ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ ଯୋଗୁଁ ନିଜ ପାଇଁ ସମୟ ବାହାର କରିବା କଷ୍ଟକର। ହେଲେ ସୁସ୍ଥ ରହିବା ପାଇଁ ପ୍ରତିଦିନ କିଛି ସମୟ ବ୍ୟାୟାମ କରିବା ଦରକାର। ହେଲେ ବ୍ୟାୟାମ କରିବା ଜରୁରୀ ବୋଲି ମନଇଚ୍ଛା ବ୍ୟାୟାମ କଲେ ଚଳିବନି। ବ୍ୟାୟାମ କରିବାର ଏକ ସଠିକ ସମୟ ମଧ୍ୟ ରହିଛି।
ସମସ୍ତେ କହନ୍ତି ସକାଳୁ ଉଠି ବ୍ୟାୟାମ କରିବା ଭଲ। ମାତ୍ର ବହୁତ କମ୍ ଲୋକ ଜାଣିଥିବେ ଶୋଇକି ଉଠି ସଙ୍ଗେ ସଙ୍ଗେ ବ୍ୟାୟାମ କରିବା ଦ୍ୱାରା ଶରୀରକୁ ହାନି ପହଞ୍ଚିଥାଏ। ସେଥିପାଇଁ ଉଠିବାର କିଛି ସମୟ ବ୍ୟବଧାନରେ ବ୍ୟାୟାମ କରିବା ଉଚିତ।
ଯେକୌଣସି ବ୍ୟାୟାମ ଆରମ୍ଭ କରିବା ପୂର୍ବରୁ ୧୫ ମିନିଟ୍ ଓ୍ଵାର୍ମଅପ୍ କରିବା ଜରୁରୀ।
ବ୍ୟାୟାମ କରିବା ସମୟରେ ଅନେକଙ୍କୁ ଥକ୍କା ଲାଗିଥାଏ। ତେଣୁ ବ୍ୟାୟାମ ପୂର୍ବରୁ ଆଲମଣ୍ଡ ବା ଗୋଟେ କଦଳୀ ଖାଇବା ଦ୍ୱାରା ଥକ୍କା ଲାଗି ନଥାଏ। ଏଥିସହ ଶରୀରକୁ ଆବଶ୍ୟକ ଶକ୍ତି ମଧ୍ୟ ମିଳିଥାଏ। ବ୍ୟାୟାମ ବା ଏକ୍ସରସାଇଜ୍ କରିବାର ୩୦ ମିନିଟ୍ ପୂର୍ବରୁ କିଛି ନା କିଛି ଖାଇବା ଉଚିତ।
ବ୍ୟାୟାମ ୧ ଘଣ୍ଟାରୁ ଅଧିକ ସମୟ କଲେ ମଧ୍ୟ ଭଲ ନୁହେଁ। ସେଥିପାଇଁ ଦିନକୁ ୪୦ ମିନିଟ ବ୍ୟାୟାମ କରନ୍ତୁ।
ଅଧିକ ଖାଦ୍ୟ ଖାଇ କେବେ ବ୍ୟାୟାମ କରିବା ଠିକ୍ ନୁହେଁ।
ସନ୍ଧ୍ୟା ସମୟରେ ବି ବ୍ୟାୟାମ କରିପାରିବେ। ହେଲେ ଅଧିକ କିଛି ଖାଇ ବ୍ୟାୟାମ କରିବେ ନାହିଁ।
ବ୍ୟାୟାମ କରିବା ପୂର୍ବରୁ କ’ଣ କରିବେ?
ଖାଲି ପେଟରେ ବ୍ୟାୟାମ କରନ୍ତୁ ନାହିଁ। କିଛି ଫଳ ଖାଇ ବ୍ୟାୟାମ କରନ୍ତୁ।
ଜିମ୍ରେ ୱାର୍କଆଉଟ୍ କରିବାର ଦୁଇ ଘଣ୍ଟା ପୂର୍ବରୁ ଏବଂ ପରେ ପ୍ରଚୁର ପାଣି ପିଅନ୍ତୁ।
ୱାର୍କଆଉଟ୍ କରିବା ପୂର୍ବରୁ ନିଜକୁ ୱାର୍ମ ଅପ୍ କରିବା ଯେମିତି ଜରୁରୀ ସେହିପରି ୱାର୍କଆଉଟ୍ର ଶେଷରେ ନିଜକୁ କୁଲ୍ ଡାଉନ୍ କରିବା (ଧୀରେ ଧୀରେ ବ୍ୟାୟାମ କରିବା) ସେତିକି ଜରୁରୀ।
ଏକ୍ସରସାଇଜ କରିବା ଜରୁରୀ କିନ୍ତୁ ଅତ୍ୟଧିକ ବ୍ୟାୟାମ କରିବା ବି ଖରାପ।