mobile phone_ early morning

କରୋନା ଭୂତାଣୁରୁ ସୁରକ୍ଷିତ ରହିବା ପାଇଁ କେବଳ ହାତ ନୁହେଁ ମୋବାଇଲକୁ ବି ସଫା ରଖନ୍ତୁ।

ଜଣେ ସାଧାରଣ ବ୍ୟକ୍ତି ଦିନକ ମଧ୍ୟରେ ୨ହଜାର ୬ଶହ ଥର ମୋବାଇଲ ଛୁଇଁଥାଏ। ସେହିଭଳି ୭୬ଥର ମୋବାଇଲ ବ୍ୟବହାର କରିଥାଏ। ଅନେକ ସମୟରେ ଆମେ ଅପରିସ୍କାର ହାତରେ ମୋବାଇଲ ଫୋନ ଧରିଥାଉ ବା ଏଣେତେଣେ ରଖିଦେଇଥାଉ। ଏହାଦ୍ୱାରା ମଧ୍ୟ ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ହେବାର ଆଶଙ୍କା ରହିଛି।

ମନେକରାଯାଉ, ଆପଣ ମାର୍କେଟକୁ ପରିବା ବା ଗ୍ରୋସରି କିଣିବାକୁ ଯାଇଛନ୍ତି। ଏହି ସମୟରେ ଆପଣଙ୍କ ହାତ ବିଭିନ୍ନ ଜିନିଷ ସଂସ୍ପର୍ଶରେ ଆସିଥାଏ। ଏହାପରେ ଯଦି ଆପଣ ମୋବାଇଲ ବ୍ୟବହାର କରୁଛନ୍ତି ଓ ପୁଣି ପକେଟରେ ରଖିଦେଉଛନ୍ତି। ଏହାପରେ ଘରକୁ ଫେରି କେବଳ ହାତ ଧୋଉଛନ୍ତି। ତେବେ କେବଳ ହାତରୁ ସିନା ଭୂତାଣୁ ଚାଲିଯିବ ହେଲେ ମୋବାଇଲରେ ରହିଯିବ ଏବଂ ଆପଣଙ୍କ ସାର୍ଟରେ ବି ଭୂତାଣୁ ରହିପାରେ। ତେଣୁ ଘରକୁ ଫେରି ମୋବାଇଲକୁ ସାନିଟାଇଜ କରିବା ଜରୁରୀ।

ଏଥିପାଇଁ ମୋବାଇଲ ବ୍ୟବହାର ବେଳେ କେତେକ ବିଶେଷ କଥା ଉପରେ ଗୁରୁତ୍ୱ ଦେବାର ଆବଶ୍ୟକ ରହିଛି।

ମୋବାଇଲ ଫୋନକୁ ସବୁବେଳେ ନିଜ ବ୍ୟାଗ୍ କିମ୍ବା ପକେଟରେ ରଖନ୍ତୁ। ଯଦି ପାରୁଛନ୍ତି ମୋବାଇଲ ଫୋନ ଅନ୍ୟକୁ ବ୍ୟବହାର କରିବକୁ ଦିଅନ୍ତୁ ନାହିଁ।

କରୋନା ଭାଇରସଠାରୁ ରକ୍ଷା ପାଇବାକୁ ଦିନକ ମଧ୍ୟରେ ଅନ୍ତତଃ ୪ରୁ ୬ଥର ମୋବାଇଲକୁ ସାବୁନ ପାଣି କିମ୍ବା ସାନିଟାଇଜରରେ ପୋଛନ୍ତୁ।

ପରିବା କିଣିବାକୁ ଗଲାବେଳେ ମୋବାଇଲ ବ୍ୟବହାର କରନ୍ତୁ ନାହିଁ। ଯଦି ଦରକାର ପଡ଼େ, ତେବେ ହାତକୁ ପ୍ରଥମେ ସାନିଟାଇଜରରେ ପୋଛନ୍ତୁ ଓ ଏହାପରେ ମୋବାଇଲ ଧରନ୍ତୁ।