ମାନସିକ ରୋଗୀମାନେ ଅଜାଣତରେ ଅନେକ ଭୁଲ କରିଥାଆନ୍ତି। ସେହିପରି କ୍ଲେପ୍ଟୋମାନିଆ ଏକ ମାନସିକ ରୋଗ ଯାହା ପ୍ରଭାବରେ ବ୍ୟକ୍ତି ଚୋରି କରିବାକୁ ଇଚ୍ଛା ପ୍ରକାଶ କରିଥାଏ। ଆସନ୍ତୁ ଜାଣିବା କ୍ଲେପ୍ଟୋମାନିଆ କ’ଣ ଏବଂ ଏହାର ଚିକିତ୍ସା କିପରି ସମ୍ଭବ?

ଅନେକ ମାନସିକ ରୋଗ ଭଳି କ୍ଲେପ୍ଟୋମାନିଆ ଏକ ମାନସିକ ରୋଗ, ଯାହାର ସ୍ଥିତି ସାଂଘାତିକ ନ ହେଲେ ମଧ୍ୟ ରୋଗୀକୁ ମାନସିକ ଭାବେ ଦୁର୍ବଳ କରିଦିଏ। କ୍ଲେପ୍ଟୋମାନିଆ ରୋଗରେ ଆକ୍ରାନ୍ତ ବ୍ୟକ୍ତି କୌଣସି ଜିନିଷ ଦେଖିଲେ ନବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି। ଜିନିଷ ହାସଲ କରିବା ପାଇଁ ସେମାନେ ଚୋରି କରିବା ପାଇଁ ବାଧ୍ୟ ହୋଇଥାନ୍ତି।

କ୍ଲେପ୍ଟୋମାନିଆ କ’ଣ? (What is Kleptomania in odia)

କ୍ଲେପ୍ଟୋମାନିଆ ହେଉଛି ଏକ ପ୍ରକାର ମେଣ୍ଟାଲ ଇମ୍ପୁଲ୍ସ କଣ୍ଟ୍ରୋଲ୍ ଡିସଅର୍ଡର ବା ବ୍ୟାଧି ଯାହା ଦ୍ୱାରା ରୋଗୀ ଭାବପ୍ରବଣ କିମ୍ବା ଆଚରଣରେ ନିୟନ୍ତ୍ରଣ ଆଣିପାରେ ନାହିଁ। ଏହା ଦ୍ବାରା ବ୍ୟକ୍ତି ଚୋରି କରିବାକୁ ମଧ୍ୟ ପଛାନ୍ତି ନାହିଁ।

କ୍ଲେପ୍ଟୋମାନିଆରେ ପୀଡ଼ିତ ଅନେକ ଲୋକ ଚିକିତ୍ସା ହେବାକୁ ଭୟ କରନ୍ତି। ଯଦିଓ କ୍ଲେପ୍ଟୋମାନିଆର କୌଣସି ଉପଶମ ନାହିଁ ତଥାପି ସାଇକୋଥେରାପି ବାଧ୍ୟତାମୂଳକ ଚୋରୀ ପ୍ରବୃତ୍ତିରୁ ଦୂରରେ ରଖିବାରେ ସାହାଯ୍ୟ କରିଥାଏ।

କ୍ଲେପ୍ଟୋମାନିଆ ରୋଗର କାରଣ (Cause of Kleptomania in odia)

ପରିବାରର କୌଣସି ସମ୍ପର୍କୀୟ, ଯେପରିକି ପିତାମାତା କିମ୍ବା ଭାଇଭଉଣୀଙ୍କୁ କ୍ଲେପ୍ଟୋମାନିଆ ହୋଇଥିଲେ ପିଲା ନିକଟରେ ଏହି ରୋଗ ଦେଖା ଯାଏ।

ଅତ୍ୟଧିକ ମଦ୍ୟପାନ କିମ୍ବା ଅନ୍ୟାନ୍ୟ ନିଶାଦ୍ରବ୍ୟର ବ୍ୟବହାର କ୍ଲେପ୍ଟୋମାନିଆ ଆଶଙ୍କା ବଢ଼ାଇ ଦେଇଥାଏ।

