ବର୍ଷାଦିନେ ବାୟୁମଣ୍ଡଳରେ ଆର୍ଦ୍ରତା ବଢ଼ିଯାଇଥାଏ। ଏହା ଆଖି ସଂକ୍ରମଣର ମୁଖ୍ୟ କାରଣ। ବଡ଼ମାନଙ୍କ ଅପେକ୍ଷା ପିଲାଙ୍କର ରୋଗପ୍ରତିରୋଧକ ଶକ୍ତି କମ୍ ଥିବାରୁ ସେମାନେ ଏହାଦ୍ୱାରା ପୀଡ଼ିତ ହେବାର ଅଧିକ ଆଶଙ୍କା ରହିଥାଏ। ଏଥିରୁ ସେମାନଙ୍କୁ କିଭଳି ରକ୍ଷା କରିବେ ଜାଣନ୍ତୁ।
– ପିଲାମାନେ ଅଜାଣତରେ ବିଭିନ୍ନ ପ୍ରକାର ଜିନିଷକୁ ଛୁଇଁଥାନ୍ତି, ସେହି ହାତକୁ ଆଖିରେ ମାରନ୍ତି। ଏହାଦ୍ୱାରା ଆଖିରେ ସଂକ୍ରମଣ ହୋଇଥାଏ। ତେଣୁ ସେମାନଙ୍କୁ ବାରମ୍ବାର ହାତ ଧୋଇବାକୁ ଶିଖାନ୍ତୁ।
-ଆଖି ଧରିବା ଭଳି ସମସ୍ୟା ସାଧାରଣତଃ ଗୋଟିଏ ପିଲାଠାରୁ ଅନ୍ୟମାନଙ୍କୁ ସଂକ୍ରମିତ ହୋଇଥାଏ। ତେଣୁ ପିଲାଙ୍କୁ ଏହାକୁ ନେଇ ସତର୍କ ରହିବା ଶିଖାନ୍ତୁ। ସେମାନେ ଯେପରି ସ୍ୱଚ୍ଛତାର ପାଳନ କରିବେ ତାହା ବୁଝାନ୍ତୁ। ସାର୍ବଜନୀନ ସ୍ଥାନ ଯେପରିକି ପାର୍କ, ମଲ୍ ପ୍ରଭୃତିରୁ ଫେରିବା ପରେ ସେମାନଙ୍କ ମୁହଁ ଓ ହାତକୁ ପରିଷ୍କାର କରାନ୍ତୁ।
-ବାରମ୍ବାର ଆଖି ମକଚିବାରୁ ପିଲାକୁ ନିବୃତ୍ତ କରାନ୍ତୁ। ଏହାଦ୍ୱାରା ହାତରେ ଥିବା ଭାଇରସ ଆଖିକୁ ସଂକ୍ରମିତ କରିଥାଏ।
-ଘରେ ସଫା ତଉଲିଆ, ବେଡସିଟ୍, ତକିଆଖୋଳ ବ୍ୟବହାର କରନ୍ତୁ। ଏହାଦ୍ୱାରା ପିଲାଙ୍କୁ ସଂକ୍ରମଣ ହେବାର ଆଶଙ୍କା ରହିବ ନାହିଁ।
– ପିଲାକୁ ପ୍ରଚୁର ପରିମାଣରେ ପାଣି ପିଇବାକୁ ଦିଅନ୍ତୁ।
-ବର୍ଷାରେ ଓଦା ହୋଇଥିଲେ ଉଷୁମ ପାଣିରେ ପିଲାକୁ ପୋଛାପୋଛି କରନ୍ତୁ।