ଆଣ୍ଠୁଗଣ୍ଠି ଯନ୍ତ୍ରଣାର କାରଣ ଓ ଏହାର ଚିକିତ୍ସା ବିଷୟରେ ଜାଣନ୍ତୁ ଡାକ୍ତର ସ୍ମରଜିତ ପଟ୍ଟନାୟକଙ୍କ ପରାମର୍ଶ।

ବୟସ ବଢ଼ିବା ସହ ଲୋକମାନଙ୍କଠାରେ ଆଣ୍ଠୁଗଣ୍ଠି ସମସ୍ୟା ଦେଖାଦେଇଥାଏ। ଆଣ୍ଠୁ ଓ ଗଣ୍ଠିରେ ଯନ୍ତ୍ରଣା ହେବା ସହିତ ଠିଆ ହେଲେ ବା ଚାଲିଲେ ଜଲ୍‌ଦି ଥକ୍କା ଲାଗିଥାଏ।

ଆଣ୍ଠୁଗଣ୍ଠି ଯନ୍ତ୍ରଣା ଅଧିକ ଦିନ ପର୍ଯ୍ୟନ୍ତ ଲାଗି ରହିଲେ ଆଣ୍ଠୁ ଅନେକ ଦିନ ପରେ ନଷ୍ଟ ହୋଇଯିବାର ଆଶଙ୍କା ଥାଏ। ଯେଉଁ ବ୍ୟକ୍ତିମାନଙ୍କର ଆଣ୍ଠୁଗଣ୍ଠି ଜନିତ ରୋଗ ରହିଛି ସେମାନେ ରୁମାଟୋଲୋଜିଷ୍ଟଙ୍କ ପରାମର୍ଶ କରାଇନେବା ଆବଶ୍ୟକ। ଆରମ୍ଭରୁ ଆଣ୍ଠୁଗଣ୍ଠି ସମସ୍ୟା ଚିକିତ୍ସା କରାଗଲେ ଏଥିରୁ ଉପଶମ ମିଳିପାରିବ।

ଅସ୍ଥି ଶଲ୍ୟ ଡାକ୍ତର ଆଣ୍ଠୁଗଣ୍ଠିର ପ୍ରକୃତ କାରଣ ଜାଣିପାରି ବିଭିନ୍ନ ଏକ୍ସରେ ଏବଂ ରକ୍ତ ପରୀକ୍ଷା କରିବାକୁ କହିଥାଆନ୍ତି। ମୂଳରୁ ଚିକିତ୍ସା କରିବା ଫଳରେ ଭବିଷ୍ୟତ ପାଇଁ ଆଣ୍ଠୁଗଣ୍ଠିକୁ ନେଇ କୌଣସି ଭୟ ନଥାଏ। ପୂର୍ବରୁ ଆଣ୍ଠୁ ପ୍ରତ୍ୟାରୋପଣ କରାଯାଉଥିଲା। ମାତ୍ର ବର୍ତ୍ତମାନ ବିଭିନ୍ନ ପରୀକ୍ଷା ମାଧ୍ୟମରେ ଏହାର ଆଣ୍ଠୁଗଣ୍ଠି ସମସ୍ୟାର ସମାଧାନ କରିହେଉଛି। ଜଏଣ୍ଟ ପ୍ରଜରଭେସନରେ ଆଣ୍ଠୁରେ ଔଷଧ ଏବଂ ଇଞ୍ଜେକସନ ଦିଆଯାଇ ଆଣ୍ଠୁଗଣ୍ଠି ଯନ୍ତ୍ରଣାର ଉପଚାର କରାଯାଏ।

knee problem

କାହିଁକି ହୁଏ ଆଣ୍ଠୁଗଣ୍ଠି ଯନ୍ତ୍ରଣା?

