ଗରୁଡ଼ାସନ କରିବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହ ମାନସିକ ଏକାଗ୍ରତା ବୃଦ୍ଧି ହୋଇଥାଏ।

garudasa exerciseଶାରୀରିକ ଏବଂ ମାନସିକ ଅଭିବୃଦ୍ଧି ପାଇଁ ଯୋଗର ଅବଶ୍ୟକତା ରହିଛି। ଖାଲି ସେତିକି ନୁହେଁ ଯୋଗ କରିବା ଦ୍ୱାରା ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ। ଗରୁଡ଼ାସନ ଏପରି ଏକ ଆସନ ଯେଉଁଥିରେ ଶରୀରକୁ ଗରୁଡ଼ ପକ୍ଷୀ ଭଳି କରିବାକୁ ପଡ଼ିଥାଏ।

ଗରୁଡ଼ାସନର ଉପକାରିତା

ନିୟମିତ ଗରୁଡ଼ାସନ କରିବା ଦ୍ୱାରା ହାତ ଓ ପାଦର ଶିରାପ୍ରଶିରା ମଜଭୁତ ହୋଇଥାଏ।

ଏହି ଆସନ କରିବା ଦ୍ୱାରା ଶରୀର ଫ୍ଲେକ୍ସିବଲ ହୋଇଥାଏ।

ପ୍ରତିଦିନ ଗରୁଡ଼ାସନ ଅଭ୍ୟାସ କରିଲେ ଗୋଡ଼,ବାହୁର ସ୍ନାୟୁ ଏବଂ ମାଂସପେଶୀ ଶକ୍ତ ହୋଇଥାଏ।

ପିଠିର ଉପର ଭାଗ, ଜଙ୍ଘ, କାନ୍ଧ ଫ୍ଲେକ୍ସିବଲ ହୋଇଥାଏ।

ଗରୁଡ଼ାସନ କରିବା ଫଳରେ ସାଇକାଟିକା ଏବଂ ଗଣ୍ଠି ବାତ ଭଲ ହୋଇଥାଏ।

ଗରୁଡ଼ାସନ କରିବା ଫଳରେ ମୂତ୍ରାଶୟ ଜନିତ ସମସ୍ୟା ଦୂର ହୋଇଥାଏ।

ମେରୁଦଣ୍ଡ ହାଡ଼ ଶକ୍ତ ଏବଂ ମଜଭୁତ ହୋଇଥାଏ।

ମାନସିକ ଏକାଗ୍ରତା ବୃଦ୍ଧି ହୋଇଥାଏ।

ଶାରିରୀକ ସନ୍ତୁଳନ ବଜାୟ ରଖିଥାଏ।

ମସ୍ତିଷ୍କ ଜନିତ ଅନେକ ସମସ୍ୟା ଦୂର ହୋଇଥାଏ।

garudasa exerciseକିପରି କରିବେ ଗରୁଡ଼ାସନ?

ପ୍ରଥମେ ସିଧା ହୋଇ ଠିଆ ହୁଅନ୍ତୁ ଏବଂ ନିଶ୍ୱାସ ନିଅନ୍ତୁ।

ଡାହାଣ ଗୋଡ଼ ଭୂମି ସହ ଲଗାନ୍ତୁ ଏବଂ ବାମ ଗୋଡ଼କୁ ଡାହାଣ ଗୋଡ଼ରେ ଗୁଡ଼େଇବା ପରି ରଖନ୍ତୁ।

ବର୍ତ୍ତମାନ ଦୁଇଟି ହାତକୁ ସାମ୍ନାକୁ ଆଣନ୍ତୁ ଏବଂ ପକ୍ଷୀ ପରି ମୋଡ଼ନ୍ତୁ।

ଡାହାଣ ହାତକୁ ବାମ ବାହୁ ଉପରେ ରଖନ୍ତୁ। ଉଭୟ କହୁଣୀକୁ ୯୦ ଡିଗ୍ରୀ ମୋଡ଼ି, ଡାହାଣ ହାତକୁ ବୁଲାଇ ବାମ ହାତ ଆଗକୁ ଆଣନ୍ତୁ।

ବାହୁକୁ ସମାନ୍ତରାଳ ଭାବେ ରଖନ୍ତୁ।

ସାଧାରଣ ଭାବେ ନିଶ୍ୱାସ ନିଅନ୍ତୁ ଏବଂ ୩୦ ସେକେଣ୍ଡ ଏପରି ଭାବେ ଠିଆ ହୁଅନ୍ତୁ।

ପୂର୍ବ ଅବସ୍ଥାକୁ ଫେରିବାକୁ ପୁଣି ଥରେ ଓଲଟା ପଦକ୍ଷେପ କରନ୍ତୁ।