ସକାଳେ ତମ୍ବା ପାତ୍ରରେ ପାଣି ପିଇବା ଫଳରେ ଅନେକ ରୋଗ ଭଲ ହୋଇଥାଏ। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ସହ ନୂଆ କୋଷ ତିଆରି କରିବାରେ ତମ୍ବା ସାହାଯ୍ୟ କରିଥାଏ।

ଅନେକ ଲୋକ ସକାଳ ସମୟରେ ତମ୍ବା ପାତ୍ରରେ ପାଣି ପିଇବାକୁ ପସନ୍ଦ କରନ୍ତି। ଡାକ୍ତରମାନେ ମଧ୍ୟ ତମ୍ବା ପାତ୍ରରେ ପାଣି ପିଇବାକୁ ପରାମର୍ଶ ଦେଇଥାଆନ୍ତି। ତମ୍ବା ପାତ୍ରରେ ଜଳ ସଂରକ୍ଷଣ କରିବା ଏକ ପ୍ରାକୃତିକ ଶୁଦ୍ଧ ପ୍ରକ୍ରିୟା। ଏହା ପାଣିରେ ଥିବା ସମସ୍ତ ଅଣୁଜୀବ, କବକ, ଜୀବାଣୁକୁ ମାରିପାରେ। ଗୋଟିଏ ରାତି କିମ୍ବା ଅତି କମରେ ଚାରି ଘଣ୍ଟା ପାଇଁ ଏକ ତମ୍ବା ପାତ୍ରରେ ପାଣି ରଖିଲେ ତମ୍ବାର ଔଷଧୀୟ ଗୁଣ ଜଳ ସହ ମିଶେ ଯାହା ଶରୀର ପାଇଁ ହିତକର। ତମ୍ବା ହେଉଛି ଏପରି ଏକ ଟ୍ରେସ ମିନେରାଲ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏଥିରେ ଆଣ୍ଟିମାଇକ୍ରୋବାଏଲ୍, ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟି କର୍କିନୋଜେନିକ୍ ଏବଂ ଆଣ୍ଟି ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି ଏବଂ ଏହା ବିଷାକ୍ତ ପଦାର୍ଥକୁ ନଷ୍ଟ କରିବାରେ ମଧ୍ୟ ସାହାଯ୍ୟ କରେ।

ହଜମ ପ୍ରକ୍ରିୟାକୁ ତ୍ଵରିତ କରାଏ

ତମ୍ବାରେ ଏପରି ଗୁଣ ଅଛି ଯାହା କ୍ଷତିକାରକ ଜୀବାଣୁକୁ ମାରିଦିଏ ଏବଂ ପେଟରେ ଗ୍ୟାସକୁ କମ କରାଏ। ତମ୍ବା ପାତ୍ରରେ ପାଣି ପିଇବା ଫଳରେ ଅଲସର ଏବଂ ସଂକ୍ରମଣ ପାଇଁ ଭଲ ହୋଇଯାଏ। ତମ୍ବା ଆପଣଙ୍କ ପେଟକୁ ସଫା କରିବା ଏବଂ ଅଦରକାରୀ ପଦାର୍ଥ ବାହାର କରିବାରେ ମଧ୍ୟ ସାହାଯ୍ୟ କରେ। ଯକୃତ ଏବଂ କିଡନୀର କାର୍ଯ୍ୟକୁ ନିୟନ୍ତ୍ରିତ କରେ। ଖାଦ୍ୟରୁ ମିଳୁଥିବା ପୋଷକ ତତ୍ଵର ସଠିକ ଉପଯୋଗ କରାଏ।  ତମ୍ବା ପାତ୍ରରେ ପାଣି ରଖିବା ଫଳରେ ସେଥିରେ ଥିବା ଖଣିଜ ପଦାର୍ଥ ଆମ ଖାଦ୍ୟ କଣିକା ଭାଙ୍ଗିବାରେ ସାହାଯ୍ୟ କରିଥାଏ ଏବଂ ହଜମ ପ୍ରକ୍ରିୟାରେ ସୁଧାର ଆଣିଥାଏ।

ଓଜନ ହ୍ରାସ କରିବାରେ ସାହାଯ୍ୟ କରେ

ଶୀଘ୍ର ଓଜନ ହ୍ରାସ କରିବାକୁ ଚାହୁଁଥିଲେ ଏକ ତମ୍ବା ପାତ୍ରରେ ପାଣି ରଖି ପିଇବାକୁ ଚେଷ୍ଟା କରନ୍ତୁ। ତମ୍ବା ଶରୀରର ଚର୍ବିକୁ ଭାଙ୍ଗିବାରେ ସାହାଯ୍ୟ କରେ ଏବଂ ଅନାବଶ୍ୟକ ଫ୍ୟାଟ ନଷ୍ଟ କରିଦିଏ।

କ୍ଷତକୁ ଶୀଘ୍ର ଭଲ କରାଏ

ତମ୍ବାର ଆଣ୍ଟି ବ୍ୟାକ୍ଟେରିଆଲ୍, ଆଣ୍ଟି ଭାଇରାଲ୍ ଏବଂ ଆଣ୍ଟି ଇନଫ୍ଲାମେଟୋରୀ ଗୁଣ ରହିଛି ଯାହା କ୍ଷତକୁ ଶୀଘ୍ର ଭଲ କରିବା ପାଇଁ ଏକ ଉତ୍ତମ ବିକଳ୍ପ। ଏହା ଛଡା ତମ୍ବା ଶରୀରର ରୋଗ ପ୍ରତିରୋଧକ ଶକ୍ତି ଦୃଢ କରିବା ସହ ନୂତନ କୋଷ ତିଆରିରେ ସାହାଯ୍ୟ କରେ।  ତମ୍ବା ଶରୀର ଭିତରେ, ବିଶେଷକରି ପେଟରେ ଥିବା କ୍ଷତକୁ ଭଲ କରିବାରେ ସାହାଯ୍ୟ କରିଥାଏ।

