ଛୋଟ ଛୁଆମାନେ ସହଜରେ ଶୋଇବାକୁ ରାଜି ହୁଅନ୍ତି ନାହିଁ। ଏପରି ସ୍ଥଳେ ରାତିରେ ସେମାନଙ୍କୁ ଶୁଆଇବା ପାଇଁ ଆପଣାନ୍ତୁ ଟିପ୍ସ।

sleepଛୋଟ ବେଳେ ଅନେକ ପିଲା ରାତିରେ ଶୁଅନ୍ତି ନାହିଁ କିମ୍ବା ବିଳମ୍ବରେ ଶୋଇଥାନ୍ତି। ପିଲା ଅଧିକ ରାତି ଯାଏଁ ଖେଳିବା ଯୋଗୁଁ ବାପା ମା’ମାନେ ଠିକରେ ଶୋଇ ପାରିନଥାନ୍ତି। ରାତିରେ ଛୋଟ ପିଲା ନ ଶୋଇବା ଦ୍ୱାରା ଉଭୟ ବାପମା’ ଚିନ୍ତିତ ହୋଇପଡ଼ନ୍ତି। ଏଥିପାଇଁ ଶିଶୁର ସ୍ୱାସ୍ଥ୍ୟବସ୍ଥା ମଧ୍ୟ ଖରାପ ହୋଇଯାଏ। ରାତିରେ ନ ଶୋଇବା ଯୋଗୁଁ ଛୁଆ ଦିନ ସାରା ଚିଡ଼ଚିଡ଼ ହୋଇଥାଏ। ଏପରି ସ୍ଥଳେ ପିଲାର ଖାଦ୍ୟପେୟ ଦିଗରେ ବିଶେଷ ଧ୍ୟାନ ଦିଅନ୍ତୁ। ଯଦ୍ୱାରା ଶିଶୁ ସେସବୁ ରାତିରେ ଖାଇବା ଫଳରେ ଭଲ ନିଦରେ ଶୋଇପାରିଥାଏ।

ପିଲା ରାତିରେ ଠିକରେ ଶୁଏ ନାହିଁ କାହିଁକି?

ଦିନସାରା ଖେଳିବା ଯୋଗୁଁ ପିଲା କ୍ଲାନ୍ତ ହୋଇଯାଇଥାଏ। ଫଳରେ ପିଲାକୁ ରାତିରେ ନିଦ ଆସେ ନାହିଁ।

ପିଲା ଶୋଉଥିବା ବିଛଣାରେ କୌଣସି ଅସୁବିଧା ଅର୍ଥାତ ତକିଆ କିମ୍ବା ବେଡସିଡ ସଫା ନଥିଲେ ପିଲାକୁ ନିଦ ଆସିନଥାଏ।

ପିଲା ରାତିରେ ଖାଇଥିବା ଖାଦ୍ୟ ପେଟରେ ସମସ୍ୟା ସୃଷ୍ଟି କରିବା ସକାଶେ ଛୁଆ ଠିକ ଭାବେ ଶୋଇପାରିନଥାଏ।

ଶୋଇବା ଘରର ଲାଇଟ ଏବଂ ଫ୍ୟାନ ଶିଶୁ ଉପରେ ପ୍ରଭାବ ପକାଏ।

କ୍ଷୀର ଜାତୀୟ ଖାଦ୍ୟ, ଛେନା, ଅଣ୍ଡା, ଶସ୍ୟ, ଓଟସ୍‌ ଏବଂ ସୋୟାରୁ ପ୍ରସ୍ତୁତ ଖାଦ୍ୟ ଖାଇବା ଦ୍ୱାରା ଶିଶୁକୁ ଜଲଦି ନିଦ ଆସିଥାଏ। ଏଥିରେ ଥିବା ଟ୍ରିପ୍ଟୋଫେନ ନାମକ ତତ୍ତ୍ୱ ଯାହା ମସ୍ତିଷ୍କକୁ ନିଦ ଆସୁଥିବା ମେଲାଟୋନିନ ହରମୋନକୁ ପ୍ରସ୍ତୁତ କରିଥାଏ। ଖାଦ୍ୟ ସଠିକ ଭାବେ ହଜମ ହେଲେ ଭଲ ନିଦ ହୋଇଥାଏ।

