ପ୍ରତି ୪ ଜଣଙ୍କରେ ୩ ଜଣ ମହିଳାଙ୍କୁ ହୋଇଥାଏ ଅଷ୍ଟିଓପୋରୋସିସ୍‌। ଏହାର ମୂଳ କାରଣ ହେଉଛି ବୟସ, ବ୍ୟାୟାମର ଅଭାବ, ମେନୋପୋଜ ଓ ଅନ୍ୟତମ ମୁଖ୍ୟ କାରଣ ହେଉଛି ସନ୍ତୁଳିତ ଖାଦ୍ୟର ଅଭାବ।

osteoarthritis

-ଖାଦ୍ୟରେ କାର୍ବୋହାଇଡ୍ରେଟ୍‌, କ୍ଷୀରଜାତ ପଦାର୍ଥ, ମାଂସ, ମାଛକୁ ନିହାତି ସାମିଲ କରନ୍ତୁ। ଏଥିରୁ ମିଳୁଥିବା ପ୍ରୋଟିନ୍ ହାଡ଼କୁ ସୁସ୍ଥ ରଖିବ। ଶାଗ, ଚୂନାମାଛ ଖାଇବା ଉପରେ ଅଧିକ ଗୁରୁତ୍ୱ ଦିଅନ୍ତୁ।

-କ୍ଷୀରଜାତ ଉତ୍ପାଦକୁ ଖାଦ୍ୟରେ ସାମିଲ କରିବାବେଳେ ତା’ର ସର ବା ଚର୍ବି ଜାତୀୟ ଅଂଶକୁ କାଢ଼ି ଦିଅନ୍ତୁ। କାରଣ ଏଥିରେ କୋଲେଷ୍ଟ୍ରଲ ଅଧିକ ଥାଏ।

-କ୍ୟାଲ୍‌ସିୟମ୍ ଏବଂ ଭିଟାମିନ୍ ଯୁକ୍ତ ଅନ୍ୟାନ୍ୟ ଖାଦ୍ୟ ଖାଆନ୍ତୁ। ନିୟମିତ ଭାବେ ଫଳ ଏବଂ ସବୁଜ ପନିପରିବାକୁ ବି ଖାଦ୍ୟରେ ସାମିଲ କରନ୍ତୁ।

soy milk

-ନିୟମିତ ବ୍ୟବଧାନରେ ବ୍ୟାୟାମ କରିବାକୁ ଭୁଲନ୍ତୁ ନାହିଁ। ସପ୍ତାହରେ ୩ ଦିନ ଅତି କମ୍‌ରେ୨୦ ମିନିଟ୍ ଧରି ଦୌଡ଼ନ୍ତୁ।

-ଧୂମପାନ ଏବଂ ମଦ୍ୟପାନକୁ ତ୍ୟାଗ କରନ୍ତୁ। କାରଣ ଏହା ଆପଣଙ୍କର ସମସ୍ତ ପ୍ରକାର ଭଲ ଅଭ୍ୟାସକୁ ଖରାପରେ ପରିଣତ କରିଥାଏ।

-ବାଦାମ, କାଜୁ, ପିସ୍ତା ପରି ଡ୍ରାଟ ଫ୍ରୁଟ୍‌ସକୁ ବି ଖାଦ୍ୟ ତାଲିକାରେ ସାମିଲ କରନ୍ତୁ।

ବାଛନ୍ତୁ ସ୍ମାର୍ଟ ଜୋତା

ସବୁବେଳେ ଭଲ ଗୁଣବତ୍ତାଯୁକ୍ତ ଜୋତା କିଣନ୍ତୁ। ଟଙ୍କା ବଞ୍ଚାଇବା ଲାଗି ସ୍ୱାସ୍ଥ୍ୟକୁ ଅଣଦେଖା କରନ୍ତୁ ନାହିଁ।

-ଜୋତା ବାଛିବାବେଳେ ଠିଆହୋଇ ମାପନ୍ତୁ। କାରଣ ବସିକରି ମାପିବା ଦ୍ୱାରା ଲମ୍ବା, ଚଉଡ଼ା ଠିକ୍ ଭାବେ ଜଣାପଡ଼େନାହିଁ।

-କୌଣସି ଡିଜାଇନର୍‌ର ଜୋତା କିଣିବାବେଳେ ତାହା ପାଦକୁ ଆରାମ ଲାଗୁଛି କି ନାହିଁ ସେ ଉପରେ ପ୍ରଥମେ ଗୁରୁତ୍ୱ ଦିଅନ୍ତୁ।

walking

-ଯଦି ଆପଣଙ୍କୁ ମର୍ଣ୍ଣିଂୱାକ୍‌, ଜିମ୍ ବା ଗ୍ରୁପ୍‌ରେ ବ୍ୟାୟାମ ପାଇଁ ଜୋତା ଆବଶ୍ୟକ ଥାଏ ତା ହେଲେ ଅଳ୍ପ ଓଜନ ଏବଂ ପତଳା ସୋଲ୍ ବାଲା ଜୋତା କିଣନ୍ତୁ।

-ଆପଣଙ୍କର ଓଜନ ଅଧିକ ଥିଲେ ମୋଟା କୁସନ୍ ବାଲା ଜୋତା କିଣିବା ଭଲ। ସେହିପରି ସବୁବେଳେ ସନ୍ଧ୍ୟା ସମୟରେ ଜୋତା କିଣିବାକୁ ଚେଷ୍ଟା କରନ୍ତୁ।

-ଭାରତୀୟ ପୋଷାକ ସହିତ ଜୋତା ପିନ୍ଧିବାର ଥିଲେ ହାଇ ହିଲ୍‌କୁ ଯଥାସମ୍ଭବ ଏଡାଇ ଚାଲନ୍ତୁ।

-ପାଶ୍ଚାତ୍ୟ ପୋଷାକ ପିନ୍ଧୁଥିଲେ ଆପଣ ପାଦକୁ କଭର୍ କରୁଥିବା ଭଳି ଜୋତା ବାଛନ୍ତୁ।

-କର୍ପୋରେଟ୍ ଲୁକ୍ ପାଇଁ ବ୍ରାଉନ୍ ରଙ୍ଗର ଚମଡ଼ା ଜୋତା ଏକ ଭଲ ବିକଳ୍ପ। ଜିନ୍‌ସ ପିନ୍ଧୁଥିଲେ ହାଫ୍ ସୁ ବା କାନ୍‌ଭାସ ଆପଣଙ୍କୁ ନିଆରା ଲୁକ୍ ଦେଇପାରିବ।