ତ୍ଵଚାରେ ଚମକ ଆଣିଦିଏ

ତ୍ଵଚାରେ ଚମକ ଆଣିବା ପାଇଁ  ତମ୍ବା ହେଉଛି ଏକ ପ୍ରାକୃତିକ ଉପଚାର। ଅତ୍ୟଧିକ ଶକ୍ତିଶାଳୀ ଆଣ୍ଟି-ଅକ୍ସିଡାଣ୍ଟ ଏବଂ କୋଷ ଗଠନ ଗୁଣ ଥିବା ହେତୁ ତମ୍ବା ମୁହଁ ପାଇଁ ଅତ୍ୟନ୍ତ ଭଲ ହୋଇଥାଏ।

ହୃଦରୋଗରୁ ରକ୍ଷା କରେ

ହୃଦରୋଗ ହେଉଛି ଏକ ସାଧାରଣ ରୋଗ। ତମ୍ବା ପାତ୍ରରେ ପାଣି ପିଇବା ଫଳରେ ହୃଦରୋଗ କମ ହେବାର ଆଶଙ୍କା ଥାଏ। ତମ୍ବା ରକ୍ତଚାପ, ହୃଦସ୍ପନ୍ଦନ ନିୟନ୍ତ୍ରଣ କରିବାରେ ଏବଂ ଖରାପ କୋଲେଷ୍ଟ୍ରଲ ଏବଂ ଟ୍ରାଇଗ୍ଲେସିରାଇଡ ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ।

କର୍କଟ ରୋଗର ଆଶଙ୍କା କମ କରିଥାଏ

ତମ୍ବାରେ ଥିବା ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଅଛି ଯାହା ଆପଣଙ୍କୁ ସଂକ୍ରମଣରୁ ରକ୍ଷା କରିଥାଏ। ତମ୍ବା ପାତ୍ରରେ ପାଣି ପିଇବା ଯୋଗୁଁ କ୍ୟାନସର ଭଳି ସାଘାଂତିକ ରୋଗରୁ ମୁକ୍ତି ମିଳିପାରେ।

ଥାଇରଏଡ ଗ୍ରନ୍ଥିର କାର୍ଯ୍ୟକୁ ନିୟନ୍ତ୍ରଣ କରିଥାଏ

ଥାଇରଏଡ୍ ରୋଗରେ ଆକ୍ରାନ୍ତ ଲୋକଙ୍କ ଶରୀରରେ ସାଧାରଣତଃ ତମ୍ବାର ସ୍ତର କମ ଥାଏ। ହାଇପରଥାଇରଏଡିଜିମ୍ ଏବଂ ହାଇପୋଥାଇରଏଡିଜିମ୍  ରୋଗୀମାନେ ତମ୍ବା ପାତ୍ରରେ ପାଣି ପିଇବା ଫଳରେ ସେମାନଙ୍କ ଶରୀରରେ ଥାଇରଏଡ ସନ୍ତୁଳନ ବଜାୟ ରହେ।

ଗଣ୍ଠି ଯନ୍ତ୍ରଣାରୁ ଉପଶମ ଦେଇଥାଏ

ତମ୍ବାରେ ଅତ୍ୟଧିକ ଆଣ୍ଟିଇନଫ୍ଲାମେଟୋରୀ ଗୁଣ ରହିଛି। ତମ୍ବା ଅସ୍ଥି ଏବଂ ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ କରିଥାଏ। ତମ୍ବା ପାତ୍ରରେ ପାଣି ପିଇବା ଫଳରେ ଆର୍ଥ୍ରାଇଟିସ୍ ଏବଂ ରିମାଟଏଡ୍ ଆର୍ଥ୍ରାଇଟିସ୍ର ଉପଯୁକ୍ତ ପ୍ରତିକାର ମିଳିଥାଏ।

ଚର୍ମରେ ମେଲାନିନ ଉତ୍ପାଦନ ବୃଦ୍ଧି କରିଥାଏ

ତମ୍ବା ଶରୀରରେ ମେଲାନିନ ପିଗମେଣ୍ଟ ତିଆରି କରିବାରେ ସାହାଯ୍ୟ କରେ ଯାହା ଆଖି, କେଶ ଏବଂ ଚର୍ମର ରଙ୍ଗକୁ ଧାର୍ଯ୍ୟ କରିଥାଏ। ତମ୍ବା ଗ୍ଲାସରେ ପାଣି ପିଇଲେ ଚର୍ମରେ ନୂଆ ସ୍ତର ତିଆରି ହୁଏ।

ରକ୍ତହୀନତା

ଶରୀରରେ ରକ୍ତହୀନତା ଦେଖାଯାଉଥିଲେ ତମ୍ବା ପାତ୍ରରେ ପାଣି ପିଅନ୍ତୁ। ନୂଆ ରକ୍ତ ତିଆରି କରିବାରେ ଏବଂ ରକ୍ତ ସଠିକ ଭାବେ ସଞ୍ଚାଳନ ହେବାରେ ତମ୍ବାର ଭୂମିକା ରହିଛି।