଥା ହେଲା ପ୍ରଚୁର ପାଣି ପିଇବା ଜରୁରୀ। ନିଜକୁ ହାଇଡ୍ରେଟ୍‌ କରି ରଖନ୍ତୁ।

ଡାଏବେଟିସ୍‌ ରୋଗୀମାନେ ସେମାନଙ୍କ ରକ୍ତ ଶର୍କରାକୁ ନିୟନ୍ତ୍ରଣ କରନ୍ତୁ। କାରଣ ଡାଏବେଟିସ୍‌ ହିଁ କିଡ୍‌ନିକୁ ନଷ୍ଟ କରିବାର ପ୍ରଥମ କାରଣ।

ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖନ୍ତୁ।

ମୋଟାପଣ ବି କିଡ୍‌ନି ରୋଗର କାରଣ ହୋଇଥାଏ। ମୋଟାପଣ ଯୋଗୁଁ ଡାଏବେଟିସ୍‌, ଉଚ୍ଚ ରକ୍ତଚାପ ଭଳି ସମସ୍ୟା ହୋଇଥାଏ, ଯାହାକି ପରବର୍ତ୍ତୀ ଅବସ୍ଥାରେ କିଡ୍‌ନି ରୋଗର କାରଣ ପାଲଟେ।

ସନ୍ତୁଳିତ ଓ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଜରୁରୀ।

ପ୍ରତିଦିନ ବ୍ୟାୟାମ କରିବା ଦ୍ୱାରା ମୋଟାପଣ ହେବ ନାହିଁ। ଏହାଦ୍ୱାରା କିଡ୍‌ନି ରୋଗର ଆଶଙ୍କା ବି କମ୍‌ ହୋଇଥାଏ।

ମେଡିସିନ୍‌, ପେନ୍‌କିଲର, ଆଣ୍ଟିବାୟୋଟିକ୍‌ ଡାକ୍ତରଙ୍କ ବିନା ପରାମର୍ଶରେ ଖାଇବା ଅନୁଚିତ। ଏହାଯୋଗୁଁ କିଡ୍‌ନିରେ ଷ୍ଟୋନ୍‌ ହୋଇପାରେ।

 

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଦେବ ପ୍ରସାଦ କରଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: A brief medical advice, in Odia language, on causes, symptoms and treatment of Kidney stone based on the interview with Dr. Deba Prasad Kar, Nephrologist.

Share post:

Popular

RELATED
Related

ಹೈ ರಿಸ್ಕ್ ಪ್ರೆಗ್ನೆನ್ಸಿ ಹೊಂದಲು ಅಪಾಯದಲ್ಲಿರುವವರು ಯಾರು? | High Risk Pregnancy | Dr Manjunath Hukkeri

#HighRiskPregnancy #KannadaHealthTips #YouTubeShorts Subscribe Now & Live a Healthy Life! Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. For requesting contact details of doctors - please message Swasthya Plus on Facebook: https://www.facebook.com/SwasthyaPlusKannada For feedback and business inquiries/ organise a doctor interview, contact Swasthya Plus Kannada at [email protected] Swasthya Plus Kannada is an emerging destination serving you with Health Tips in Kannada on health, hygiene, nutrition, lifestyle, and more!

6 నెలల తరువాత బిడ్డకు ఏమి ఇవ్వాలి? | Diet for a 6-month-old Baby | Dr S Kalyan Kunchapudi | #Shorts

#NewbornBabyCare #BabyCare #TeluguHealthTips #YouTubeShorts Subscribe Now & Live a Healthy Life! స్వాస్థ్య ప్లస్ నెట్‌వర్క్ వైద్య సలహాలను అందించదు. ఇక్కడ మీకు లభించే సమాచారం మీకు అవగాహన పెంచడానికే తప్ప డాక్టర్/హెల్త్ ప్రొఫెషనల్ యొక్క సలహాలకు బదులు కాదు. మీ ఆరోగ్య సమస్యల కోసం ఎప్పుడూ డాక్టర్లని సంప్రదించండి. Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusTelugu). For feedback and business inquiries/ organise a doctor interview, contact Swasthya Plus Telugu at [email protected] Swasthya Plus Telugu, the leading destination serving you with Health Tips in Telugu on health, hygiene, nutrition, lifestyle, and more!

वजाइनल इंफेक्शन के लक्षण क्या हैं? | Symptoms of Vaginal Infection | Dr Sumita Arora | #Shorts

#VaginalInfection #HindiHealthTips #YouTubeShorts Subscribe Now & Live a Healthy Life! स्वास्थ्य प्लस नेटवर्क अपने दर्शकों को चिकित्सा सलाह प्रदान नहीं करता है। स्वास्थ्य प्लस नेटवर्क पर उपलब्ध वीडियो/सामग्री केवल सूचनात्मक उद्देश्यों के लिए है, और यह डॉक्टर/स्वास्थ्य के क्षेत्र से जुड़े एक्सपर्ट द्वारा दिए जाने वाले निर्णय का विकल्प नहीं है। अपने स्वास्थ्य संबंधी मामलों के लिए सदैव किसी योग्य स्वास्थ्य पेशेवर से परामर्श लें। Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. स्वास्थ्य और जीवन शैली पर आधारित डिजिटल प्लेटफॉर्म 'स्वास्थ्य प्लस' से जुड़ने के लिए हमारे यूट्यूब चैनल (https://www.youtube.com/SwasthyaPlusHindi) को सब्सक्राइब करें। नए वीडियो की नोटिफिकेशन पाने के लिए बेल आइकॉन पर क्लिक करें। For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusHindi). For feedback and business inquiries/ organise a doctor interview, contact Swasthya Plus Hindi at [email protected] Swasthya Plus Hindi, the leading destination serving in India for Health Tips in Hindi on health, hygiene, nutrition, lifestyle, and more!

निरोगी फुफ्फुसासाठी काय करावे? | How to keep your Lungs Healthy? | Dr Tarang Kulkarni | #Shorts

#HealthyLungs #MarathiHealthTips #YouTubeShorts Subscribe Now & Live a Healthy Life! स्वास्थ्य प्लस नेटवर्क वैद्यकीय सल्ला देत नाही. स्वास्थ्य प्लसवर असलेली माहिती फक्त माहितीच्या उद्देशांनी दिली आहे व ही माहिती डॉक्टरांच्या सल्ल्याला पर्यायी ठरत नाही. तुमच्या आरेग्याच्या समस्यांसाठी एका पात्र वैद्याचा सल्ला घ्यावा. Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. For requesting contact details of doctors - please message Swasthya Plus on Facebook: https://www.facebook.com/SwasthyaPlusMarathi For feedback and business inquiries/ organise a doctor interview, contact Swasthya Plus Marathi at [email protected] Swasthya Plus Marathi, the leading destination serving you with Health Tips in Marathi on health, hygiene, nutrition, lifestyle, and more!