ଚକ୍ଷୁ ଦାନ ମହତ ଦାନ ମୃତ୍ୟୁ ପରେ ଜଣକୁ ଚକ୍ଷୁ ଦାନ କରି ଉଜ୍ଜ୍ୱଳ ଭବିଷ୍ୟତ ଦେଖିବାରେ ଆପଣ ସାହାଯ୍ୟ କରିପାରିବେ।

eye care swasthya plusଚକ୍ଷୁ ଦାନ। ଶୁଣିବାକୁ ସାଧାରଣ ଲାଗୁଥିଲେ ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ ବିଷୟ। କହିବାକୁ ଗଲେ ମଣିଷ ଶରୀରର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ଆଖି। ଆଖି କିଛି ସମୟ ବନ୍ଦ ରଖିଲେ ସାମ୍ନା ଜିନିଷ ଆମକୁ ଅନ୍ଧାର ଦେଖା ଯାଇଥାଏ। ତେବେ ଯେଉଁମାନଙ୍କର ଆଖି ନାହିଁ ସେମାନଙ୍କ କଥା ଥରେ ଚିନ୍ତା କରି ଦେଖନ୍ତୁ। ତେଣୁ ଚକ୍ଷୁ ଦାନ ବାବଦରେ ସମସ୍ତେ ଚିନ୍ତା କରିବା ଆବଶ୍ୟକ। ଆଖି ଦାନ କରି ହୁଏତ କାହା ଉଜ୍ଜ୍ୱଳ ଭବିଷ୍ୟତ ଦେଖିବାରେ ଆମେ ସାମାନ୍ୟ ସାହାଯ୍ୟ କରିପାରିବା।

ପ୍ରତିବର୍ଷ ଅଗଷ୍ଟ ୨୫ ତାରିଖରୁ ସେପ୍ଟେମ୍ବର ୮ ତାରିଖ ପର୍ଯ୍ୟନ୍ତ ବିଶ୍ୱ ଚକ୍ଷୁ ଦାନ ଭାବେ ପାଳନ କରାଯାଏ। ମୃତ୍ୟୁ ପରେ ଦୃଷ୍ଟିହୀନମାନଙ୍କୁ ଆଖି ଦାନ କରି ଉଜ୍ଜ୍ୱଳ ଭବିଷ୍ୟତ ଦେଖିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଇଥାଏ।

ଅଧିକ ପଢ଼ନ୍ତୁ: ଡାଇବେଟିସ ରୋଗୀଙ୍କ ଆଖି ସମସ୍ୟା ଏବଂ ଏହାର ଚିକିତ୍ସା

ଆଖି ଦାନ ବା ଚକ୍ଷୁ ଦାନ କ’ଣ? (What is eye donation in odia)

ବ୍ୟକ୍ତି ବଞ୍ଚିଥିବା ଅବସ୍ଥାରେ ଆଖି ଦାନ କରିପାରିବ ନାହିଁ। କିନ୍ତୁ ମୃତ୍ୟୁ ପରେ ଅଙ୍ଗପ୍ରତ୍ୟଙ୍ଗ ଦାନ କରିବା ଆଧାରରେ ନିଜ ଆଖି ଅନ୍ୟକୁ ଦାନ କରିପାରିବ। ବିଭିନ୍ନ ଡାକ୍ତରୀ ପରୀକ୍ଷା ପରେ ଜଣେ ମୃତ ବ୍ୟକ୍ତିର ଆଖି ସୁସ୍ଥ ବ୍ୟକ୍ତି ନିକଟରେ ପ୍ରତ୍ୟାରୋପଣ କରାଯିବା ସମ୍ଭବ।

eye care swasthya plus

ଅଧିକ ପଢ଼ନ୍ତୁ: ବୟସ୍କ ବ୍ୟକ୍ତି କିପରି ନେବେ ଆଖିର ଯତ୍ନ?

