ଆଜିବି ଭାରତରେ କୁଷ୍ଠ ରୋଗ ଭଳି ସାଙ୍ଘାତିକ ରୋଗ ଦେଖାଯାଉଛି। କୁଷ୍ଠ ରୋଗକୁ ଏକ ବଡ଼ ବ୍ୟାଧି ବୋଲି ଲୋକମାନେ ଭାବୁଥିଲେ। ଏହାକୁ ନେଇ ଅନେକ ଅନ୍ଧବିଶ୍ୱାସ ରହିଆସିଛି। ପୂର୍ବ ସମୟରେ ଚିକିତ୍ସା ଅଭାବରୁ କୁଷ୍ଠ ରୋଗ ବ୍ୟାପୁ ଥିଲା। ମାତ୍ର ଏବେ କମ ମାତ୍ରାରେ କୁଷ୍ଠ ରୋଗୀ ଦେଖାଯାଉଛନ୍ତି। ଆସନ୍ତୁ ଜାଣିବା କୁଷ୍ଠ ରୋଗ କ’ଣ ଏବଂ ଏହାର ନିରାକରଣ।
କୁଷ୍ଠ ରୋଗ କ’ଣ? (What is leprosy in Odia)
କୁଷ୍ଠ ରୋଗ ହେଉଛି ଏକ ଦୀର୍ଘ ସ୍ଥାୟୀ ରୋଗ। ଏହାକୁ ଇଂରାଜୀରେ ଲେପ୍ରୋସି ବା ହାନସେନ କୁହାଯାଏ। ମାଇକୋବ୍ୟାକ୍ଟେରିୟମ ଲେପ୍ରି ଏବଂ ମାଇକୋବ୍ୟାକ୍ଟେରିୟମ ଲେପ୍ରମାଟୋସିସ ବ୍ୟାକ୍ଟେରିଆ ଏହି ରୋଗ ହୋଇଥାଏ। ଏହି ରୋଗର ଜୀବଣୁକୁ କୁଷ୍ଠ ରୋଗ ଜୀବାଣୁ କୁହାଯାଏ। ଏହି ରୋଗ ଆରମ୍ଭରୁ କୌଣସି ଲକ୍ଷଣ ଦେଖାଯାଏନାହିଁ। ୫ ରୁ ୨୦ ବର୍ଷ ପର୍ଯ୍ୟନ୍ତ ମଧ୍ୟ ଲକ୍ଷଣ ଜଣାପଡ଼ିନଥାଏ। ପ୍ରତି ୧୦୦ ଜଣରେ ଜଣେ ବ୍ୟକ୍ତି ଏହି ରୋଗରେ ଆକ୍ରାନ୍ତ ହୋଇଥା’ନ୍ତି। ଏହି ଜୀବୀଣୁ ଶରୀରର ଆଖି, ଚର୍ମ, ସ୍ନାୟୁରେ ଏହା ଗ୍ରାନୁଲମା ଆକାରରେ ଦେଖାଯାଆନ୍ତି। ରୋଗ ପ୍ରଭାବ ଅଙ୍ଗଗୁଡିକରେ ଯନ୍ତ୍ରଣା ଅନୁଭୂତ ହୁଏ ନାହିଁ। ହାତ ଓ ପାଦ ବଙ୍କା ହୋଇଯାଏ। ର୍ଦୁବଳ ଲାଗେ।
କୁଷ୍ଠ ରୋଗ ବ୍ୟାପେ କିପରି?
କଷ୍ଠ ରୋଗ ବ୍ୟାପୀବାର ସଠିକ କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ିନାହିଁ। କୁଷ୍ଠ ରୋଗ ଜୀବାଣୁ ବାୟୁ ଦ୍ୱାରା ବ୍ୟାପୀ ଥାଏ। ଖାଦ୍ୟ ଓ ପାଣି ଦ୍ୱାରା ଏହି ରୋଗ ସଂକ୍ରମିତ ହୁଏ ନାହିଁ। ରୋଗୀଙ୍କୁ ଛୁଆଁଛୁଇଁ କରିବା ଫଳରେ ଏହି ଜୀବୀଣୁ ସୁସ୍ଥ ବ୍ୟକ୍ତି ପାଖକୁ ଯାଇନଥାଏ। ରୋଗୀର ପିନ୍ଧା ଲୁଗା ସଫା କରୁଥିବା ଲୋକ କୁଷ୍ଠରେ ଆକ୍ରାନ୍ତ ହୋଇପାରେ। ରୋଗୀ କାଶିବା, ଛିଙ୍କିବା ଦ୍ୱାରା ଜୀବାଣୁ ବାୟୁରେ ମିଶିଯାଆନ୍ତି। ଏହି ଜୀବାଣୁ ବାୟୁରେ ଆପେ ଆପେ ବଢ଼ିଥାଆନ୍ତି। ବାୟୁ ଦ୍ୱାରା ବ୍ୟାପି ଥିବାରୁ କୁଷ୍ଠ ରୋଗକୁ ସଂକ୍ରମିତ ରୋଗ କୁହାଯାଏ। ଏହି ରୋଗ ସଂକ୍ରାମକ କିନ୍ତୁ ଅଧିକାଂଶ କୁଷ୍ଠ ରୋଗ ସଂକ୍ରାମକ ନୁହେଁ। ରୋଗୀ ନିୟମିତ ଚିକିତ୍ସା ହେଉଥିଲେ ରୋଗୀ ଘରେ ରହିପାରିବେ।
ଲକ୍ଷଣ (Symptoms of leprosy in Odia)
-ଚମଡ଼ା ଧଳା ପଡ଼ିଯିବା ଏବଂ ଛାଲ ଭଳି ଦିଶିବା
-ଧଳା ଅଂଶକୁ ଛୁଇଁଲେ ମଧ୍ୟ କିଛି ଅନୁଭବ କରିନପାରିବା
-ଶରୀରରୁ ଗୋଟିଏ ଜାଗାରୁ ଆରମ୍ଭ ହୋଇ ଅନ୍ୟ ଅଙ୍ଗକୁ ମାଡ଼ିଯିବା
– ହାତରେ ଥଣ୍ଡା, ଗରମ ଅନୁଭବ ନକରିପାରିବା
-ସ୍ୱାଦ ବାରି ନପାରିବା
-ଆଖିକୁ ଦେଖାନଯିବା
-ଦୁର୍ବଳ ଲାଗିବା
ନିରାକରଣ
କୁଷ୍ଠ ରୋଗର କୌଣସି ଲକ୍ଷଣ ଦେଖାଯାଉଥିଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଆଖିରୁ ପାଣି ଗଡୁଥିଲେ କିମ୍ବା ହାତ ଗୋଡରୁ ଚମଡା ଛାଡୁଥିଲେ କୁଷ୍ଠ ରୋଗ ବିଶେଷଜ୍ଞଙ୍କ ସହ ଆଲୋଚନା କରନ୍ତୁ। ପ୍ରାଥମିକ ଅବସ୍ଥାରେ ଚିକିତ୍ସା କରାଗଲେ ଏହା ଭଲ ହୋଇପାରିବ। ନିୟମିତ ଚିକିତ୍ସା କଲେ ୬ମାସରୁ ୧ବର୍ଷ ଭିତରେ ରୋଗରୁ ମୁକ୍ତି ମିଳିପାରିବ।
Note: Leprosy is an infectious disease caused by a bacillus, Mycobacterium leprae. The disease mainly affects the skin, the peripheral nerves, mucosa of the upper respiratory tract, and the eyes. Leprosy is curable and treatment in the early stages can prevent disability.