ଘରେ ଶିଶୁଟିର ଯଦି ଶରୀର ଅସୁସ୍ଥ ହୋଇଯାଏ, ତେବେ ଘର ଲୋକ ଡାକ୍ତର ପାଖକୁ ନେଇଯା’ନ୍ତି। କିନ୍ତୁ ଶିଶୁଟିକୁ ବିଶେଷଜ୍ଞଙ୍କ ନିକଟକୁ ନେବା ପୂର୍ବରୁ କିଛିଟା ଘରୋଇ ଉପଚାର କରିବାକୁ ପଡ଼ିଥାଏ।

baby illness_what to do

ଶିଶୁକୁ ଯଦି ହଠାତ୍‌ ଅତି ଉଚ୍ଚ ଜ୍ୱର ହେଲା ତେବେ ତାକୁ ସାଙ୍ଗେ ସାଙ୍ଗେ ଟ୍ୟାପ ପାଣିରେ ଗାଧୋଇ ଦିଅନ୍ତୁ। ଏହା ପରେ ଶୁଖିଲା କପଡ଼ାରେ ପୋଛି ଦେଲେ ଉତ୍ତାପ କିଛିଟା କମିଯାଏ। ଜର କମିଗଲେ ଶିଶୁ ବି ଟିକିଏ ହାଲକା ଅନୁଭବ କରେ। ଏହା ପରେ ତାକୁ ନେଇ କୌଣସି ଡାକ୍ତର ପାଖେ ଦେଖାଇପାରନ୍ତି।

ଶିଶୁର ଯଦି ପତଳା ଝାଡ଼ା କିମ୍ବା ବାନ୍ତି ହେଉଛି, ତେବେ ତାହା ଦେହରୁ ଜଳୀୟ ଅଂଶ କମିଯାଏ। ତେଣୁ କିପରି ତା’ ଦେହରେ ଜଳୀୟ ଅଂଶ ଭରଣ ହେବ ସେ ନେଇ ଦୃଷ୍ଟି ଦେବା ଆବଶ୍ୟକ। ଏଥି ସହ ଡାକ୍ତରଙ୍କ ପରାମର୍ଶ କରିନେବା ବି ଜରୁରୀ।

baby illness

ଦେହ ଖରାପ ଥିଲେ ଶିଶୁମାନେ ସାଧାରଣତଃ ମାଆର କୋଳ ବେଶୀ ଖୋଜିଥାନ୍ତି। ଏହି ସମୟରେ ମାଆର ଭୂମିକା ବି ଗୁରୁତ୍ୱପୂର୍ଣ୍ଣ। ଡାକ୍ତରଙ୍କ ସହ ପରାମର୍ଶ ସହ ଶିଶୁକୁ ଠିକ୍ ସମୟରେ ଔଷଧ ଦେଇ ଉପଯୁକ୍ତ ଯତ୍ନ ନେଲେ ଶିଶୁଟି ଶୀଘ୍ର ସୁସ୍ଥ ହୋଇଯାଇଥାଏ।