ଶିଶୁର ଓଜନ ତାଙ୍କ ଶାରୀରିକ ବିକାଶ ଉପରେ ପ୍ରଭାବ ପକାଇଥାଏ। ତେଣୁ ଶିଶୁର କେଉଁ ବୟସରେ କେତେ ଓଜନ ରହିବା ଆବଶ୍ୟକ ଆସନ୍ତୁ ଜାଣିବା।

Childଜନ୍ମ ପରେ ବାପାମା’ ଶିଶୁର ଓଜନକୁ ନେଇ ଚିନ୍ତିତ ହୋଇପଡ଼ନ୍ତି। ସେମାନେ ଅନୁଭବ କରନ୍ତି ଯେ ଅନ୍ୟ ପିଲାମାନଙ୍କ ତୁଳନାରେ ସେମାନଙ୍କ ଶିଶୁର ଓଜନ କମ। ଉପଯୁକ୍ତ ଖାଇବା ପରେ ମଧ୍ୟ ଶିଶୁର ଓଜନକୁ ନେଇ ଦ୍ୱନ୍ଦ୍ୱରେ ଥାଆନ୍ତି।

ବୟସ ଅନୁସାରେ ଶିଶୁର ଓଜନ କେତେ ରହିବା ଉଚିତ?

ଜନ୍ମର ତିନି ମାସ ପର୍ଯ୍ୟନ୍ତ ଓଜନ ପ୍ରତି ସପ୍ତାହରେ ୧୭୫ରୁ ୨୦୦ ଗ୍ରାମ ବଢ଼ିବା ଆବଶ୍ୟକ।

୫ ମାସ ସୁଦ୍ଧା ଶିଶୁର ଓଜନ ତାଙ୍କ ଓଜନଠାରୁ ଦୁଇଗୁଣ ହେବା ଉଚିତ।

ବର୍ଷକୁ ବର୍ଷ ଶିଶୁର ଓଜନ ପ୍ରାୟ ୪୦୦ ଗ୍ରାମ ହେବା ଆବଶ୍ୟକ।

୧ ବର୍ଷ ସୁଦ୍ଧା ଶିଶୁର ଓଜନ ଜନ୍ମ ହେବାର ସମୟରେ ଥିବା ଓଜନଠାରୁ ତିନି ଗୁଣ ହେବା ଦରକାର।

୨ ବର୍ଷରେ ଶିଶୁର ଓଜନ ତାହାର ଜନ୍ମ ହେବା ଓଜନଠାରୁ ୪ ଗୁଣ ହେବା ଆବଶ୍ୟକ।

୩ ବର୍ଷରେ ଶିଶୁର ଓଜନ ପ୍ରାୟ ଜନ୍ମ ଓଜନଠାରୁ ୫ ଗୁଣ ହେବା ଉଚିତ।

୫ ବର୍ଷ ବୟସରେ ଶିଶୁର ଓଜନ ପ୍ରାୟ ୬ ଗୁଣ ଅଧିକ ହେବା ଶିଶୁ ସ୍ୱାସ୍ଥ୍ୟ ପାଇଁ ଭଲ।

୭ ବର୍ଷ ବେଳକୁ ଶିଶୁର ଓଜନ ଜନ୍ମ ଓଜନଠାରୁ ୮ ଗୁଣ ଅଧିକ ଜରୁରୀ।

୩ରୁ ୭ ବର୍ଷ ମଧ୍ୟରେ ଶିଶୁର ବାର୍ଷିକ ହାରାହାରି ୨ କିଲୋଗ୍ରାମ ଏବଂ ଯୁବାବସ୍ଥାରେ ବର୍ଷକୁ ପ୍ରାୟ ୩ କିଲୋଗ୍ରାମ ଓଜନ ବଢ଼ିବା ଉଚିତ।

babyଶିଶୁର ଓଜନ କିପରି ବଢ଼ାଇବେ?

ଶିଶୁମାନଙ୍କ ଓଜନ ବଢ଼ାଇବା ପାଇଁ ମା’ କ୍ଷୀର ହେଉଛି ସବୁଠାରୁ ଭଲ ବିକଳ୍ପ। ସ୍ତନ୍ୟପାନ ସବୁଠାରୁ ପୁଷ୍ଟିକର, ସୁସ୍ଥ, ସନ୍ତୁଳିତ ଏବଂ ଉତ୍ତମ ହୋଇଥାଏ। ମା’ କ୍ଷୀରରୁ ଶିଶୁକୁ ଆବଶ୍ୟକୀୟ ପୋଷକ ତତ୍ୱ ମିଳିଥାଏ। ଯାହା ଦ୍ୱାରା ଶିଶୁର ନିଜ ବୟସ ଅନୁଯାୟୀ ଓଜନ ବୃଦ୍ଧି ହୋଇଥାଏ।

ଶିଶୁର ଓଜନ ବାପାମା’ଙ୍କ ଜେନେଟିକ ଆଧାର ଉପରେ ନିର୍ଭର କରିଥାଏ।

ଶିଶୁକୁ ସଠିକ ସ୍ଵାସ୍ଥ୍ୟକର ଖାଦ୍ୟ ଖାଇବାକୁ ଦିଅନ୍ତୁ। ଏହା ଦ୍ୱାରା ଶିଶୁକୁ ପର୍ଯ୍ୟାପ୍ତ ପରିମାଣରେ ଭିଟାମିନ ମିଳିଥାଏ ଏବଂ ଶିଶୁର ଓଜନ ବୃଦ୍ଧି ହୋଇଥାଏ।

ଅଧିକ ମୋଟା ଦେଖା ଯାଉଥିବା ଶିଶୁଙ୍କ ଓଜନ ଠିକ ଅଛି ଏବଂ ସେମାନେ ଶାରୀରିକ ଭାବେ ସମ୍ପୂର୍ଣ୍ଣ ସୁସ୍ଥ ଭାବିବା ଭୁଲ କଥା। ଛୋଟ ବେଳେ ଅନେକ ପିଲା ମେଦ ବହୁଳତା ରୋଗରେ ଶିକାର ହୋଇଥାନ୍ତି।

baby foodଅଧିକ ଚର୍ବିଯୁକ୍ତ ଖାଦ୍ୟ ପିଲାମାନଙ୍କୁ ଖାଇବାକୁ ଦିଅନ୍ତୁ ନାହିଁ।

ପିଲାମାନଙ୍କ ଖାଇବା ଏବଂ ଶୋଇବା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ସୂଚୀ ପ୍ରସ୍ତୁତ କରନ୍ତୁ।

ପିଲାମାନଙ୍କୁ ବାଧ୍ୟ କରି କୌଣସି ଖାଦ୍ୟ ଦିଅନ୍ତୁ ନାହିଁ। ଅଧିକ ଖୁଆଇବା ଫଳରେ ପିଲାଙ୍କୁ ବାନ୍ତି ହୋଇଥାଏ ଏବଂ ସେମାନେ ଦୁର୍ବଳ ହୋଇପଡ଼ନ୍ତି।

ସେମାନଙ୍କୁ ଛୋଟ ଛୋଟ କାମ କରିବାକୁ ଦିଅନ୍ତୁ। ଯାହା ଫଳରେ ସେମାନଙ୍କୁ ଭୋକ ଲାଗିବ ଏବଂ ସେମାନେ ଠିକ ଖାଦ୍ୟ ଖାଇପାରିବେ।