ଦଲିଆ

ଦଲିଆ ପିଲାଙ୍କ ଖାଦ୍ୟ ଭାବେ ବେଶ ଜଣାଶୁଣା। ପିଲାଙ୍କ ସ୍ୱାସ୍ଥ୍ୟ ପାଇଁ ଏହି ଖାଦ୍ୟ ବହୁତ ଲାଭଦାୟକ ହୋଇଥାଏ। ଏହା ହାଲୁକା ହେବା ସହିତ ବହୁତ ସହଜରେ ହଜମ ହୋଇଥାଏ। ରାତି ଖାଇବାରେ ପିଲାକୁ ନିଶ୍ଚିତ ଭାବେ ଦଲିଆ ଦିଅନ୍ତୁ। ଯାହା ଦ୍ୱାରା ଶିଶୁ ଭଲ ନିଦରେ ଶୋଇପାରିବ।

sleepଚାଉଳ

ବ୍ରାଉନ ରାଇସ ସ୍ୱାସ୍ଥ୍ୟ ପାଇଁ ଅଧିକ ପୃଷ୍ଟିକର ହୋଇଥାଏ। ଏହି ଚାଉଳ ସହଜରେ ଏବଂ ଶୀଘ୍ର ହଜମ ହୋଇଯାଏ। ତେଣୁ ଶିଶୁକୁ ରାତି ଖାଇବାରେ ଏହି ଚାଉଳ ଖାଇବାକୁ ଦିଅନ୍ତୁ।

କଦଳୀ

କଦଳୀରେ ପୋଟାସିୟମ ଏବଂ ମ୍ୟାଗ୍ନେସିୟମ ଭରି ରହିଥାଏ। ଯାହା ମାଂସପେଶୀକୁ ଆରାମ ଦେଇଥାଏ। ଆପଣ ରାତ୍ରି ଭୋଜନରେ ପିଲାକୁ କ୍ଷୀର ସହିତ କଦଳୀ ଖାଇବାକୁ ଦେଇପାରିବେ।

କିପରି ରାତିରେ ପିଲାଙ୍କୁ ଶୁଆଇବେ?

ପିଲା ସହିତ ଦିନଯାକ ବହୁତ ଖେଳନ୍ତୁ ଏବଂ ସନ୍ଧ୍ୟା ସମୟରେ କୌଣସି ଶାନ୍ତ କିମ୍ବା ହାଲୁକା ଗେମ ଖେଳନ୍ତୁ। ଏମିତି କଲେ ପିଲା ରାତିରେ ଥକି ଯାଇ ଜଲଦି ଶୋଇ ପଡ଼ିଥାଏ।

ଅନେକ ପିଲା ରାତିରେ ଗାଧୋଇବା ଦ୍ୱାରା ଭଲଭାବେ ଶୋଇପଡ଼ିଥାନ୍ତି। ପିଲାକୁ ଶୁଆଇବାର ଏକ ରୁଟିନ ପ୍ରସ୍ତୁତ କରିଦିଅନ୍ତୁ। ପିଲାକୁ ଠିକ ସମୟରେ ଶୋଇବା ଏବଂ ଉଠାଇବାର ରୁଟିନ କରନ୍ତୁ।

ରାତିରେ ପିଲା ଶୋଇବା ରୁମରେ ଅଳ୍ପ ଆଲୋକ ଦେଉଥିବା ଲାଇଟ ଲଗାନ୍ତୁ। ଏହା ଦ୍ୱାରା ସେମାନେ ଜଲଦି ଶୋଇ ପଡ଼ିଥାଆନ୍ତି।