ଆପଣ ଅଧିକ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି କି? ମୋବାଇଲ ଫୋନ ଆପଣଙ୍କ ସ୍ଵାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ। ସ୍ମାଟଫୋନ ବ୍ୟବହାର କରିବା ଫଳରେ କ’ଣ ସମସ୍ୟା ହୋଇଥାଏ ଆସନ୍ତୁ ଜାଣିବା।      

ବର୍ତ୍ତମାନ ସମୟରେ ସ୍ମାଟଫୋନ ସବୁ ବର୍ଗର ଲୋକଙ୍କ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ପାଲଟିଯାଇଛି। କିନ୍ତୁ ଏହାର ଅତ୍ୟଧିକ ବ୍ୟବହାର ମୁଣ୍ଡବିନ୍ଧାର କାରଣ ହୋଇପାରେ। ନିୟମିତ ମୋବାଇଲର ବ୍ୟବହାର ମୁଣ୍ଡବିନ୍ଧା ଏବଂ ମାଇଗ୍ରେନ ଭଳି ଯନ୍ତ୍ରଣାଦାୟକ ସମସ୍ୟାର କାରଣ ହୋଇଥାଏ। ମୋବାଇଲ ଫୋନ ବ୍ୟବହାର ବ୍ୟବହାର ଯୋଗୁଁ ମୁଣ୍ଡ ବୁଲାଇବା,ଆଖି ଷ୍ଟ୍ରେନ୍, ବେକ ଯନ୍ତ୍ରଣା ଦେଖାଦିଏ। ମୋବାଇଲରୁ ଆସୁଥିବା ନୀଳ ରଶ୍ମି ଆଖି ଉପରେ ପ୍ରଭାବ ପକାଇଥାଏ ଯାହାକି ମୁଣ୍ଡବ୍ୟଥାର ପ୍ରମୁଖ କାରଣ।

ମୋବାଇଲ୍ ଫୋନ ବ୍ୟବହାରରେ କରୁଥିବା ବ୍ୟକ୍ତିମାନେ  ସ୍କ୍ରିନରେ ଥିବା ଆଲୋକକୁ ଦେଖିବା, ଆଖିକୁ ଟାଣିବା, ଆଣ୍ଠୁମାଡ଼ି ବସିବା, ଟାଇପ କିମ୍ବା ଖେଳିବା ପାଇଁ ହାତ ଏବଂ ଆଙ୍ଗୁଠି ବ୍ୟବହାର କରିବା ଫଳରେ ମୁଣ୍ଡବ୍ୟଥା ହୋଇପାରେ। ଏହି ସମସ୍ତ କାର୍ଯ୍ୟକଳାପଗୁଡିକ ମାଇଗ୍ରେନ ଲକ୍ଷଣ ହୋଇଥାଏ।

ନିରାକରଣ

ଅତି ଆବଶ୍ୟକ ନ ହେଲେ ମୋବାଇଲ ବ୍ୟବହାର କରନ୍ତୁ ନାହିଁ।

କିଛି ସମୟ ବ୍ୟବଧାନ ରଖି ମୋବାଇଲ ଧରନ୍ତୁ।

ଆପଣଙ୍କ ମୋବାଇଲ ପରଦାରେ ଥିବା ଆଲୋକକୁ ଆଡଜଷ୍ଟ କରନ୍ତୁ ଯେପରିକି ଏହା ଅଧିକ ଉଜ୍ଜ୍ୱଳ ଦେଖାନଯାଏ।

ଆଖିର ଚାପକୁ ଏଡାଇବା ପାଇଁ ଆପଣଙ୍କ ଫୋନରେ ଫଣ୍ଟ ଆକାର ଆଡଜଷ୍ଟ କରନ୍ତୁ।

ମୋବାଇଲ ଧରିବା ସମୟରେ ନିଜର ସ୍ଥିତି ପରଖି ନିଅନ୍ତୁ। ଆପଣ ଠିଆ ହୋଇ କିମ୍ବା ବସି କରି ଫୋନ ବ୍ୟବହାର କରନ୍ତୁ। ଆପଣ କୌଣସି ବ୍ୟାକ ସର୍ପୋଟର ସାହାଯ୍ୟ ନେଇପାରିବେ।

ଫୋନକୁ କାନରେ ରଖିବା ପରିବର୍ତ୍ତେ ସମ୍ଭବ ହେଲେ ସ୍ପିକରଫୋନ ବ୍ୟବହାର କରିବା।

ହାତ କିମ୍ବା ଆଙ୍ଗୁଠିରେ କଷ୍ଟ ଅନୁଭବ ହେଲେ କିଛି ସମୟ  ବିରତି ନିଅନ୍ତୁ।

ଆପଣଙ୍କ ଘରେ ବିଶେଷ କରି ଭୋଜନ ସମୟ ଏବଂ ପାରିବାରିକ ସମୟରେ ନୋ-ଟକ ନିତି ଆପଣାନ୍ତୁ।

ଫୋନର ସାଉଣ୍ଡ କମ ରଖନ୍ତୁ ଏବଂ କମ ଶବ୍ଦରେ ଅଡିଓ କିମ୍ବା ଭିଡିଓ ଶୁଣନ୍ତୁ।

ରାତିରେ ଶୋଇବା ସମୟରେ ମୁଣ୍ଡ ପାଖରୁ ମୋବାଇଲ ଦୂରେଇ ରଖନ୍ତୁ।