ପ୍ରିଡାଏବେଟିସ୍‌ କ’ଣ? କାହିଁକି ଚିନ୍ତାର ବିଷୟ ପ୍ରି-ଡାଏବେଟିସ୍? ଏନେଇ ଡାକ୍ତର ଜୟନ୍ତ ପଣ୍ଡା କ’ଣ କହୁଛନ୍ତି ଆସନ୍ତୁ ଜାଣିବା। (Prediabetes: Causes, Treatment and prevention in Odia)

ପ୍ରି-ଡାଏବେଟିସ୍ କ’ଣ? (What is prediabetes in Odia)

ପ୍ରି-ଡାଏବେଟିସ୍ ବା ଡାଏବେଟିସର ପୂର୍ବାବସ୍ଥା ବା ପ୍ରାକ୍‌ ମଧୁମେହ, ଏହାର ଅର୍ଥ ହେଉଛି ଡାଏବେଟିସ୍ ରୋଗ ସମ୍ପୂର୍ଣ୍ଣ ଭାବେ ହୋଇ ନାହିଁ କିନ୍ତୁ ରୋଗ ହେବାର ଆଶଙ୍କା ରହିଛି। ଶରୀରରେ ରକ୍ତ ଶର୍କରାର ପରିମାଣ ବଢ଼ିଗଲେ ଏହି ଅବସ୍ଥା ଆରମ୍ଭ ହୋଇଥାଏ। ଖାଲିପେଟରେ ରକ୍ତ ଶର୍କରା ୧୨୬ରୁ ବେଶି, ଖାଇବା ପରେ ରକ୍ତ ଶର୍କରା ୨୦୦ରୁ ବେଶି ହେଲେ ଏବଂ ଯେକୌଣସି ସମୟରେ ଯଦି ରକ୍ତ ଶର୍କରା ୨୦୦ରୁ ବେଶି ଅଛି, ତେବେ ଏହା ଡାଏବେଟିସ୍‌ ବୋଲି କହିଥାଉ। କିନ୍ତୁ, ଖାଲି ପେଟରେ ରକ୍ତ ଶର୍କରା ୧୦୦ରୁ ୧୨୬ ଭିତରେ ଓ ଖାଇସାରିବା ପରେ ୧୪୦ରୁ ୨୦୦ ରହିଲେ, ତା’କୁ ଆମେ ପ୍ରିଡାଏବେଟିସ୍‌ ବୋଲି କହିଥାଉ।

ପ୍ରିଡାଏବେଟିସ୍‌ ଥିବା ବ୍ୟକ୍ତିଙ୍କର ହୃଦରୋଗ (କରୋନାରୀ ଧମନୀ ରୋଗ ବା ମାକ୍ରୋଭାସ୍କୁଲାର ରୋଗ), ବୃକକ ଜନିତ ରୋଗ, ଆଖି ସମ୍ବନ୍ଧୀୟ ସମସ୍ୟା, ଶିରାଗତ ସମସ୍ୟା ଆଦି ଦେଖାଦେଇପାରେ।

blood sugar check up

ପ୍ରିଡାଏବେଟିସ୍‌ ହେବାର ଅଧିକ ଆଶଙ୍କା କାହାକୁ ଥାଏ? (Who is more likely to have prediabetes in Odia)

ଯେଉଁମାନଙ୍କ ପରିବାରରେ ବାପା କିମ୍ବା ମା’ଙ୍କୁ ଡାଏବେଟିସ୍‌ ହୋଇଥାଏ, ତେବେ ପିଲାଙ୍କୁ ହେବାର ଆଶଙ୍କା ଥାଏ। ସେମାନେ ଯଦି ସଠିକ ଖାଦ୍ୟ, ବ୍ୟାୟାମ ଓ ସୁସ୍ଥ ଜୀବନଶୈଳୀ ନ ରଖନ୍ତି, ତେବେ ସେମାନଙ୍କୁ ପ୍ରିଡାଏବେଟିସ୍‌ରୁ ଡାଏବେଟିସ୍‌ ହୋଇପାରେ।

ସାଧାରଣତଃ ଉଚ୍ଚତା ଅନୁଯାୟୀ ଓଜନ ରହିବା ଆବଶ୍ୟକ। ଯଦି ଜଣେ ବ୍ୟକ୍ତିଙ୍କର ଓଜନ ଅତ୍ୟଧିକ ବା ବଢ଼ିଚାଲିଛି, ତା’ହେଲେ ଇନ୍‌ସୁଲିନ୍‌ କାମ କରେ ନାହିଁ ଓ ରକ୍ତଶର୍କରା ବଢ଼ିଚାଲେ।

