mental health of diabetic child

ମାନସିକ ବିକୃତି ହେଉଛି ଏପରି ଏକ ଅବସ୍ଥା ଯାହା ବ୍ୟକ୍ତିଙ୍କର ଚିନ୍ତା କରିବା, ଅନୁଭବ କରିବାର ଶକ୍ତି, ମୁଡ୍ ଏବଂ ବ୍ୟବହାରକୁ ପ୍ରଭାବିତ କରିଥାଏ। ଏହି ସମସ୍ୟା ସମୟ ସମୟରେ ହୋଇପାରେ ନ ହେଲେ ଦୀର୍ଘ ଦିନ ଧରି ଜାରି ରହିପାରେ। ଏହାଦ୍ୱାରା ବ୍ୟକ୍ତିଙ୍କର କର୍ମକୁଶଳତା, ଦକ୍ଷତା ପ୍ରଭାବିତ ହୋଇପାରେ। ସେହିପରି ତାଙ୍କୁ ନିଜର ନିତିଦିନିଆ କାମ କରିବାରେ ସମସ୍ୟା ହୋଇଥାଏ। ଫଳରେ ଉଭୟ ବୃତ୍ତିଗତ ଏବଂ ପାରିବାରିକ ଜୀବନ ଉପରେ ପ୍ରଭାବ ପଡ଼େ। ଲୋକମାନେ ଏହାକୁ ପ୍ରାଥମିକ ଭାବେ ଗୁରୁତ୍ୱ ଦେଉନଥିବାରୁ ସମସ୍ୟା ଅଧିକ ଜଟିଳ ହୋଇଥାଏ। ସମୟ ସମୟରେ ଏହାଯୋଗୁ ବ୍ୟକ୍ତି ହିଂସାତ୍ମକ ଆଚରଣ ପ୍ରଦର୍ଶନ କରିଥାନ୍ତି। କିଛି କ୍ଷେତ୍ରରେ ସେମାନଙ୍କୁ ହୃଦରୋଗ ହେବାର ଆଶଙ୍କା ବଢ଼ିଯାଏ। ସେହିପରି ମାନସିକ ବିକୃତିର ଶିକାର ବହୁ ଲୋକ ଆତ୍ମହତ୍ୟା କରିବାକୁ ବି ପଛାନ୍ତି ନାହିଁ। ଭାରତରେ ଏବେ ଯୁବଗୋଷ୍ଠୀମାନେ ଅଧିକ ଭାବେ ଏହାର ଶିକାର ହେଉଛନ୍ତି।

କେତେ ପ୍ରକାର ମାନସିକ ବିକୃତି ଦେଖାଯାଏ? (Types of Mental Illness in Odia)

-ପ୍ୟାନିକ୍ ଡିଜଅର୍ଡର, ଓବସେସିଭ୍ କମ୍ପଲସିଭ୍ ଡିଜଅର୍ଡର ଏବଂ ଫୋବିଆପରି ଆଙ୍ଗ୍‌ଜାଇଟି ଡିଜଅର୍ଡର

-ଡିପ୍ରେସନ୍‌, ବାଇପୋଲାର ଡିଜଅର୍ଡର ଏବଂ ଅନ୍ୟ ମୁଡ୍ ଡିଜଅର୍ଡର

-ଇଟିଂ ଡିଜଅର୍ଡର

-ପର୍ସନାଲିଟି ଡିଜଅର୍ଡର

-ପୋଷ୍ଟ ଟ୍ରମାଟିକ୍ ଷ୍ଟ୍ରେସ ଡିଜଅର୍ଡର

-ସିଜୋଫ୍ରେନିଆ ପରି ସାଇକୋଟିକ୍ ଡିଜଅର୍ଡର

mental-health-girl

ଲକ୍ଷଣ (Symptoms of Mental Illness in Odia)

-ଦୁଃଖୀ ଦୁଃଖୀ ଅନୁଭବ କରିବା

-ଏକାଗ୍ରତାରେ ଅଭାବ

-ଅତ୍ୟଧିକ ଡରିଯିବା କିମ୍ବା କୌଣସି କଥାକୁ ନେଇ ଗଭୀର ଭାବେ ଚିନ୍ତା କରିବା

-ନିଜକୁ ଦୋଷୀ ଦୋଷୀ ଅନୁଭବ କରିବା

-ଖୁବ୍ ଶୀଘ୍ର ମୁଡ୍ ପରିବର୍ତ୍ତନ ହେବା

-ବନ୍ଧୁମାନଙ୍କ ସହିତ ମିଶିବାରେ ସଙ୍କୋଚବୋଧ

-ଶୀଘ୍ର କ୍ଲାନ୍ତ ହୋଇଯିବା, ନିଦ ନ ହେବା

-ଗଭୀର ମାନସିକ ଚାପ

-ଖାଦ୍ୟାଭ୍ୟାସରେ ପରିବର୍ତ୍ତନ ହେବା

-ବାସ୍ତବତା ସହ ସଂପର୍କ ନ ରହିବା

-ଅତ୍ୟଧିକ ରାଗ, ହିଂସାତ୍ମକ ମନୋଭାବ ସୃଷ୍ଟି ହେବା

-ଆତ୍ମହତ୍ୟା ପ୍ରବୃତ୍ତି ଦେଖାଯିବା

suicide

କାରଣ କ’ଣ (Causes of Mental Illness in Odia)

