ସୁସ୍ଥ ଓ ମଜଭୁତ ହାଡ଼ ପାଇଁ କ୍ୟାଲସିୟମ୍ ଓ ଭିଟାମିନ୍ ଡିର ଆବଶ୍ୟକତା ଅଧିକ।
ବୟସ ବଢ଼ିବା ସହ ଆମ ହାଡ଼ ଦୁର୍ବଳ ହୋଇଯାଏ। ହାଡ଼ର ଘନତା ବି କମ୍ ହୋଇଯାଏ। ଏଥିପାଇଁ ଅଷ୍ଟିଓପୋରୋସିସ୍, ଅଷ୍ଟିଓଆର୍ଥାଇଟିସ୍, ସ୍ପଣ୍ଡିଲାଇଟିସ୍, ଆଣ୍ଠୁଗଣ୍ଠି ବ୍ୟଥା, ଅଣ୍ଟା ଯନ୍ତ୍ରଣା ଓ ବେକ ଯନ୍ତ୍ରଣା ଭଳି ବିଭିନ୍ନ ସମସ୍ୟା ଉପୁଜିଥାଏ। ଆଜିକାଲି ଯୁବାବସ୍ଥାରେ ବି ଅଣ୍ଟା ବ୍ୟଥା, ପିଠି ବ୍ୟଥା ଭଳି ସମସ୍ୟା ଦେଖାଦେଉଛି। ତେବେ ସୁସ୍ଥ ଓ ମଜଭୁତ ହାଡ଼ ପାଇଁ କ୍ୟାଲସିୟମ୍ ଓ ଭିଟାମିନ୍ ଡି ନିହାତି ଜରୁରୀ। କ୍ଷୀରରେ କ୍ୟାଲସିୟମ୍ ଓ ସୂର୍ଯ୍ୟକିରଣରୁ ଭିଟାମିନ୍ ଡି ମିଳିଥାଏ।
ମଣିଷ ଶରୀରକୁ ପ୍ରତିଦିନ ୧ ହଜାର ମିଲିଗ୍ରାମ କ୍ୟାଲସିୟମ୍ ଦରକାର। କେବଳ କ୍ୟାଲସିୟମ୍ ମେଡିସିନ୍ ବା ଖାଦ୍ୟ ଖାଇଦେଲେ ହେବନି ଏହାସହ ପ୍ରତ୍ୟେକ ଦିନ ୩୦ ମିନିଟ୍ ଲେଖାଏଁ ସୂର୍ଯ୍ୟକିରଣ ସଂସ୍ପର୍ଶରେ ରହିବା ଜରୁରୀ। ହାଡ଼ ଭିତରେ କ୍ୟାଲସିୟମ୍ ପହଞ୍ଚାଇବାରେ ସୂର୍ଯ୍ୟକିରଣ ସାହାଯ୍ୟ କରିଥାଏ।
ହାଡ଼ ମଜଭୁତ ପାଇଁ ଖାଦ୍ୟ
କ୍ୟାଲସିୟମ୍: ଦୁଗ୍ଧ ଜାତୀୟ ଖାଦ୍ୟ, ବାଦାମ, ବ୍ରୋକୋଲି, ସାଲମନ, ସୋୟାରେ କ୍ୟାଲସିୟମ୍ ଭରପୂର ମାତ୍ରାରେ ଥାଏ। ୨୪୦ ମିଲିଲିଟର କ୍ଷୀରରେ ୩୦୦ଏମ୍ଜି କ୍ୟାଲସିୟମ୍ ଥାଏ। ଏହି ସବୁ ଖାଦ୍ୟ ଖାଇବା ଦ୍ୱାରା ହାଡ଼ ଶକ୍ତ ଓ ମଜବୁତ ରହିଥାଏ। ଡାକ୍ତରଙ୍କ ପରାମର୍ଶ କରି କ୍ୟାଲସିୟମ୍ ସପ୍ଲିମେଣ୍ଟ ଖାଇବା ଭଲ।
ଭିଟାମିନ୍ ଡି: ଅଧିକାଂଶ ଲୋକ ଜାଣିଥିବେ ମଜବୁତ ହାଡ଼ ପାଇଁ ଭିଟାମିନ୍ ଡିର ଆବଶ୍ୟକତା ରହିଛି। ଭିଟାମିନ୍ ଡିର ଅଭାବ ହାଡ଼କୁ ଦୁର୍ବଳ କରିବା ସହ ହାଡ଼ ଭାଙ୍ଗିଥାଏ। ଖାଦ୍ୟରେ ଚର୍ବିଯୁକ୍ତ ମାଛ ଯେପରିକି ଚୂନା ମାଛ, ସାଲମନ, ଅଣ୍ଡାର ହଳଦିଆ ଅଂଶ, କ୍ଷୀର ସାମିଲ କରିବା ଜରୁରୀ। ପ୍ରତ୍ୟେହ ସକାଳୁ ସୂର୍ଯ୍ୟକରିଣରେ ଚାଲିବା ଆବଶ୍ୟକ। ଡାକ୍ତରଙ୍କ ପରାମର୍ଶ କ୍ରମେ ଭିଟାମିନ୍ ଡି ସପ୍ଲିମେଣ୍ଟ ଖାଇପାରିବେ।
ମାଗ୍ନେସିୟମ୍: ହାଡ଼ର ଘନତା ପାଇଁ ମାଗ୍ନେସିୟମ୍ ଭଳି ମିନେରାଲ୍ସ ଦରକାର ହୋଇଥାଏ। ସବୁଜ ପରିବା, ବାଦାମ, ବିନ୍ସ, ଆଲମଣ୍ଡ, ରାଜମା, ଚିନାବାଦାମ ମ୍ୟାଗ୍ନେସିୟମ୍ରେ ଭରପୂର। ଏହାକୁ ନିଜ ଡାଏଟ୍ରେ ସାମିଲ କରନ୍ତୁ।
ଭିଟାମିନ୍ କେ: ହାଡ଼ର କ୍ଷୟକୁ ରୋକିବାରେ ସାହାଯ୍ୟ କରେ ଭିଟାମିନ୍ କେ। ପତ୍ରଯୁକ୍ତ ସବୁଜ ପନିପରିବା, ମଟର, ଡାଲିରେ ଭିଟାମିନ୍ କେ’ର ଉତ୍ତମ ଉତ୍ସ।