ଆଜିକାଲି ଯୁଗ ହେଲା ଫିଟ୍ ନେସ୍ ଯୁଗ। ଲୋକ ଫିଟ୍ ରହିବା ପାଇଁ କେତେ କ’ଣ ଉପାୟ କରୁଛନ୍ତି। କେତୋଟି ସରଳ ଘରୋଇ ଉପାୟରେ ବି ନିଜକୁ ଶାରୀରିକ ଓ ମାନସିକ ଭାବେ ଫିଟ୍ ରଖାଯାଇପାରିବ।

fitness

  • ରାତିରେ ଶୀଘ୍ର ଶୋଇ ସକାଳୁ ଠିକ୍ ସମୟରେ ଉଠନ୍ତୁ।
  • ଦୈନିକ ଖାଦ୍ୟ ପାନ ଏବଂ ଅନ୍ୟାନ୍ୟ କାମ ଠିକ୍ ସମୟରେ କରନ୍ତୁ।
  • ସକାଳୁ କିଛି ନା କିଛି ବ୍ୟାୟାମ କରନ୍ତୁ। ନଚେତ୍‌ ଯୋଗାଭ୍ୟାସ କରନ୍ତୁ। ସକାଳୁ ଚାଲି ବି ପାରିବେ।
  • ବନ୍ଧାକୋବି, ପାଳଙ୍ଗ ଶାଗ, ମେଥି ଶାଗ ଆଦି ସବୁଜ ପନିପରିବାରେ ରହିଛି ଅତ୍ୟଧିକ ପରିମାଣର ଫାଇବର ଉପାଦାନ। ଏହା ଓଜନ ଘଟାଇବା ସହ ଶରୀରକୁ ଶକ୍ତି ଯୋଗାଏ। ଦୈନିକ ଖାଦାଭ୍ୟାସରେ କିଛି ସବୁଜ ପନିପରିବା ଖାଆନ୍ତୁ।
  • ଥରକରେ ଅଧିକ ପରିମାଣରେ ଖାଦ୍ୟ ନ ଖାଇ ଅଳ୍ପ ଅଳ୍ପ ସମୟ ବ୍ୟବଧାନରେ କିଛି ନା କିଛି ହାଲୁକା ଖାଦ୍ୟ ଖାଆନ୍ତୁ।
  • ଦିନକୁ ଅତି କମ୍‌ରେ ୭ ରୁ ୮ ଗ୍ଲାସ୍ ଅର୍ଥାତ୍ ୨ ଲିଟର୍ ପାଣି ପିଇବା ନିଆତି ଜରୁରୀ।
  • ଜଣେ ବ୍ୟକ୍ତି ଫିଟ୍ ରହିବା ପାଇଁ ଅତି କମ୍ ରେ ୭ ରୁ ୮ ଘଣ୍ଟା ନିଦ୍ରା ଆବଶ୍ୟକ।
  • ଅତ୍ୟଧିକ ମିଠା ଖାଆନ୍ତୁ ନାହିଁ। ଏହା ଓଜନ ବଢ଼ାଇବା ସହିତ ଶରୀରକୁ ଥକା ଓ ମାନ୍ଦା କରିଦିଏ। ଯଦି ସମ୍ଭବ ମିଠା ଖାଇବା ଛାଡ଼ି ଦିଅନ୍ତୁ।