ସ୍ତନ୍ୟପାନ କରାଇବା ସମୟରେ କେତେକ କଥା ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ। ନଚେତ ଉଭୟ ମା’ ଏବଂ ଶିଶୁ ପ୍ରତି ବିପଦ ଆସିପାରେ।

mothers milk for babyଅନେକ ମା’ ଅଣ୍ଟା ଏବଂ ପିଠିରେ କଷ୍ଟ ନ ହେବା ଲାଗି ଶିଶୁକୁ ଶୋଇ କରି କ୍ଷୀର ପିଆଇଥାନ୍ତି। ହେଲେ ଶୋଇବା ଅବସ୍ଥାରେ ଶିଶୁକୁ ସ୍ତନ୍ୟପାନ କରାଇବା ଦ୍ୱାରା ଶିଶୁର ନାକ ଚାପି ହୋଇ ଶ୍ୱାସରୁଦ୍ଧ ହେବା ଆଶଙ୍କା ଥାଏ। ତେଣୁ ସର୍ବଦା ବସି ରହି ସ୍ତନ୍ୟପାନ କରାଇବା ନିରାପଦ।

କ୍ଷୀର ଖୁଆଇବା ସମୟରେ ପିଠିରେ ତକିଆ କିମ୍ବା ଅନ୍ୟ କୌଣସି ସପୋର୍ଟ ଦେଇ ବା ଭରା ଦେଇ ବସି ଶିଶୁକୁ ଖୁଆନ୍ତୁ।

ଅନେକ ସମୟରେ ଶିଶୁକୁ ଭୋକ ଲାଗୁଥିବ ଭାବି ଅଳ୍ପ ସମୟ ବ୍ୟବଧାନରେ ମା’ମାନେ ସ୍ତନ୍ୟପାନ କରାଇଥାନ୍ତି। ଏହି କାରଣରୁ ଶିଶୁଠାରେ ଗ୍ୟାସ ଏବଂ ବାନ୍ତି ଭଳି ସମସ୍ୟା ଦେଖାଦେଇଥାଏ। ତେଣୁ ଶିଶୁକୁ ଭୋକ କଲେ ଅର୍ଥାତ ସେ କାନ୍ଦିଲେ କ୍ଷୀର ପିଆଇବା କିମ୍ବା ଦେଢ଼ରୁ ଦୁଇ ଘଣ୍ଟା ବ୍ୟବଧାନରେ ଖୁଆଇବା ଦରକାର। ଏହାଦ୍ୱାରା ଶିଶୁର ଖାଦ୍ୟ ହଜମ ହେବା ସହଜ ହୋଇଥାଏ।

mothers milk for baby's healthକ୍ଷୀର ପିଇବା ପରେ ଶିଶୁକୁ ନିଜ କାନ୍ଧରେ ପକାଇ ତା’ ପିଠିକୁ କିଛି ସମୟ ଥାପୁଡ଼ାନ୍ତୁ। ଏହାଦ୍ୱାରା ଶିଶୁ ପେଟରୁ ହାକୁଡ଼ି ଭାବେ ଗ୍ୟାସ ବାହାରି ଆସିବ ଏବଂ ସେ ବାନ୍ତି କରିବ ନାହିଁ।

ଶିଶୁକୁ ସିଧା କରି ନ ଶୁଆଇ ଗୋଟିଏ କଡ଼ରେ କିମ୍ବା ତା’ର ମୁହଁକୁ ଗୋଟେ କଡ଼କୁ କରି ଶୁଆଇବାକୁ ଚେଷ୍ଟା କରନ୍ତୁ। ସିଧା ହୋଇ ଶୋଇବା ଦ୍ୱାରା ଶିଶୁ ବାନ୍ତି କରିବା ସମୟରେ ଏହା ନାକ ଦେଇ ଭିତରକୁ ଯାଇ ନିଃଶ୍ୱାସ ବନ୍ଦ ହୋଇଯିବା ଆଶଙ୍କା ଥାଏ।

ଶିଶୁକୁ ସର୍ବଦା ଦୁଇ ସ୍ତନରୁ ସମାନ ପରିମାଣରେ କ୍ଷୀର ପିଆଇବାକୁ ଚେଷ୍ଟା କରନ୍ତୁ। ନଚେତ ଗୋଟିଏ ସ୍ତନରେ ଅଧିକ କ୍ଷୀର ଜମା ହୋଇ ପରବର୍ତ୍ତୀ ସମୟରେ ବିଭିନ୍ନ ସମସ୍ୟା ସୃଷ୍ଟି କରିଥାଏ।

mother-babyଶିଶୁ ଯଦି ଠିକ ଭାବେ କ୍ଷୀର ନ ପିଉଛି କିମ୍ବା ମା’ର ଅଧିକ କ୍ଷୀର ହେଉଛି ତେବେ ତାହା ଯେପରି ରହି ନ ଯାଏ ସେଥିପ୍ରତି ଧ୍ୟାନଦେବା ଆବଶ୍ୟକ।

ଯଦି ମା’ ପୁଷ୍ଟିହୀନତାର ଶିକାର କିମ୍ବା ଦୁର୍ବଳହୋଇଥାଏ ତେବେ ସେ କ୍ଷେତ୍ରରେ ଶିଶୁକୁ ସ୍ତନ୍ୟପାନ କରାନ୍ତୁ ନାହିଁ।

ମାନସିକ ରୋଗଗ୍ରସ୍ତ, କୁଷ୍ଠ, ଏଚଆଇଭି, ଯକ୍ଷ୍ମା, ହାଡ଼ଫୁଟି, ମିଳିମିଳା, ଜଣ୍ଡିସ ଆଦି ରୋଗ ଥିଲେ ମା’ ଶିଶୁକୁ ସ୍ତନ୍ୟପାନ କରାଇବା ଉଚିତ ନୁହେଁ।