ଅଧିକ ପଢ଼ନ୍ତୁ: ପାଣି ପିଇବା ବେଳେ କରନ୍ତୁନି ଏହି ଭୁଲ
ତମ୍ବା ପାତ୍ରରେ ପାଣି ପିଇବା ଶରୀର ପାଇଁ ଅତ୍ୟନ୍ତ ଲାଭକାରୀ।
ତମ୍ବା ପାତ୍ରରେ ରଖାଯାଉଥିବା ପାଣି ସଂମ୍ପୂର୍ଣ୍ଣ ଭାବେ ଶୁଦ୍ଧ ହୋଇଥାଏ। ଏହା ଡାଇରିଆ ଓ ଅନ୍ୟ ରୋଗ ସୃଷ୍ଟି କରୁଥିବା ଜୀବାଣୁକୁ ନଷ୍ଟ କରି ଦେଇଥାଏ।
ଯଦି ଆପଣ ରାତି ସାରା କିମ୍ବା ୪-୫ ଘଣ୍ଟା ଧରି ପାଣିକୁ ତମ୍ବା ପାତ୍ରରେ ରଖନ୍ତି ତା’ ହେଲେ ସେଥିରେ ତମ୍ବାର ଗୁଣ କିଛି ପରିମାଣରେ ଆସିଯାଇଥାଏ।
ତମ୍ବା ପାତ୍ରରେ ପାଣି ରଖି ପିଇଲେ ଆର୍ଥାଇଟିସ୍ ସମସ୍ୟା ଭୋଗୁଥିବା ଲୋକେ ଉପକାର ପାଇଥା’ନ୍ତି। ଆମେରିକୀୟ କ୍ୟାନସର ସୋସାଇଟି ଅନୁସାରେ, ତମ୍ବା ପାତ୍ରରୁ ପାଣି ପିଇଲେ କର୍କଟ ରୋଗ ବିସ୍ତାର ହେବାର ଆଶଙ୍କା କମେ। ଏହାଛଡ଼ା ତମ୍ବା କୋଲେଷ୍ଟ୍ରଲ ଏବଂ ଟ୍ରାଇଗ୍ଲେସିରାଇଡ୍ ସ୍ତରକୁ ହ୍ରାସ କରିଥାଏ।
ତମ୍ବା ପାତ୍ରରେ ପାଣି ପିଇବା ରକ୍ତହୀନତାକୁ ରୋକିଥାଏ।
ତମ୍ବା ପାତ୍ରରୁ ପାଣି ପିଇଲେ ପେଟ ସମ୍ବନ୍ଧୀୟ ସବୁ ପ୍ରକାର ସମସ୍ୟା ଦୂର ହୋଇଥାଏ। ପେଟ ଦରଜ, ଗ୍ୟାସ୍, କୋଷ୍ଠକାଠିନ୍ୟ, ଏସିଡିଟିରୁ ଉପଶମ ମିଳିଥାଏ।
ଏହାଛଡ଼ା ତମ୍ବା ପାତ୍ରର ପାଣି ଯକୃତ ଓ ବୃକକ୍କୁ ସୁରକ୍ଷିତ ରଖିଥାଏ। ସଂକ୍ରମଣରୁ ଏହା ରକ୍ଷା କରେ। ଏଥିରେ ଥିବା ମିନେରାଲ୍ସ ଥାଇରଏଡ୍ ରୋଗ ଦୂର ପାଇଁ ଉପଯୋଗୀ ହୋଇଥାଏ। ତମ୍ବାରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଅକାଳ ବାର୍ଦ୍ଧକ୍ୟକୁ ରୋକିବାରେ ସହାୟକ ହୁଏ।
ଅଧିକ ପଢ଼ନ୍ତୁ: ଆପଣ ସଠିକ୍ ସମୟରେ ପାଣି ପିଉଛନ୍ତି ତ? – ଯଦି ପିଉନାହାନ୍ତି, ଜାଣି ରଖନ୍ତୁ