ବ୍ୟାୟାମ କରିବା ପରେ ଅନେକ ସମୟରେ ଆମେ ସାଧାରଣ ଭୁଲ୍ କରିଦେଉ, ଯାହାଦ୍ୱାରାକି ବ୍ୟାୟାମର ସୁଫଳ ମିଳିନଥାଏ। ଆସନ୍ତୁ ଜାଣିବା ସେ ସଂପର୍କରେ….

exercise-home

ତୁରନ୍ତ ବ୍ୟାୟାମ ବନ୍ଦ କରନ୍ତୁ ନାହିଁ: ଫିଟନେସ ବିଶେଷଜ୍ଞମାନଙ୍କ ଅନୁସାରେ ବ୍ୟାୟାମ କରିବା ସମୟରେ ଆମ ଶରୀରର ତାପମାତ୍ରା ସହିତ ହୃଦୟର ଗତି ମଧ୍ୟ ବଢ଼ିଥାଏ। ଏହା ସାମାନ୍ୟ ହେବାକୁ ସମୟ ଲାଗିଥାଏ। ତେଣୁ ଅଚାନକ ବ୍ୟାୟାମ ବନ୍ଦକରନ୍ତୁ ନାହିଁ। ବ୍ୟାୟାମକୁ କମ କରି କରି ଶେଷରେ ବନ୍ଦ କରନ୍ତୁ

ଷ୍ଟ୍ରେଚିଂ କରନ୍ତୁ: ବ୍ୟାୟାମ ପରେ ଷ୍ଟ୍ରେଚିଂ କରିବା ଖୁବ୍ ଜରୁରୀ। କାରଣ ଏହାଦ୍ୱାରା ମାଂସପେଶୀର ବ୍ୟାୟାମ ହୋଇଥାଏ, ଯାହାକି ପରଦିନ ବ୍ୟାୟାମ କରିବାକୁ ପ୍ରେରିତ କରିଥାଏ।

food healthy lunch

ଖାଦ୍ୟ ଖାଆନ୍ତୁ ନାହିଁ: ବ୍ୟାୟାମ ପରେ ତୁରନ୍ତ କୌଣସି ଖାଦ୍ୟ ଖାଆନ୍ତୁ ନାହିଁ। ୧୫-୨୦ ମିନିଟ୍ ପରେ କାର୍ବୋହାଇଡ୍ରେଟ ଏବଂ ପ୍ରୋଟିନଯୁକ୍ତ ଖାଦ୍ୟ ଖାଇପାରିବେ। ଦହି ମଧ୍ୟ ଏକ ଭଲ ଖାଦ୍ୟ ବିକଳ୍ପ।

ପୋଷାକ ପରିବର୍ତ୍ତନ ନ କରିବା: ବ୍ୟାୟାମ କରିବା ପରେ ତୁରନ୍ତ ପୋଷାକ ନ ବଦଳାଇବା ମଧ୍ୟ ସମସ୍ୟା ସୃଷ୍ଟି କରିଥାଏ। ଏହି ସମୟରେ ଝାଳ ବୋହି ପୋଷାକ ଓଦା ହୋଇଯାଉଥିବାରୁ ତାକୁ ନ ବଦଳାଇଲେ ସଂକ୍ରମଣର ଆଶଙ୍କା ରହେବ।

taking bath in a right way

ନ ଗାଧୋଇବା: ବ୍ୟାୟାମ ପରେ ଝାଳ ମାରି ନ ଗାଧୋଇଲେ ମଧ୍ୟ ସମସ୍ୟା ହୋଇଥାଏ। କାରଣ ବ୍ୟାୟାମ ସମୟରେ ବୋହୁଥିବା ଝାଳ ଶୁଖିଗଲେ ବ୍ୟାକ୍ଟେରିଆ ସୃଷ୍ଟି ହେବାର ଆଶଙ୍କା ରହିଥାଏ।

ପାଣି ନ ପିଇବା: ବ୍ୟାୟାମର କିଛି ସମୟ ଯାଏ ପାଣି ପିଅନ୍ତୁ ନାହିଁ। ତେବେ ତାର ଅଧ ଘଣ୍ଟା ପରେ ମଧ୍ୟ ପାଣି ନ ପିଇଲେ ଶରୀରରୁ ଜଳୀୟ ଅଂଶ କମିଯାଏ।