ଶିଶୁମାନେ କ୍ଷୀର ପିଇବା ପରେ ବାନ୍ତି କରିଦିଅନ୍ତି। ବାରମ୍ବାର ବାନ୍ତି କରିବା ଫଳରେ ସେମାନଙ୍କ ଶରୀରରେ ଆବଶ୍ୟକୀୟ ଭିଟାମିନର ଅଭାବ ହେବା ସହ ଦୁର୍ବଳତା ଦେଖାଯାଇଥାଏ।
କ୍ଷୀର ଖାଇବା ପରେ ବାନ୍ତି କରିବା ସାଧାରଣ ସମସ୍ୟା। କିନ୍ତୁ ଏପରି ସମସ୍ୟା ନିୟମିତ ଚାଲୁ ରହିବା ଆଦୌ ଠିକ ନୁହେଁ। ଅନେକ ସମୟରେ ଶିଶୁ କ୍ଷୀର ଖାଇବା ପରେ ହାକୁଟି ମାରିଥାଏ। ଏହି ସମୟରେ ସେ ଖାଇଥିବା କ୍ଷୀର ବାହାରକୁ ବାହାରି ଆସେ। ଏପରି କାହିଁକି ହୁଏ ଏବଂ ବାବଦରେ ଡାକ୍ତରଙ୍କ ପରାମର୍ଶ ଜରୁରୀ।
ଶିଶୁ କ୍ଷୀର ଖାଇବା ପରେ ବାନ୍ତି କରେ କାହିଁକି?
ଛୋଟ ବେଳେ ଶିଶୁର ପାଚନ ତନ୍ତ୍ର ସଠିକ ଭାବେ ବିକଶିତ ହୋଇନଥାଏ। ତେଣୁ କ୍ଷୀର ଖାଇବା ପରେ ସେ ସହଜରେ ହଜମ କରିପାରେ ନାହିଁ। ତେଣୁ ସଙ୍ଗେ ସଙ୍ଗେ ବାନ୍ତି କରିଦେଇଥାଏ। ଏହାକୁ ଗ୍ୟାଷ୍ଟ୍ରୋଏସୋଫାଗସ ରିଫ୍ଲକ୍ସ ମଧ୍ୟ କୁହାଯାଏ।
ଶିଶୁମାନଙ୍କ ପାକସ୍ଥଳୀ ଛୋଟ ହୋଇଥିବା କାରଣରୁ ସେମାନେ ଅଧିକ କ୍ଷୀର ପିଇବା ଫଳରେ ସେମାନଙ୍କୁ ବାନ୍ତି ହୋଇଥାଏ।
କ୍ଷୀର ଖାଇବା ପରେ କାଶିବା, କାନ୍ଦିବା ଏବଂ ଥକ୍କା ଯୋଗୁଁ ସେମାନେ ବାନ୍ତି କରିଥାନ୍ତି।
ଅନେକ ସମୟରେ ମା’ ଖାଇଥିବା ଖାଦ୍ୟର ଉପାଦାନ କ୍ଷୀର ସହ ମିଶି ଶିଶୁ ପେଟକୁ ଯାଇଥାଏ। ଶିଶୁ ସେହି ଖାଦ୍ୟ ହଜମ ନକରିପାରିବା ଯୋଗୁଁ ବାନ୍ତି କରିଦିଏ।
କ୍ଷୀର ଖାଇବା ପରେ ଶିଶୁ ପାଟି ନିକଟର ମୁହଁ ଲଗାଇବା ଫଳରେ ସେମାନେ ବାନ୍ତି କରିଦେଇଥାନ୍ତି।
କ୍ଷୀର ଖାଇବା ପୂର୍ବରୁ ଖାଇଥିବା ଖାଦ୍ୟ ବାନ୍ତିର କାରଣ ହୋଇପାରେ।
ବେଳେ ବେଳେ ପେଟରେ ଗ୍ୟାସ ଯୋଗୁଁ ଶିଶୁମାନଙ୍କର ବାନ୍ତି ହୋଇଥାଏ।
ଅଧିକ ବାନ୍ତି କରିବା ଶିଶୁ ପ୍ରତି ବିପଦ କି?
କ୍ଷୀର ଖାଇବା ପରେ ବାନ୍ତି କରିବା ଦ୍ୱାରା ଶରୀରକୁ ଆବଶ୍ୟକୀୟ ପୋଷକତତ୍ୱ ମିଳିପାରେ ନାହିଁ।
ବାନ୍ତି କରିବା ଫଳରେ ଅନ୍ୟ ଖାଦ୍ୟ ମଧ୍ୟ ବାହାରକୁ ବାହାରି ଆସେ। ଯଦ୍ୱାରା ଶିଶୁ ଦୁର୍ବଳ ହୋଇପଡ଼େ।
ବାନ୍ତି ହେବା ଦ୍ୱାରା ଶରୀରରୁ ଜଳୀୟ ଅଂଶ କମି ଯାଇଥାଏ। ଫଳରେ ଶିଶୁ ଦୁର୍ବଳତା ଅନୁଭବ କରିବା ସହ ଅନ୍ୟ ଖାଦ୍ୟ ଖାଇବାକୁ ରାଜି ହୁଏ ନାହିଁ।
କିପରି ଦୂର କରିବେ ଏହି ସମସ୍ୟା?
ଶିଶୁକୁ କୋଳରେ ରଖି କ୍ଷୀର ଖାଇବାକୁ ଦେବା ଉଚିତ। ଖାଇବାକୁ ଦେବା ପରେ ସେମାନଙ୍କୁ ସମାନ ଅବସ୍ଥାରେ କିଛି ସମୟ ରଖନ୍ତୁ। ଏହା ଦ୍ୱାରା କ୍ଷୀର ଭଲ ଭାବେ ହଜମ ହୋଇଥାଏ।
କ୍ଷୀର ଖାଇବା ପରେ ଶିଶୁ ଯେପରି ନ ଖେଳେ ସେ ପ୍ରତି ଧ୍ୟାନ ଦିଅନ୍ତୁ।
ଶିଶୁକୁ ଶୋଇବା ଅବସ୍ଥାରେ ବୋତଲ କ୍ଷୀର ଦେବା ଉଚିତ ନୁହେଁ। ଏପରି କରିବା ଫଳରେ ଶିଶୁ ବାନ୍ତି କରିଦେଇଥାଏ।
କ୍ଷୀର ଖୁଆଇବା ବେଳେ ଅନ୍ୟ କୌଣସି କାମ କରନ୍ତୁ ନାହିଁ। ଏହା ଦ୍ୱାରା ଶିଶୁ ଠିକ ଭାବେ କ୍ଷୀର ଖାଇପାରିନଥାଏ ଏବଂ ବାନ୍ତି କରିଦେଇଥାଏ।
ଶିଶୁକୁ ଭୋକ ଲାଗୁଥିବା ସମୟରେ କ୍ଷୀର ଖାଇବାକୁ ଦିଅନ୍ତୁ। ନଚେତ ଅଧିକ କ୍ଷୀର ଖାଇବା ଯୋଗୁଁ ବାନ୍ତି ହୋଇପାରେ।
ସେମାନଙ୍କୁ ଅଧିକ ଟାଇଟ ପୋଷାକ ପିନ୍ଧାନ୍ତୁ ନାହିଁ ଯେପରିକି ସେମାନଙ୍କୁ ଅସହଜ ମନେ ନ ହୁଏ।