ସନ୍ତାନ ଜନ୍ମ ପରେ ମହିଳାମାନେ ପୋଷ୍ଟପାର୍ଟମ ଡିପ୍ରେସନ୍ (ପ୍ରସବୋତ୍ତର ଅବସାଦ)ର ଶିକାର ହୋଇଥା’ନ୍ତି।

pregnancy risk factor

ସନ୍ତାନ ଜନ୍ମ ପରେ ମହିଳାମାନେ ବିଭିନ୍ନ ପ୍ରକାର ମାନସିକ ସମସ୍ୟାର ସାମ୍ନା କରିଥା’ନ୍ତି। ସନ୍ତାନ ଜନ୍ମ ପରେ ଶରୀରରେ ହରମୋନର ପରିବର୍ତ୍ତନ ଯୋଗୁଁ ଏପରି ସମସ୍ୟା ହୋଇଥାଏ।

-ସନ୍ତାନ ଜନ୍ମ ପରେ ଅଧିକାଂଶ ସମୟରେ ମହିଳାମାନେ ଆଉ କିଛି କାମ କରିପାରିବେ ନାହିଁ ବୋଲି ମନେ କରନ୍ତି। ଏହି ଭାବନା ହିଁ ସେମାନଙ୍କୁ ମାନସିକ ଭାବେ ଅବସାଦଗ୍ରସ୍ତ କରିଥାଏ।

-ପ୍ରସବ ପରେ କିଛି କ୍ଷେତ୍ରରେ ମହିଳାମାନେ ନିଜକୁ ଅସହାୟ ବୋଲି ମନେ କରନ୍ତି। ପିଲାମାନଙ୍କର ଦେଖାଶୁଣା କରିବା ନେଇ ଚାପରେ ରହୁଥିବାବେଳେ ଏହାର ସ୍ତର ବଢିଗଲେ ତାହା ମାନସିକ ଅବସାଦର ରୂପ ନିଏ।

-ଏଭଳି ସ୍ଥିତିରେ ସେମାନେ କୌଣସି ନିର୍ଣ୍ଣୟ ନେଇପାରନ୍ତି ନାହିଁ। ପୁଣି ସବୁ କଥା ଭୁଲିବାକୁ ଆରମ୍ଭ କରନ୍ତି।

ସେମାନଙ୍କୁ ଭୋକ କମ୍ ଲାଗିଥାଏ। ତେଣୁ ଖାଦ୍ୟପ୍ରତି ଅରୁଚି ବଢେ।

-ଏଭଳି ସ୍ଥିତିରୁ ରକ୍ଷା ପାଇବା ଲାଗି ଲୋକମାନଙ୍କ ସହ ମିଶିବାକୁ ଅଭ୍ୟାସ କରିବା ଆବଶ୍ୟକ।

-ଖାଦ୍ୟ ଉପରେ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେଲେ ଏନର୍ଜି ଫେରିଥାଏ, ଯାହାଦ୍ୱାରା କି ଆତ୍ମବିଶ୍ୱାସ ବଢେ।

-ଏହାଛଡ଼ା ସ୍ୱାମୀ ବା ପରିବାର ଲୋକଙ୍କ ସହ ବାହାରକୁ ବୁଲିବାକୁ ଗଲେ ମଧ୍ୟ ମନ ପରିବର୍ତ୍ତନ ହୋଇଥାଏ।

-ଆଉ କିଛି ମହିଳା ମା’ ହେବା ପରେ ନିଜର ଓଜନ ବୃଦ୍ଧିକୁ ନେଇ ଚିନ୍ତିତ ହୋଇପଡ଼ନ୍ତି। ଏହି ସମସ୍ୟାରୁ ରକ୍ଷା ପାଇବା ଲାଗି ଜିମ୍ ଯିବା ଆବଶ୍ୟକ।