ମାନସିକ ବିକୃତିର କେବେହେଲେ ଗୋଟିଏ ନିର୍ଦ୍ଦିଷ୍ଟ କାରଣ ନଥାଏ। ବିଭିନ୍ନ ପ୍ରକାର କାରଣ ଯୋଗୁ ଏହା ହୋଇଥାଏ। ସେଥିମଧ୍ୟରୁ କିଛି କାରଣ ହେଲା ଜିନ୍ ଏବଂ ପାରିବାରିକ ଇତିହାସ, ବିଗତ ଦିନର ଅନୁଭୂତି ଯେପରିକି ମାନସିକ ଚାପ, ଅବହେଳା( ବିଶେଷ କରି ଯଦି ତାହା ପିଲାଦିନରେ ହୋଇଥାଏ ), ମସ୍ତିଷ୍କରେ ରସାୟନର ଅସନ୍ତୁଳନ, ଟ୍ରମାଟିକ୍ ବ୍ରେନ୍ ଇନ୍‌ଜୁରୀ, ଗର୍ଭବତୀ ଥିବାବେଳେ ମା’ ଭାଇରସ କିମ୍ବା ବିଷାକ୍ତ ରସାୟନର ସଂସ୍ପର୍ଶରେ ଆସିଥିଲେ,  ମଦ୍ୟପାନ, କର୍କଟ ଭଳି ରୋଗ, ନିକଟ ସଂପର୍କୀୟଙ୍କ ମୃତ୍ୟୁ, ଖୁବ କମ୍ ବନ୍ଧୁ ଥିବା, ଏକୁଟିଆ ଅନୁଭବ କରୁଥିବା ଲୋକଙ୍କର ମାନସିକ ବିକୃତି ହୋଇଥାଏ।

ଚିକିତ୍ସା (Treatment of Mental Illness in Odia)

ମାନସିକ ବିକୃତିର ଚିକିତ୍ସା ପ୍ରାୟତଃ ବହୁ ଦିନ ଧରି ଚାଲେ। ଏଥିପାଇଁ ଡାକ୍ତର ପ୍ରଥମେ ରୋଗୀ କିଭଳି ମାନସିକ ବିକୃତିର

ଶିକାର ହୋଇଛନ୍ତି ତାହା ଚିହ୍ନଟ ପାଇଁ ପ୍ରୟାସ କରିଥାନ୍ତି। ରୋଗ  କେତେ ଗୁରୁତର ତାହା ଜଣାପଡ଼ିବା ପରେ   ଔଷଧ ଦିଆଯାଏ। ରୋଗ ନିର୍ଣ୍ଣୟ ପାଇଁ ସମୟ ସମୟରେ ସାଇକୋଲୋଜିଷ୍ଟଙ୍କ ପରାମର୍ଶ ବି ନିଆଯାଏ। ଏହାଛଡ଼ା ବ୍ୟକ୍ତିଙ୍କୁ କାଉନସିଲିଂ କରାଯାଇଥାଏ। ସ୍ଥିତି ଅଧିକ ଗୁରୁତର ଥିଲେ ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଥାଏ।

mental pressure

ମାନସିକ ବିକୃତିକୁ କିଭଳି ଦୂର କରିବେ

-ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଇବା ଜାରି ରଖନ୍ତୁ।

-ପ୍ରତିଦିନ ବ୍ୟାୟାମ କରିବାକୁ ଭୁଲନ୍ତୁ ନାହିଁ। ଅତି କମ୍‌ରେ ଅଧ ଘଣ୍ଟା ଯାଏ ଚାଲନ୍ତୁ। ବ୍ୟାୟାମ ଆପଣଙ୍କ ମାନସିକ ସ୍ଥିତିରେ ପରିବର୍ତ୍ତନ ଆଣିବ।

-ଯୋଗ, ପ୍ରାଣାୟମ  କରନ୍ତୁ। ଏହାଦ୍ୱାରା ଏକାଗ୍ରତା ବଢ଼ିବ।

-ପ୍ରତିଦିନ ନିଜକୁ ଖୁସି ଲାଗିବା ଭଳି ଗୋଟିଏ କାମ କରନ୍ତୁ। ଆପଣ ଗୀଟାର ବଜାଇପାରିବେ, ଚିତ୍ର ଆଙ୍କିପାରିବେ। କିଛି ନ ହେଲେ ନିଜ ପସନ୍ଦର ରୋଷେଇ କରନ୍ତୁ।

– ସଙ୍ଗୀତର ମାନସିକ ସ୍ଥିତି ଉପରେ ସକରାତ୍ମକ ପ୍ରଭାବ ରହିଥାଏ। ତେଣୁ ନିଜର ପ୍ରିୟ ଗୀତ ଶୁଣିବାକୁ ଭୁଲନ୍ତୁ ନାହିଁ।

-ସକାରାତ୍ମକ ଚିନ୍ତାଧାରା ବିଶିଷ୍ଟ ଲୋକଙ୍କ ସହ ମିଳାମିଶା କରନ୍ତୁ।

-ପ୍ରତିଦିନ ୭ ଘଣ୍ଟା ଶୋଇବାକୁ ଉଦ୍ୟମ କରନ୍ତୁ।