ଅଫିସରେ କାମ କରୁଥିବା ସମୟରେ ନିଦ ଲାଗିବା ସମସ୍ୟା ସୃଷ୍ଟି କରିପାରେ। ସେସବୁରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ଟିପ୍ସ।
ଅଫିସରେ କାମ କରୁଥିବା ବେଳେ କିଛି ଲୋକଙ୍କୁ ନିଦ ଲାଗିଥାଏ। ଆଉ କିଛି ଲୋକ ଅଫିସରେ ଶୋଇପଡ଼ିଥାନ୍ତି। ଏପରି ଶୋଇବା ଫଳରେ ଅଫିସରେ ଅନେକ ସମସ୍ୟା ଦେଖାଦେଇଥାଏ। ଅଫିସ ସମୟରେ ନିଦ କାହିଁକି ଆସୁଛି ସେ ବାବଦରେ ପ୍ରଥମେ ଜାଣିବା ଆବଶ୍ୟକ। ନିଦ ଆସିବାର କାରଣ ବାବଦରେ ଜାଣିବା ପରେ ସେସବୁରୁ ନିଜକୁ ଦୂରେଇ ରଖିବା ସମ୍ଭବ ହୋଇପାରିବ।
ନିଦ ଆସିବାର କାରଣ
ପାଣି କମ ପିଇବା ଯୋଗୁଁ ଅସମୟରେ ନିଦ ଆସିଥାଏ।ତେଣୁ ଆବଶ୍ୟକ ଅନୁସାରେ ପାଣି ପିଅନ୍ତୁ। ପ୍ରଚୁର ପାଣି ପିଇବା ଫଳରେ ଶରୀରରେ ପାଣିର ଅଭାବ ରହିବ ନାହିଁ ଓ ଆପଣ ସୁସ୍ଥ ରହିବେ। ଆବଶ୍ୟକତାରୁ କମ୍ ପାଣି ପିଇଲେ ଶରୀରରେ ପାଣିର ଅଭାବ ଯୋଗୁଁ ବ୍ୟକ୍ତିଙ୍କ ସ୍ୱଭାବ ଚିଡ଼ଚିଡ଼ା ହୋଇଯାଏ ଓ କୌଣସି କାମ ନ କରି ମଧ୍ୟ ତାଙ୍କୁ ଥକ୍କା ଲାଗେ। ତେଣୁ ଅଫିସରେ କାମ କରିବା ସମୟରେ ତାଙ୍କୁ ନିଦ ଲାଗିଥାଏ।
ରାତିରେ କମ ଶୋଇବା ଯୋଗୁଁ ଅଫିସରେ କାମ କରୁଥିବା ସମୟରେ ନିଦ ଆସିଥାଏ। ଯଦି ଆପଣ ରାତିରେ ଭଲ ଭାବେ ନ ଶୁଅନ୍ତି ତେବେ ଦିନ ସାରା ଆପଣଙ୍କୁ ଥକ୍କାପଣ ଅନୁଭବ ହୋଇଥାଏ। କୌଣସି କାମ କରିବାକୁ ଇଚ୍ଛା ହୋଇନଥାଏ। ଅଫିସରେ ବସିବାମାତ୍ରେ ହିଁ ନିଦ ଆସିଥାଏ। ତେଣୁ ସବୁବେଳେ ରାତିରେ ଠିକ ସମୟରେ ଏବଂ ଶରୀରର ଆବଶ୍ୟକତା ଅନୁସାରେ ଶୋଇବା ଉପରେ ଧ୍ୟାନ ଦିଅନ୍ତୁ।
ବ୍ୟକ୍ତି ମାନସିକ ଅବସାଦରେ ରହିଲେ ସେମାନଙ୍କୁ ଥକ୍କାପଣ ଏବଂ ଅଳସୁଆ ଅନୁଭବ ହୋଇଥାଏ। ଏହି କାରଣରୁ ଆପଣଙ୍କୁ ଦିନ ସାରା ନିଦ ଲାଗିଥାଏ। ଫଳରେ ଅଫିସରେ କାମ କରିବା ସମୟରେ କାମରେ ମନ ନ ଲାଗି ନିଦ ଆସିଥାଏ।