ଆଣ୍ଠୁଗଣ୍ଠି ଯନ୍ତ୍ରଣାର ମୂଳ କାରଣ ହେଉଛି ବୟସ ଓ ଆଣ୍ଠୁର ଅତ୍ୟଧିକ ବ୍ୟବହାର। କିଛି ଲୋକ ବ୍ୟାୟାମ କରିବା ପାଇଁ ଅତ୍ୟଧିକ ସିଢ଼ି ଚଢ଼ି ଯାଆନ୍ତି, କିନ୍ତୁ ଅତ୍ୟଧିକ ମାତ୍ରାରେ ଆଣ୍ଠୁ ଉପରେ ଚାପ ପଡ଼ିଲେ ଆଣ୍ଠୁ ବ୍ୟଥା ହୋଇଥାଏ।

ଆଣ୍ଠୁ ପ୍ରତ୍ୟାରୋପଣ କ’ଣ?

ଆଣ୍ଠୁ ପ୍ରତ୍ୟାରୋପଣ କରିବା ପାଇଁ ପ୍ରଥମେ କି’ ହୋଲ ସର୍ଜରୀ କରାଯାଏ। ଏଥିରେ କୌଣସି ବଡ଼ ଆକାରରେ କଟାଯାଏ ନାହିଁ। ସାଧାରଣ ଆନେସ୍ଥେସିଆ ଦେବା ପରେ ରୋଗୀର ଆଣ୍ଠୁ ପାଖରେ ୪ ମିଲିମିଟର କଟାଯାଇ ସର୍ଜରୀ କରାଯାଏ। ବର୍ତ୍ତମାନ ସମ୍ପୂର୍ଣ୍ଣ ଆଣ୍ଠୁ ପ୍ରତ୍ୟାରୋପଣ ନ କରାଯାଇ ଆଣ୍ଠୁର କିଛି ଅଂଶ କଟାଯାଇ ଚିକିତ୍ସା କରାଯାଏ। ଆଣ୍ଠୁ ପ୍ରତ୍ୟାରୋପଣରେ ପୁରା ଆଣ୍ଠୁକୁ ବାହାର ନ କରାଯାଇ କେବଳ ୮ମିଲିମିଟର କଢ଼ାଯାଇ ଅପରେସନ କରାଯାଏ।

ଆଣ୍ଠୁଗଣ୍ଠି ବ୍ୟଥାର ନିରାକରଣ

ସବୁଜ ପନିପରିବା ଏବଂ ଫଳମୂଳ ଖାଆନ୍ତୁ।

ନିୟମିତ ବ୍ୟାୟାମ ଏବଂ ଯୋଗ କରନ୍ତୁ।

ଆଣ୍ଠୁଗଣ୍ଠି ସମ୍ବନ୍ଧୀୟ ବ୍ୟାୟାମ କରନ୍ତୁ।

ଜଙ୍କଫୁଡ ଏବଂ ତେଲିଆ ଖାଦ୍ୟରୁ ଦୂରେଇ ରହନ୍ତୁ।

ମଧୁମେହ, ଉଚ୍ଚ ରକ୍ତଚାପ ରୋଗୀମାନେ ବ୍ୟାୟାମ କରିବା ସହ ମର୍ଣ୍ଣିଂ ଓ୍ଵାକ ଉପରେ ଗୁରୁତ୍ଵ ଦିଅନ୍ତୁ।

ଅତ୍ୟଧିକ ମଦ୍ୟପାନ କରନ୍ତୁ ନାହିଁ।

ପାନ, ଗୁଟ୍‌ଖା, ତମାଖୁ ଭଳି ନିକୋଟିନ ଦ୍ରବ୍ୟରୁ ନିଜକୁ ନିବୃତ ରଖନ୍ତୁ।

ଅଧିକ ସମୟ ସିଡ଼ି ଉପର ତଳ ହୁଅନ୍ତୁ ନାହିଁ ଏବଂ ଚକା ପକାଇ ତଳେ ବସନ୍ତୁ ନାହିଁ।

କୋମୋଡ୍‌ ପାଇଖାନା ବ୍ୟବହାର କରନ୍ତୁ।

ମେଦବହୁଳତା କିପରି ନ ହେବ ସେ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ  ଡାକ୍ତର ସ୍ମରଜିତ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: A brief medical advice, in Odia language, on causes and treatment of Joint Pain based on the interview with Dr. Smarajit Patnaik, Orthopedic Surgeon.