ବାରମ୍ବାର ହାତ ଧୋଇବା ଫଳରେ କ’ଣ ଫାଇଦା ମିଳେ ଆସନ୍ତୁ ଜାଣିବା।   

ହାତ ଧୋଇବା ଦ୍ଵାରା ଆମେ କରୋନା ସଂକ୍ରମଣରୁ କିଛି ମାତ୍ରାରେ ରକ୍ଷା ପାଇପାରିବା। ତେବେ ହାତ କିପରି ଓ କାହିଁକି ଧୋଇବା ସେ ନେଇ ଅନେକଙ୍କ ମନରେ ପ୍ରଶ୍ନ ଆସେ।

କରୋନା ଭାଇରସ (କୋଭିଡ୍‌-୧୯) ଏବେ ସାରା ଦେଶକୁ ବ୍ୟତିବ୍ୟସ୍ତ କରିଦେଲାଣି। କରୋନାକୁ ଏଡ଼ାଇବା ପାଇଁ ବାରମ୍ବାର ହାତ ଧୋଇବା, ସାନିଟାଇଜର ବ୍ୟବହାର କରିବା, ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଉଛି। ତେବେ ଅନେକ ଲୋକ ଜାଣିନାହାନ୍ତି ସାନିଟାଇଜର ବ୍ୟବହାର କରିବା ପରେ ତା’ର ପ୍ରଭାବ କେତେ ସମୟ ପର୍ଯ୍ୟନ୍ତ ହାତରେ ରହିଥାଏ।

ହାତକୁ ସାନିଟାଇଜ୍‌ କରିବା ପାଇଁ ଆଲକହଲଯୁକ୍ତ ସାନିଟାଇଜର ବ୍ୟବହାର କରନ୍ତୁ। ଏହା ଅଧିକ ପ୍ରଭାବଶାଳୀ ହୋଇଥାଏ। କିନ୍ତୁ ଏହି ସାନିଟାଇଜର ମଧ୍ୟ ଅଧିକ ସମୟ ପର୍ଯ୍ୟନ୍ତ ଆପଣଙ୍କୁ ସୁରକ୍ଷା ଦେଇପାରିନଥାଏ। ଜଣେ ବ୍ୟକ୍ତି ସବୁବେଳେ ହାତ ସାହାଯ୍ୟରେ କୌଣସି ନା କୌଣସି କାମ କରୁଥାଏ। ତେଣୁଳ ନିୟମିତ କିଛି ସମୟ ବ୍ୟବଧାନରେ ହାତକୁ ସାନିଟାଇଜ୍‌ କରିବା ଉଚିତ।

keep your hand clean with sanitizer

-ଖାଇବା ପୂର୍ବରୁ ଏବଂ ପରେ ହାତ ଧୁଅନ୍ତୁ।

-କୌଣସି ଜିନିଷ ଧରିବା ପୂର୍ବରୁ କିମ୍ବା ପରେ ଉଭୟ ହାତ ଏବଂ ଜିନିଷକୁ ସାନିଟାଇଜ କରନ୍ତୁ।

-ମୁହଁରେ ବାରମ୍ବାର ହାତ ଲଗାନ୍ତୁ ନାହିଁ।

-ହ୍ୟାଣ୍ଡଓ୍ଵାସରେ ହାତ ଧୋଇବା ପରେ ହାତକୁ ଏକ ପରିଷ୍କାର କପଡ଼ାରେ ପୋଛନ୍ତୁ।

-ଅଧିକ ମାତ୍ରାରେ ସାନିଟାଇଜର ହାତର ଚର୍ମକୁ ଶୁଖିଲା କରିଦିଏ। ତେଣୁ ଆପଣ ହାତରେ ସାବୁନ ଏବଂ ହ୍ୟାଣ୍ଡଓ୍ଵାସ ବ୍ୟବହାର କରିପାରିବେ।

-ହାତର ଉଭୟ ପାଖ, ଆଙ୍ଗୁଠି ସନ୍ଧି, କଚୋଟି ଏବଂ ନଖ ଭଲ ଭାବରେ ଘଷି କରି ସଫା କରନ୍ତୁ।