ଚକ୍ଷୁ ଦାନ ସମ୍ପର୍କିତ କେତୋଟି ଜରୁରୀ ତଥ୍ୟ (Some interesting point on eye donation in odia)

ଜଣେ ବ୍ୟକ୍ତି କେବଳ ମୃତ୍ୟୁ ପରେ ହିଁ ନିଜର ଚକ୍ଷୁ ଦାନ କରିପାରିବ।

ଚକ୍ଷୁ ଦାନ କରିବା ପାଇଁ ନିର୍ଦ୍ଦିଷ୍ଟ ବୟସ ସୀମା ନାହିଁ। କିନ୍ତୁ ଛୋଟ ପିଲାମାନେ ଆଖି ଦାନ କରିପାରିବେ ନାହିଁ। ୧୮ ବର୍ଷରୁ ଅଧିକ ବୟସର ଲୋକମାନେ ଚକ୍ଷୁ ଦାନ କରିବା ସମ୍ଭବ।

ମୃତ୍ୟୁର ୪ରୁ ୬ ଘଣ୍ଟା ପରେ ଅପରେସନ କରାଯାଇ ଶରୀରରୁ ଆଖି ବାହାର କରିନିଆଯାଇଥାଏ।

କେବଳ ସ୍ୱୀକୃତି ପ୍ରାପ୍ତ ଅନୁଷ୍ଠାନ ଏହି ସର୍ଜରି କରିବା ପାଇଁ ଅନୁମତି ରହିଛି।

ଏହି ସର୍ଜରି ପାଇଁ ପ୍ରାୟ ୨୦-୩୦ ମିନିଟ ସମୟ ଲାଗିଥାଏ।

ଯେକୌଣସି ବ୍ୟକ୍ତି, ପୁରୁଷ ଏବଂ ମହିଳା ନିଜ ଆଖି ଦାନ କରିପାରିବେ।

ଉଚ୍ଚ ରକ୍ତଚାପ, ମଧୁମେହ ଭଳି ଅନ୍ୟାନ୍ୟ ଗୁରୁତର ରୋଗରେ ଶିକାର ବ୍ୟକ୍ତି ମଧ୍ୟ ଆଖି ଦାନ କରିପାରିବେ।

ଏଡ୍‌ସ, ହେପାଟାଇଟିସ ବି ଏବଂ ସି, ବ୍ଲଡ କ୍ୟାନ୍ସର, କୋଲେରା ଏବଂ ଅନ୍ୟ ସଂକ୍ରାମକ ରୋଗରେ ଆକ୍ରାନ୍ତ ବ୍ୟକ୍ତି ନିଜ ଆଖି ଦାନ କରିପାରିବେ ନାହିଁ।

ମୃତ୍ୟୁ ପରେ କର୍ଣ୍ଣିଆ ଏବଂ ଆଇବଲ୍ ଭଳି ଅଂଶ ଆଖିରୁ ନିଆଯାଏ। ତେବେ ଜଣେ ବ୍ୟକ୍ତିର ଆଖି କେବଳ ଜଣେ ବ୍ୟକ୍ତିଙ୍କୁ ଦୃଷ୍ଟି ଦିଏନାହିଁ। ବରଂ ଜଣେ ବ୍ୟକ୍ତିର କର୍ଣ୍ଣିଆ ୩ ରୁ ୪ ଜଣଙ୍କୁ ଦେଖିବାରେ ସାହାଯ୍ୟ କରିଥାଏ।

ସୁସ୍ଥ ବ୍ୟକ୍ତି ନିକଟରେ ଆଖି ସର୍ଜରିର ୪ ଦିନ ପରେ କର୍ଣ୍ଣିଆ ପ୍ରତ୍ୟରୋପଣ କରଯାଇଥାଏ।

ଆଖି ଦାନ କରିଥିବା ବ୍ୟକ୍ତି ଏବଂ ଆଖି ଗ୍ରହଣ କରିଥିବା ବ୍ୟକ୍ତିଙ୍କ ନାମ ଏବଂ ଠିକଣା ଗୋପନ ରଖାଯାଇଥାଏ।

ଆପଣ ନିଜର ଅଙ୍ଗପ୍ରତ୍ୟଙ୍ଗ ଦାନ କରିବା ପାଇଁ ଅନଲାଇନ କିମ୍ବା ପ୍ରତି ଚିକିତ୍ସାଳୟରେ ମିଳୁଥିବା ସ୍ୱତନ୍ତ୍ର ଫର୍ମ ପୂରଣ କରିପାରିବେ।

ଅଧିକ ପଢ଼ନ୍ତୁ: ବର୍ଷା ଦିନେ କିପରି ନେବେ ପିଲାଙ୍କ ଆଖିର ଯତ୍ନ?