ପୂର୍ବରୁ ମାନସିକ ଚିନ୍ତା କିମ୍ବା ବାଇ ପୋଲାର ଡିସଅର୍ଡର ଥିଲେ କ୍ଲେପ୍ଟୋମାନିଆ ଦେଖାଯାଏ।

ମସ୍ତିଷ୍କରେ ଥିବା ସେରୋଟୋନି ରାସାୟନିକ (ନ୍ୟୁରୋଟ୍ରାନ୍ସମିଟର) ମନୋବଳ ଏବଂ ଭାବନାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ଏହି ସେରୋଟୋନିନର ସ୍ତର କମିଗଲେ ଏହି ସମସ୍ୟା ଦେଖା ଦେଇଥାଏ।

କ୍ଲେପ୍ଟୋମାନିଆକୁ ଏକ ନିଶା ଜନିତ ରୋଗ କହିଲେ ଭୁଲ ହେବ ନାହିଁ। ଚୋରି କରିବା ସମୟରେ ଆମ ଶରୀରରୁ ଡୋପାମାଇନ ନିର୍ଗତ ହୋଇଥାଏ। ଏହି ଡୋପାମାଇନ ଆକ୍ରାନ୍ତ ରୋଗୀକୁ ଆନନ୍ଦ ଦେଇଥାଏ।

ମସ୍ତିଷ୍କରେ ଥିବା ଓପିଓଏଡ୍ ସିଷ୍ଟମ ଦ୍ୱାରା ସମସ୍ତ କାର୍ଯ୍ୟ ନିୟନ୍ତ୍ରିତ ହୁଏ। ଏହି ସିଷ୍ଟମରେ ଅସନ୍ତୁଳନ ହେଲେ କ୍ଲେପ୍ଟୋମାନିଆ ହେବାର ସମ୍ଭାବନା ବଢ଼ିଯାଏ।

କ୍ଲେପ୍ଟୋମାନିଆ ଏକ ଅସାଧାରଣ ରୋଗ ଭାବେ ଗଣତି କରାଯାଏ। ଅବଶ୍ୟ କ୍ଲେପ୍ଟୋମାନିଆରେ ଆକ୍ରାନ୍ତ କିଛି ଲୋକ କଦାପି ଚିକିତ୍ସା ଖୋଜି ପାରନ୍ତି ନାହିଁ କିମ୍ବା ବାରମ୍ବାର ଚୋରି ପରେ ସେମାନେ ଜେଲରେ ରହିଥା’ନ୍ତି। ତେଣୁ କ୍ଲେପ୍ଟୋମାନିଆ ରୋଗକୁ ସହଜରେ ଚିହ୍ନଟ କରିହୁଏ ନାହିଁ। କ୍ଲେପ୍ଟୋମାନିଆ ପ୍ରାୟତଃ କିଶୋର ଅବସ୍ଥାରେ କିମ୍ବା ଯୁବାବସ୍ଥାରେ ଆରମ୍ଭ ହୋଇଥାଏ।  ବୟସ୍କ ବ୍ୟକ୍ତିଙ୍କ ପାଖରେ ଏହି ରୋଗ ମଧ୍ୟ ଦେଖାଯାଇପାରେ। ବିଶେଷ କରି ଦୁଇ ତୃତୀୟାଂଶ ମହିଳା କ୍ଲେପ୍ଟୋମାନିଆରେ ଶିକାର ହୋଇଥାନ୍ତି।

କ୍ଲେପ୍ଟୋମାନିଆ ରୋଗର ଲକ୍ଷଣ (Symptomes of kleptomania in odia)

