କରୋନା ମହାମାରୀ ସମୟରେ ଡାଏବେଟିସ ରୋଗୀ କିଭଳି ସୁରକ୍ଷିତ ରହିବେ? ଏ ନେଇ ବିଶଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ସୁଧୀର ପଟ୍ଟନାୟକ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।
ସାରାବିଶ୍ୱରେ କରୋନା ଭାଇରସ (କୋଭିଡ୍-୧୯)ର ବାତାବରଣ ରହିଛି। ସଚେତନ ହେବା ଦ୍ୱାରା ହିଁ ଏହି ଭାଇରସ ସଂକ୍ରମଣରୁ ରକ୍ଷା ପାଇ ହେବ। ହେଲେ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତି ଓ ଡାଏବେଟିସ୍ ରୋଗୀ କରୋନା ଭୂତାଣୁରେ ଆକ୍ରାନ୍ତ ହେଲେ ସେମାନଙ୍କ ସ୍ୱାସ୍ଥ୍ୟ ଅନ୍ୟ ରୋଗୀଙ୍କ ଅପେକ୍ଷା ଅଧିକ ଗୁରୁତର ହୋଇପାରେ। ତେଣୁ ଡାଏବେଟିସ୍ରେ ପୀଡ଼ିତ ବ୍ୟକ୍ତି ନିଜର ସ୍ୱାସ୍ଥ୍ୟର ଯତ୍ନ ନେବା ଦରକାର।
ଡାଏବେଟିସ ରୋଗ ହେବାର ମୁଖ୍ୟ କାରଣ ହେଉଛି ବଂଶଗତ। ଯଦି ପରିବାର କୌଣସି ସଦସ୍ୟ ଡାଏବେଟିସରେ ପୀଡ଼ିତ ଥିବେ, ତେବେ ଆପଣଙ୍କୁ ମଧ୍ୟ ଡାଏବେଟିସ ହେବାର ଆଶଙ୍କା ଅଧିକ। ଏଥିପାଇଁ ଆମକୁ ପୂର୍ବରୁ ସତର୍କ ରହିବା ଆକଶ୍ୟକ। ପ୍ରତିଦିନ ବ୍ୟାୟାମ କରିବା ସହ ଖାଦ୍ୟପେୟ ଉପରେ ଧ୍ୟାନ ଦେବାକୁ ହେବ।
କିଛି ଲୋକଙ୍କର ଭ୍ରାନ୍ତ ଧାରଣ ରହିଛି ଯେ ମିଠା ଖାଇଲେ ଡାଏବେଟିସ୍ ହୋଇଥାଏ, କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ। ମିଠା ଅତ୍ୟଧିକ ଖାଇବା ଦ୍ୱାରା ଶରୀରରେ ଚର୍ବି ବଢ଼ିଥାଏ, ଯାହାଫଳରେ ଡାଏବେଟିସ୍ ହେବାର ଆଶଙ୍କା ବଢ଼ିଥାଏ। ତେଣୁ ମିଠା ଜାତୀୟ ଖାଦ୍ୟ କମ୍ କରିବା ସହ ପ୍ରତିଦିନ ବ୍ୟାୟାମ କରନ୍ତୁ।
ଡାଏବେଟିସ୍ ରୋଗୀଙ୍କୁ କ’ଣ ବିପଦ ରହିଛି?
ଦୃଷ୍ଟିଶକ୍ତି ହ୍ରାସ ପାଇବ।
ସ୍ନାୟୁଗତ ସମସ୍ୟା ଦେଖାଦେବ।
ହୃଦରୋଗ ଏବଂ ବୃକକ ରୋଗର ଆଶଙ୍କା ରହିଛି।
ଘା’ ଜଲଦି ଶୁଖିବନି।
ଗୋଡ଼ ହାତ ବଧିରା ହୋଇଯିବା।
ଅନିୟନ୍ତ୍ରିତ ଡାଏବେଟିସ୍ ଯୋଗୁଁ କିଡ୍ନି ନଷ୍ଟ ହେବାର ଆଶଙ୍କା ଅଧିକ ଥାଏ।
କିପରି ରହିବେ ସୁରକ୍ଷିତ?
କରୋନା ସମୟରେ ସାଧାରଣ ଲୋକଙ୍କ ଭଳି ଡାଏବେଟିସ ରୋଗୀ ନିଜକୁ ସୁସ୍ଥ ରଖିପାରିବେ। ଏହି ସମୟରେ ଡାଏବେଟିସ ରୋଗୀମାନେ ନିଜର ଧ୍ୟାନ ନେବା ଉଚିତ। ଡାଏବେଟିସ୍ରେ ପୀଡ଼ିତ ଲୋକମାନେ ଭୟଭୀତ ନ ହୋଇ ନିଜର ଯତ୍ନ ନିଅନ୍ତୁ। ଡାଏବେଟିସକୁ ନିୟନ୍ତ୍ରଣ ରଖିଲେ କରୋନାର ଭୟାଭୟତା ହେବାର ଆଶଙ୍କା ରହିବନି। ସାମାଜିକ ଦୂରତା ଯଥାସମ୍ଭବ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ଆବଶ୍ୟକ ନଥିଲେ ବାହାରକୁ ଯାଆନ୍ତୁ ନାହିଁ। ସବୁବେଳେ ମୁହଁରେ ମାସ୍କ ବ୍ୟବହାର କରନ୍ତୁ। କୌଣସି କାମ ସରିବା ପରେ ସାଙ୍ଗେସାଙ୍ଗେ ହାତରେ ସାନିଟାଇଜର ଲଗାନ୍ତୁ। ପ୍ରତିଦିନ ଅତିକମରେ ୩୦ମିନିଟ ବ୍ୟାୟମ କରନ୍ତୁ। ବ୍ୟାୟାମ କଲେ ଆପଣ ଫୁର୍ତ୍ତି ରହିପାରିବେ। ଖାଦ୍ୟରେ ଭିଟାମିନ ସି ଓ ଡି ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ।
କ’ଣ କରିବା ଉଚିତ?
ସବୁଜ ପନିପରିବା ଖାଆନ୍ତୁ।
ତନ୍ତୁଜାତୀୟ ଖାଦ୍ୟ ଖାଆନ୍ତୁ।
ଡାଏବେଟିସ ବର୍ଷେ ପୂର୍ବରୁ ହୋଇଥିଲେ କିଡିନ ଡାଇଗ୍ନୋସିସ ବା ପରୀକ୍ଷା କରାଇନିଅନ୍ତୁ।
ବର୍ଷକୁ ଥରେ ଆଖି ପରୀକ୍ଷା କରନ୍ତୁ।
ଇସିଜି ଏବଂ ଟିଏମଟି କରନ୍ତୁ।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ସୁଧୀର ପଟ୍ଟନାୟକଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: A brief medical advice, in Odia language, on Diabetes care in COVID-19 based on the interview with Dr. Sudhir Patnaik.