ଜୁଆଣି ଫୁଲ ଭଳି ଜୁଆଣି ପତ୍ର ଶରୀର ପାଇଁ ଲାଭଦାୟକ। ଜୁଆଣି ପତ୍ର ଖାଇବା ଦ୍ୱାରା ସଠିକ ହଜମ ହେବା ସହ ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରୁ ଉପଶମ ମିଳିଥାଏ।
ଜୁଆଣି ପତ୍ର ଏବଂ ଏହାର ରସ ଖାଇବା ଦ୍ୱାରା ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ। ଜୁଆଣି ପତ୍ରକୁ ଇଂରାଜୀରେ ଅଜ୍ୱାଇନ୍ କିମ୍ବା କେରମ ପତ୍ର କୁହାଯାଏ। ଏହା ପାଟିକୁ ରାଗ ଲାଗୁଥିଲେ ମଧ୍ୟ ଅନେକ ରୋଗର ଔଷଧ ଭଳି କାମ କରିଥାଏ।
ପେଟ ବ୍ୟଥା ଦୂର କରେ
ଜୁଆଣି ପତ୍ର ପେଟ ପାଇଁ ବେଶ ଲାଭଦାୟକ ହୋଇଥାଏ। ଜୁଆଣି ପତ୍ର ଖାଇବା ଦ୍ୱାରା ପେଟରେ ହୋଇଥିବା ସଂକ୍ରମଣ ଏବଂ ବିଭିନ୍ନ ପେଟ ରୋଗ ଭଲ ହୋଇଥାଏ। ଅଧିକ ପେଟ ବ୍ୟଥା ହେଉଥିଲେ ଜୁଆଣି ପତ୍ର ଚୋବାଇ ଖାଇବା ଫଳରେ ଏଥିରୁ ଉପଶମ ମିଳିଥାଏ।
ସଠିକ ହଜମ କରାଏ
ଜୁଆଣି ପତ୍ର ହଜମ ପ୍ରକ୍ରିୟାକୁ ତ୍ୱରିତ କରିବାରେ ସାହାଯ୍ୟ କରିଥାଏ। ପ୍ରତିଦିନ ଖାଇ ସାରିବା ପରେ ଜୁଆଣି ପତ୍ର ଖାଇବା ଫଳରେ ଖାଦ୍ୟ ଠିକ ଭାବେ ହଜମ ହୋଇଥାଏ। ଏହି ପତ୍ର ଖାଇବା ଦ୍ୱାରା ଛୋଟ ଛୁଆମାନଙ୍କର ମଧ୍ୟ ହଜମ ଭଲ ଭାବରେ ହୋଇଥାଏ।
ମୁହଁ ଦୁର୍ଗନ୍ଧ ଦୂର କରେ
ଜୁଆଣି ପତ୍ର ଖାଇଲେ ମୁହଁର ଦୁର୍ଗନ୍ଧ ଦୂର ହୋଇଥାଏ। ଏହି ପତ୍ର ମାଉଥ ଫ୍ରେସନର ଭଳି କାମ କରେ। ନିୟମିତ ଭାବେ ଜୁଆଣି ପତ୍ର ଚୋବାଇବା ଫଳରେ ମୁଖ ଦୁର୍ଗନ୍ଧରୁ ମୁକ୍ତି ମିଳିଥାଏ।
ଥଣ୍ଡା ଭଲ କରେ
ଜୁଆଣି ପତ୍ରର ରସ ସହ ମହୁ ମିଶାଇ ପିଇଲେ ସାଧାରଣ ଥଣ୍ଡା ଜ୍ୱର ଭଲ ହୋଇଯାଏ। ଛାତିରେ କଫ ଜମାଟ ବାନ୍ଧି ପ୍ରବଳ କାଶ ହେଉଥିଲେ ଜୁଆଣି ପତ୍ର ଖାଇବା ଦ୍ୱାରା ଉପଶମ ମିଳିଥାଏ।
ମଧୁମେହ ନିୟନ୍ତ୍ରଣରେ ରହିଥାଏ
ଜୁଆଣି ପତ୍ର ମଧୁମେହ ରୋଗୀଙ୍କ ପାଇଁ ହିତକର ହୋଇଥାଏ। ଏକ ଚାମଚ ଜୁଆଣି ପତ୍ର ରସରେ ଚାରି ଚାମଚ ବେଲ ପତ୍ର ରସ ମିଶାଇ ନିୟମିତ ସେବନ କଲେ ମଧୁମେହ ନିୟନ୍ତ୍ରଣରେ ରହିଥାଏ। ଦିନକୁ ୩ରୁ ୪ ଥର ଜୁଆଣି ପତ୍ର ରସ ପିଇବା ଫଳରେ ଡାଇବେଟିସ ରୋଗୀମାନଙ୍କର ବହୁମୂତ୍ର ସମସ୍ୟା ଦୂର ହୋଇଥାଏ।
ଜୁଆଣି ପତ୍ର ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହିତ ଉଚ୍ଚ ରକ୍ତଚାପ ସମସ୍ୟା ଦୂର ହୋଇଥାଏ।
ଜୁଆଣି ପତ୍ର ସେବନ ଫଳରେ କିଡ୍ନି ଷ୍ଟୋନ ସମସ୍ୟା ଏବଂ ୟୁରିନାରି ଇନ୍ଫେକସନ ସମସ୍ୟାରୁ ଉପଶମ ମିଳିଥାଏ।
ଜୁଆଣି ପତ୍ରକୁ ପୋଦିନା ରସରେ କିମ୍ୱା କୌଣସି ପ୍ରକାର ସବୁଜ ପରିବାରେ ମିଶାଇ ଖାଇଲେ, ଏହା ଶରୀର ପାଇଁ ଲାଭପ୍ରଦ ହୋଇଥାଏ।
ଜୁଆଣି ପତ୍ରର ଜୁସ ପିଇବା ଦ୍ୱାରା ଶରୀରର ଦୁର୍ବଳତା ଦୂର ହୋଇଥାଏ।