ବ୍ୟକ୍ତିର ଉଚ୍ଚ ରକ୍ତଚାପ, ଉଚ୍ଚ କୋଲେଷ୍ଟ୍ରଲ, ଥାଇରଏଡ୍‌, ଉଚ୍ଚ ୟୁରିକ୍‌ ଏସିଡ୍‌, ମେଦବହୁଳତା ଭଳି ସମସ୍ୟା ଥାଏ, ତେବେ ପ୍ରି-ଡାଏବେଟିସ୍‌ ହେବାର ଆଶଙ୍କା ଅଧିକ। ତେଣୁ ପ୍ରତ୍ୟେକ ୩ମାସ ବା ୬ ମାସରେ ରକ୍ତ ଶର୍କରା ପରୀକ୍ଷା କରାଇନେବା ଉଚିତ।

ଖାଲିପେଟରେ ୧୦୦ରୁ ୧୨୬ ଏମଜି/ଡିଏଲ୍ ମଧ୍ୟରେ ଥିଲେ ଓ ଖାଇବା ପରେ ୧୪୦ରୁ ୨୦୦ ଭିତରେ ଥିଲେ  ତାହା ପ୍ରିଡାଇବେଟିସ୍ ଅବସ୍ଥା ଭାବେ ଚିହ୍ନିତ ହୁଏ।

exercise

ପ୍ରିଡାଏବେଟିସ୍‌ଚିକିତ୍ସା (Prediabetes treatment in Odia)

ପ୍ରିଡାଇବେଟିସ୍ ହୋଇଥିଲେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାର ସବୁଠାରୁ ବଡ଼ ଉପାୟ ହେଲା ସନ୍ତୁଳିତ ଖାଦ୍ୟ ଖାଇବା ଏବଂ ଓଜନ କମାଇବା। ପ୍ରତ୍ୟେକ ଦିନ ବ୍ୟାୟାମ କରିବା ଦରକାର।

ପ୍ରଚୁର ପରିମାଣରେ ପନିପରିବା, ତନ୍ତୁ ଜାତୀୟ ଖାଦ୍ୟ, ସାଲାଡ ଓ ଫଳକୁ ଖାଦ୍ୟରେ ସାମିଲ କରନ୍ତୁ। କାର୍ବୋହାଇଡ୍ରେଟ୍‌ଯୁକ୍ତ ଖାଦ୍ୟ ଅଧିକ ଖାଇଲେ ଶରୀରରେ ଗ୍ଲାଇସେମିକ୍‌ ଇଣ୍ଡେକ୍ସ ଅଧିକ ରହେ ଓ ରକ୍ତ ଶର୍କରା ବଢ଼ି ବଢ଼ି ଚାଲେ। ତେଣୁ ଖାଦ୍ୟରେ କାର୍ବୋହାଇଡ୍ରେଟ୍ସକୁ କମ୍‌ କରନ୍ତୁ।

ଯେଉଁସବୁ ଔଷଧ ଗ୍ଲୁକୋଜର ମାତ୍ରାକୁ କମାଇଥାଏ ଓ ଇନ୍‌ସୁଲିନ୍‌କୁ ଶରୀରରେ ବଢ଼ାଇଥାଏ ସେଇଭଳି ଔଷଧ ଖାଇବାକୁ ଦିଆଯାଏ।

ପ୍ରିଡାଏବଟେିସ୍‌ନିରାକରଣ (Prevention of diabetes in Odia)

ଯଦି ଉଚ୍ଚ ରକ୍ତଚାପ, ମେଦବହୁଳତା, ଉଚ୍ଚ କୋଲେଷ୍ଟ୍ରଲ, ଥାଇରଏଡ୍‌ ଓ ଉଚ୍ଚ ୟୁରିକ୍‌ ଏସିଡ୍‌ ଭଳି ରୋଗ ଥାଏ ଏବଂ ପରିବାରରେ କାହାକୁ ଡାଏବେଟିସ୍‌ ଥାଏ ତେବେ ଆରମ୍ଭରୁ ହିଁ ସତର୍କ ହେବା ଦରକାର। ନିୟମିତ ବ୍ୟବଧାନରେ ରକ୍ତ ଶର୍କରା ପରୀକ୍ଷା କରାଇନେବା ଆବଶ୍ୟକ। ଏହାଛଡ଼ା ସନ୍ତୁଳିତ ଖାଦ୍ୟ, ବ୍ୟାୟାମ ନିହାତି କରିବା ଆବଶ୍ୟକ। ପ୍ରିଡାଏବେଟିସ୍‌କୁ କଣ୍ଟ୍ରୋଲ କରିଦେଲେ ଶରୀରର ଅନ୍ୟ ଅଙ୍ଗ ଯେପରିକି ହୃଦୟ, ଆଖି, ବୃକକ ଆଦି ସମସ୍ୟା ଦେଖାଦେବ ନାହିଁ। ମନେ ରଖନ୍ତୁ, ଡାଏବେଟିସ୍‌ ରୋଗ ଆକ୍ରାନ୍ତ କରିବା ପୂର୍ବରୁ ଆମକୁ ସତର୍କ ରହିବା ଆବଶ୍ୟକ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଜୟନ୍ତ ପଣ୍ଡାଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: A brief medical advice, in Odia language, on Prediabetes based on the interview with Dr. Jayant Panda, Consultant in Diabetes.