ଏହା ଆପଣଙ୍କ କ୍ଷେତ୍ରରେ ମଧ୍ୟ ଆଗକୁ ହୋଇପାରେ। ଡାକ୍ତରଙ୍କର କିଛିଟା ପ୍ରଶ୍ନ ଆପଣଙ୍କୁ ଅଡୁଆ ଲାଗିପାରେ। କିଛି କଥା କହିବା ପାଇଁ ଆପଣ ସଂକୋଚ ଅନୁଭବ କରିପାରନ୍ତି। ତେବେ ଏପରି ପରିସ୍ଥିତିରେ କେବେ ମିଛ କହନ୍ତୁ ନାହିଁ କମ୍ବା କୈଣସି ପ୍ରକାରର ସ୍ୱାସ୍ଥ୍ୟ ସଂପର୍କିତ ତଥ୍ୟ ଲୁଚାଇବାକୁ ଚେଷ୍ଟା କରନ୍ତୁ ନାହିଁ।counsellingଏପରି ଅଭ୍ୟାସ ଆପଣଙ୍କୁ ଅନେକ ଅସୁବିଧାରେ ପକାଇପାରେ। କାରଣ କେବଳ ଆପଣ ଶରୀର ପରୀକ୍ଷା କରି ନୁହେଁ ଆପଣଙ୍କ କଥାଗୁଡିକୁ ମଧ୍ୟ ଡାଇଗ୍ନୋସିସ୍ ସମୟରେ ଚିକିତ୍ସା ପଦ୍ଧତିରେ ଚିକିତ୍ସକ ସାମିଲ କରନ୍ତି। ତେବେ ଡାକ୍ତରଙ୍କ ନିକଟରେ କୁହାଯାଉଥିବା କେତୋଟି ମିଛ ଓ ଲୁଚାଯାଉଥିବା ବିଷୟ ଗୁଡିକ ସଂପର୍କ ରେ ଆସନ୍ତୁ ଜାଣିବା….

୧. ଯୌନ ଜୀବନ କିମ୍ବା ଯୌନ ସମସ୍ୟା ସଂପର୍କରେ ଅଧିକାଂଶ ବ୍ୟକ୍ତି ଡାକ୍ତରଙ୍କ ନିକଟରେ ମୁହଁ ଖୋଲିବାକୁ ଲାଜ କରିଥାନ୍ତି। ଏହା ସେମାନଙ୍କୁ  ଭୟଙ୍କର ସମସ୍ୟାରେ ପକାଇଥାଏ। ଯୌନ ସମସ୍ୟାକୁ କେବେବି ଗୋପନ ରଖନ୍ତୁ ନାହିଁ।say no to smoke and drink୨. ଧୂମ୍ରପାନ, ମଦ୍ୟପାନ ଆଦି କୁଅଭ୍ୟାସ ଗୁଡିକ ବିଷୟରେ ଅନେକ କୁହନ୍ତି ନାହିଁ ନିଜ ଚିକିତ୍ସକଙ୍କୁ। ଅଧିକାଂଶ ଲୋକ ଲୁଚାଇବାକୁ ଚେଷ୍ଟା କରନ୍ତି ଏସବୁ ତଥ୍ୟ। ଏହି ଭୁଲ କେବେବି କରନ୍ତୁ ନାହିଁ।

୩. “ମୁଁ ଔଷଧ ଠିକ ସମୟରେ ଖାଉଛି” ବୋଲି ଅନେକ ଲୋକ ଡାକ୍ତରଙ୍କ ନିକଟରେ କହିଥାନ୍ତି। ଆଉ ସେମାନେ ଭଲ ଭାବରେ ଜାଣନ୍ତି କି ସେମାନେ ପୁରା ମିଛ କହୁଛନ୍ତି। ମଝିରେ ମଝିରେ ଔଷଧ ଖାଇବା ବନ୍ଦ କରିଥିଲେ ମଧ୍ୟ ଏହା ଅନେକ ଲୋକ ଡାକ୍ତରଙ୍କୁ କୁହନ୍ତି ନାହିଁ।

୪. ଆଗରୁ ଆଉ କୌଣସି ଡାକ୍ତରଙ୍କ ପାଖରେ ଚିକିତ୍ସିତ ହେଉଥିବା କଥା କିମ୍ବା ପୂର୍ବରୁ ଖାଉଥିବା ଔଷଧ ଗୁଡିକ ସଂପର୍କରେ ଅନେକ କୁହନ୍ତି ନାହିଁ ଡାକ୍ତରଙ୍କୁ। ଯାହା ଏକ ବଡ ଭୁଲ୍। ପୁରୁଣା ପ୍ରେସକ୍ରିପସନ୍ ଗୁଡିକୁ କେବେବି ଲୁଚାଇବାକୁ ଚେଷ୍ଟା କରନ୍ତୁ ନାହିଁ।

ରୋଗ ସଂପର୍କରେ ସଠିକ ତଥ୍ୟ ରଖିଲେ ହିଁ ଆପଣ ହୋଇପାରିବେ ରୋଗମୁକ୍ତ। ଭୁଲ ତଥ୍ୟ ରଖିଲେ ବାଟବଣା ହେବ ଚିକିତ୍ସା। ଅଯଥା କଷ୍ଟ ଭୋଗିବେ ଆପଣ। ତେଣୁ ଡାକ୍ତର ଙ୍କ ପାଖକୁ ଯିବା ପୂର୍ବରୁ ଲାଜ, ସଂକୋଚ ଆଦି ମନ ରୁ ବାହାର କରିଦିଅନ୍ତୁ।