ଫାଇବରଯୁକ୍ତ ଖାଦ୍ୟ ଦାନ୍ତ ଏବଂ ହାଡ଼କୁ ମଜବୁତ କରିଥାଏ। ଆସନ୍ତୁ ଜାଣିବା ଫାଇବର ଜାତୀୟ ଖାଦ୍ୟ କେଉଁଥିରେ ଅଧିକ ମାତ୍ରରେ ମିଳିଥାଏ।

ଅଧିକ ଫାଇବର ଖାଦ୍ୟ ଖାଇବା ଶରୀର ପକ୍ଷେ ହିତକର। ଫାଇବରଯୁକ୍ତ ଖାଦ୍ୟ ଖାଇବା ଦ୍ଵାରା ଶରୀରର, ହାଡ଼ ଏବଂ ଦାନ୍ତ ମଜବୁତ ହୋଇଥାଏ। ଖାଦ୍ୟରେ ଯଥେଷ୍ଟ ଫାଇବର ଅନ୍ତନଳୀକୁ ନିୟନ୍ତ୍ରଣ କରିଥାଏ ଏବଂ କୋଷ୍ଠକାଠିନ୍ୟକୁ ରୋକିଥାଏ। ଓଜନ ହ୍ରାସ ପାଇଁ ଅଧିକ ମାତ୍ରାରେ ଫାଇବରଯୁକ୍ତ ଖାଦ୍ୟ ଖାଇବା ଉଚିତ। ଖାଦ୍ୟରେ ଅଧିକ ଫାଇବର ହୃଦୟ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ। ଏହା କୋଲେଷ୍ଟ୍ରଲ ସ୍ତର ଏବଂ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ରକ୍ତରେ ଶର୍କରା ସ୍ତରକୁ ସଠିକ ଭାବରେ ନିୟନ୍ତ୍ରଣ କରିବା ପାଇଁ ମଧୁମେହ ରୋଗୀମାନେ ସେମାନଙ୍କ ଖାଦ୍ୟରେ ଫାଇବର ରହିବା ଉଚିତ।

ପନିପରିବାକୁ ଭୋଜନରେ ସାମିଲ କରନ୍ତୁ

ପ୍ରାୟ ସମସ୍ତ ପନିପରିବା ଫାଇବରରେ ଭରପୂର ହୋଇ ରହିଥାଏ। କେବଳ ଫାଇବର ନୁହେଁ, ପନିପରିବା ବିଭିନ୍ନ ପ୍ରକାରର ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ମଧ୍ୟ ଦେଇପାରେ। ତେଣୁ ପ୍ରତ୍ୟେକ ଭୋଜନରେ ଯଥେଷ୍ଟ ପନିପରିବା ଯୋଗ କରନ୍ତୁ। ସବୁଜ ପନିପରିବା ଖାଇବା ଦ୍ଵାରା ଅପଣଙ୍କ ଓଜନ ମଧ୍ୟ ସନ୍ତୁଳିତ ରହିଥାଏ।

ଫଳ ଖାଇବାକୁ ଭୁଲନ୍ତୁ ନାହିଁ

ପନିପରିବା ପରି ଅଧିକାଂଶ ଫଳରୁ ମଧ୍ୟ ଫାଇବର ଅଧିକ ମାତ୍ରାରେ ମିଳିଥାଏ। ଆପଣ ଦିନର ଯକୌଣସି ସମୟରେ ଫଳ ଖାଇପାରିବେ। ତାଜା ଫଳର ଶରୀରକୁ ସତେଜ ଏବଂ ପୁଷ୍ଟିକର ଯୋଗାଇଥାଏ। ଖାଦ୍ୟରେ କଞ୍ଚା ପନିପରିବା ଯେତେ ଖାଇବେ ସେତେ ଭଲ। କଞ୍ଚା ପନିପରିବାରେ କାକୁଡ଼ି, ଟମାଟୋ, ଗାଜର, ମୂଳା, ପିଆଜ ଆଦି ଖାଇବେ।

ସମ୍ପୂର୍ଣ୍ଣ ଜଳଖିଆ ଖାଆନ୍ତୁ

ଜଳଖିଆ ହେଉଛି ଗୋଟିଏ ଦିନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୋଜନ। ଆପଣ ଏକ ହାଇ-ଫାଇବର ଜଳଖିଆ ସହିତ ନିଜ ଦିନ ଆରମ୍ଭ କରିପାରିବେ। ଏହା ଶରୀରକୁ ଆବଶ୍ୟକୀୟ ଶକ୍ତି ଯୋଗାଇ ଦେବା ସହ ମସ୍ତିଷ୍କକୁ ସତେଜ ରଖେ।

ଶସ୍ୟଯୁକ୍ତ ଖାଦ୍ୟ ଖାଆନ୍ତୁ

ଶସ୍ୟଗୁଡ଼ିକରେ ଅତ୍ୟଧିକ ମାତ୍ରାରେ ଫାଇବର ରହିଛି। ବିଶୋଧିତ ହେବା ପୂର୍ବରୁ ଶସ୍ୟଗୁଡ଼ିକୁ ଖାଇବାକୁ ଚେଷ୍ଟା କରନ୍ତୁ। ବାଦାମୀ ଚାଉଳ, ବାର୍ଲି, ଗହମ ଏବଂ ଅକାଣ୍ଡିଆ ଚାଉଳରେ ଫାଇବରର ମାତ୍ରା ଅଧିକ ଥାଏ।