ଅନେକ ଲୋକ ମଧ୍ୟାହ୍ନ ଭୋଜନରେ ଅଧିକ ଖାଦ୍ୟ ଖାଇବା ପାଇଁ ପସନ୍ଦ କରନ୍ତି। ଯାହା ଫଳରେ ସେମାନଙ୍କୁ ନିଦ ଆସିଥାଏ। ଅଫିସରେ ଲଞ୍ଚ କରିବା ପରେ କାମ ନ କରି ଶୋଇବାକୁ ଇଚ୍ଛା ହୁଏ।
ଅଫିସ ଲଞ୍ଚ ବ୍ରେକରେ ଅଧିକାଂଶ ଲୋକ ଅଧିକ ଲୁଣ, ମିଠା ଓ ପ୍ରୋଟିନଯୁକ୍ତ ଖାଦ୍ୟ ଯଥା ପନିର ଏବଂ ସାମୁଦ୍ରିକ ଖାଦ୍ୟ ଖାଇଥାନ୍ତି। ଏହି ଖାଦ୍ୟକୁ ଅନ୍ୟ ଭାଷାରେ ‘ସ୍ଲିପର୍ସ’ କୁହାଯାଇଥାଏ। ଏପରି ଖାଦ୍ୟ ଖାଇବା ଦ୍ୱାରା ଶିରାପ୍ରଶିରାରେ ରକ୍ତ ଚାଳନ କମି ଯାଇଥାଏ। ଯାହା ଫଳରେ ଆମକୁ ପ୍ରବଳ ନିଦ ଆସିଥାଏ।
ନିଦ ନ ଆସିବା ପାଇଁ କ’ଣ କରିବେ?
କାମ କରୁଥିବା ସମୟରେ ଯଦି ନିଦ ଆସୁଛି ତେବେ କିଛି ସମୟ ପାଇଁ କାମରୁ ବିରତି ନିଅନ୍ତୁ। ଏପରି କରିବା ଫଳରେ ନିଦ ଆସିନଥାଏ।
ନିଜ ଜାଗାରୁ ଉଠି ବାହାରେ କିଛି ବୁଲାବୁଲି କରନ୍ତୁ। ଏହା ଦ୍ୱାରା ନିଦ ଭାଙ୍ଗି ଯାଇଥାଏ।
ଅଫିସରେ ନିଦ ଆସୁଥିଲେ ଚା’ ପିଅନ୍ତୁ। କିନ୍ତୁ ମନେ ରଖନ୍ତୁ ଅଧିକ ଚା’ ଶରୀର ପକ୍ଷେ କ୍ଷତିକାରକ।
ଅଫିସରେ ଚୁଇଁଗମ ଚୋବାଇ ଫଳରେ ନିଦ ଆସିନଥାଏ। ଯଦି ଚୁଇଁଗମ ପସନ୍ଦ ନୁହେଁ ତେବେ ବାଦାମ ଚୋବାଇ ପାରିବେ। ଏପରି କରିବା ଫଳରେ ନିଦ ଆସିନଥାଏ।
ନିଦ ଆସିଲେ କମ୍ପ୍ୟୁଟର ସାମ୍ନାରେ ବସନ୍ତୁ ନାହିଁ। କମ୍ପ୍ୟୁଟର ପରଦାରେ ଥିବା ଆଲୋକ ଯୋଗୁଁ ଆଖିକୁ ନିଦ ଆସିଥାଏ। ତେଣୁ କିଛି ସମୟ କମ୍ପ୍ୟୁଟର ପାଖରୁ ଦୂରେଇ ଯିବା ଫଳରେ ନିଦ ଭାଙ୍ଗି ଯାଇଥାଏ।
ଆପଣ ବ୍ୟବହାର କରୁଥିବା ପ୍ରିଣ୍ଟର, ଜେରକ୍ସ ମେସିନ ନିଜ ବସିବା ସ୍ଥାନଠାରୁ କିଛି ଦୂରରେ ରଖନ୍ତୁ। ଏହା ଦ୍ୱାରା ଆପଣ କାମ ବାହାନାରେ କିଛି ସମୟ ବସିବା ସ୍ଥାନରୁ ଉଠି ଅନ୍ୟ ଜାଗାକୁ ଯାଇପାରିବେ। ଏପରି କରିବା ଫଳରେ ନିଦ ଆସିନଥାଏ।
ନିଜ ଅଫିସ କ୍ୟାବିନ ଭିତରେ ଏସି ସବୁ ସମୟରେ ଖୋଲା ରଖନ୍ତୁ ନାହିଁ। ଏହା ଦ୍ୱାରା କାମ କରୁଥିବା ସମୟରେ ଆଖିକୁ ନିଦ ଆସିପାରେ।