ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସବୁଜ ପନିପରିବା ଜୁସ ବେଶ ଉପାଦେୟ। ଶରୀରକୁ ବିଭିନ୍ନ ସମସ୍ୟାରୁ ରକ୍ଷା କରିବା ପାଇଁ ପ୍ରତ୍ୟେକ ଦିନ ସବୁଜ ଜୁସ ପିଅନ୍ତୁ।
ଅଧିକ ପଢ଼ନ୍ତୁ: ଖାଦ୍ୟ ସୁରକ୍ଷାକୁ ନେଇ ‘WHO’ର ୫ଟି ମନ୍ତ୍ର
ସବୁଜ ପନିପରିବା ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ। କେତେକ ପନିପରିବା ଜୁସ ପିଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଶରୀରକୁ ବିଭିନ୍ନ ବାହ୍ୟ ସଂକ୍ରମଣରୁ ମୁକ୍ତି କରିବା ନିମନ୍ତେ ନିୟମିତ ଭାବେ ସବୁଜ ପନିପରିବା ଜୁସ ପିଇବା ଆବଶ୍ୟକ।
କାକୁଡ଼ି ରସ ଶରୀରର ଫ୍ୟାଟ କମ କରିବା ସହ ସଠିକ ଭାବେ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ।
ଉଚ୍ଚ ରକ୍ତଚାପ ଏବଂ କିଡନୀ ରୋଗରେ ଆକ୍ରାନ୍ତ ବ୍ୟକ୍ତି ନିୟମିତ କାକୁଡ଼ି ଜୁସ ପିଅନ୍ତୁ। ଏହା ଦ୍ୱାରା ଶରୀରର ରକ୍ତ ସଫା ହେବା ସହ ରକ୍ତଚାପ ନିୟନ୍ତ୍ରଣ ରହିଥାଏ।
ଧନିଆ ରସରେ କମ କ୍ୟାଲୋରୀ ରହିଥାଏ ଯାହା ଓଜନ କମ କରିବାରେ ସାହଯ୍ୟ କରିଥାଏ। ଧନିଆ ପତ୍ର ରସ ପିଇବା ଦ୍ୱାରା କିଡନୀ ସମସ୍ୟା ମଧ୍ୟ ଦୂର ହୋଇଥାଏ।
ମଧୁମେହ ରୋଗର ଉପଶମ ପାଇବା ପାଇଁ ପ୍ରତିଦିନ ସକାଳେ ପାଳଙ୍ଗ ଏବଂ ଜୁଆଣି ପତ୍ର ରସ ପିଅନ୍ତୁ। ଏପରି କଲେ ମଧୁମେହ ରୋଗ ଭଲ ହୋଇଥାଏ।
ମୁଣ୍ଡ ବ୍ୟଥା ହେଉଥିଲେ ବନ୍ଧାକୋବି ପତ୍ର ଜୁସ ପିଅନ୍ତୁ। ଅଧକପାଳି ମୁଣ୍ଡ ବିନ୍ଧୁଥିଲେ ବନ୍ଧାକୋବି ଜୁସ ପିଇବା ଫଳରେ ବିନ୍ଧା କମିଥାଏ।
ସପୁରୀ ରସ ପିଇବା ଫଳରେ ବଦହଜମି ଏବଂ ଥଣ୍ଡା ସମସ୍ୟାରୁ ମୁକ୍ତି ମିଳିଥାଏ।
କ୍ଲାନ୍ତି ଜନିତ ଥକ୍କାପଣ ଅନୁଭବ କରୁଥିଲେ ଗ୍ରୀନ ଆପେଲ ରସ ପିଅନ୍ତୁ। ଯଦ୍ୱାରା ଆପଣ ଆରାମ ଅନୁଭବ କରିପାରିବେ।
ଗାଜର ଶରୀର ପାଇଁ ବେଶ ଫଳପ୍ରଦ ହୋଇଥାଏ। ଗାଜର ଖାଇବା ଏବଂ ଗାଜର ରସ ପିଇବା ଦ୍ୱାରା ଓଜନ କମ ହୋଇଥାଏ। ଗାଜରରେ ଥିବା ପ୍ରଚୁର ମାତ୍ରାରେ ଫାଇବର ଶରୀରର ହାଡ଼କୁ ମଜଭୁତ କରିବାରେ ସାହାଯ୍ୟ କରିଥାଏ।
ବନ୍ଧାକୋବି ଜୁସ ପିଇବା ଦ୍ୱାରା ଶରୀରକୁ ଶକ୍ତି ମିଳିବା ସହ ଭୋକ କମ ଲାଗିଥାଏ। ଏଥିରେ ଥିବା ଭିଟାମିନ ସି ଏବଂ ଆଣ୍ଟିଅକ୍ସିଡାଣ୍ଟ ସଠିକ ମେଟାବଲିଜିମରେ ସାହାଯ୍ୟ କରିଥାଏ।
ଅଧିକ ପଢ଼ନ୍ତୁ: ଖାଲି ପେଟରେ ଏହି ଖାଦ୍ୟ ଖାଆନ୍ତୁ ନାହିଁ