ଚୋରି କରିବାକୁ ଆଗ୍ରହ ପ୍ରକାଶ କରିବା।

କିପରି ଚୋରି କରିବେ ସେ ନେଇ ଟେନସନ, ଚିନ୍ତା କିମ୍ବା ଉତ୍ତେଜନା ଅନୁଭବ କରିବା।

ଚୋରି କରିବା ସମୟରେ ଆନନ୍ଦ, ଆରାମ କିମ୍ବା ସନ୍ତୁଷ୍ଟ ଅନୁଭବ କରିବା।

ଚୋରି ପରେ ଭୟଙ୍କର ଦୋଷ, ଅନୁତାପ, ଆତ୍ମ-ଘୃଣା, ଲଜ୍ଜା କିମ୍ବା ଗିରଫ ହେବାର ଭୟ ରଖିବା।

ପ୍ରତିରୋଧ କରିବା ମାତ୍ରକେ ଆକ୍ରମଣ କରିବାକୁ ଇଚ୍ଛା ପ୍ରକାଶ କରିବା।

କିପରି ଚୋରି କରନ୍ତି କ୍ଲେପ୍ଟୋମାନିଆ ରୋଗୀ? (How the Kleptomania patient steals in odia)

ସାଧାରଣ ଲୋକଙ୍କ ପରି  କ୍ଲେପ୍ଟୋମାନିଆ ଥିବା ବ୍ୟକ୍ତିମାନେ ବ୍ୟକ୍ତିଗତ ଲାଭ ପାଇଁ, ସାହସରେ, ପ୍ରତିଶୋଧ ପାଇଁ କିମ୍ବା ବିଦ୍ରୋହରୁ ଚୋରୀ କରନ୍ତି ନାହିଁ। ସେମାନେ ଅଧିକ ଉତ୍ସାହରେ ଆସି ଚୋରି କରିଥାନ୍ତି।

କ୍ଲେପ୍ଟୋମାନିଆରେ ଆକ୍ରାନ୍ତ ବ୍ୟକ୍ତି ଷ୍ଟୋର ଏବଂ ଦୋକାନ ବଜାର ଭଳି ସର୍ବସାଧାରଣ ସ୍ଥାନରୁ ଚୋରି କରନ୍ତି। କେହି କେହି ବନ୍ଧୁ କିମ୍ବା ପରିଚିତମାନଙ୍କଠାରୁ ଚୋରି କରିପାରନ୍ତି। କୌଣସି ପାର୍ଟି  କିମ୍ବା ଅନୁଷ୍ଠାନରୁ ଜିନିଷ ଲୁଚେଇ ନେଇଆସନ୍ତି।

ଚିକିତ୍ସା (Treatment of Kleptomania in odia)

କ୍ଲେପ୍ଟୋମାନିଆରେ ଆକ୍ରାନ୍ତ ବ୍ୟକ୍ତିଙ୍କର ଗିରଫ ହେବାର ଭୟ ଥାଏ। ତେଣୁ ସେମାନେ ଚିକିତ୍ସା କରିବାକୁ ରାଜି ହୋଇନଥାନ୍ତି।

ମାନସିକ ରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ।

ସେମାନଙ୍କୁ ପୂର୍ବରୁ ଗିରଫ କରାଯାଇଥିଲେ ମଧ୍ୟ ସେମାନଙ୍କ ଚିକିତ୍ସା ପାଇଁ ଆଇନଗତ ଅନୁମତି ଆଣିବା ଆବଶ୍ୟକ।

କ୍ଲେପ୍ଟୋମାନିଆରେ ଆକ୍ରାନ୍ତ ବ୍ୟକ୍ତିଙ୍କ ସହ ଭଲ ସମ୍ପର୍କ ରଖିବା ପାଇଁ ଚେଷ୍ଟା କରନ୍ତୁ।

ସେମାନଙ୍କୁ ବାରମ୍ବାର ଆଘାତ କିମ୍ବା ଦୋଷାରୋପ କରନ୍ତୁ ନାହିଁ।

ସତ କହିବାକୁ ଉତ୍ସାହିତ କରନ୍ତୁ। ଯାହା ଦ୍ୱାରା ପୀଡ଼ିତ ବ୍ୟକ୍ତି ଚୋରି ବାବଦରେ ସବୁ ତଥ୍ୟ ଦେଇପାରିବ।