ଖରାଦିନେ ସାଧାରଣତଃ ଜଳୀୟ ଅଂଶର ଅଭାବ ଯୋଗୁଁ ଓ ଖରାତାତିରେ ସମୟ ଅତିବାହିତ କରିବା କାରଣରୁ ସନ୍ ଷ୍ଟ୍ରୋକ୍ ହୋଇଥାଏ। ଏଥିରୁ ବର୍ତ୍ତିବା ପାଇଁ ଆପଣାନ୍ତୁ ଘରୋଇ ଟିପ୍ସ।

sunstroke image

ଅଧିକ ପାନୀୟ ସେବନ କରନ୍ତୁ- ଖରାଦିନେ ଦେହରୁ ଅଧିକ ଝାଳ ବାହାରିବା ଦ୍ୱାରା ଜଳୀୟ ଅଂଶର ଅଭାବ ଦେଖାଯାଇଥାଏ। ତେଣୁ ଏହି ସମୟରେ ଭରପୂର ପାଣି ପିଅନ୍ତୁ। ପାନୀୟ ଜଳ ବ୍ୟତୀତ ଆପଣ ଆଖୁ ରସ, ଫଳ ରସ, ଲସି, ଦହି ସରବତ୍, ଘୋଳ ଦହି ଆଦି ପିଇପାରିବେ।

ଧନିଆ- ଖରାଦିନେ ଆପଣ ଧନିଆ ସରବତ୍ କରି ପିଇଲେ ଏହା ଅତ୍ୟନ୍ତ ଲାଭଦାୟୀ ହୋଇଥାଏ। ଧନିଆପତ୍ରକୁ କିଛି ସମୟ ପାଣିରେ ଭେଦାଇ ପରେ ଏହାକୁ ଭଲଭାବରେ ମିଶାଇ ପାଣିକୁ ଛାଣି ଦିଅନ୍ତୁ। ସ୍ୱାଦ ଅନୁସାରେ ଚିନି ମିଶାଇ ଏହାକୁ ପିଇପାରିବେ। ଧନିଆ ଶରୀରକୁ ଥଣ୍ଡା ରଖିବାରେ ସାହାଯ୍ୟ କରେ।

ଆମ୍ବ ପଣା- କଞ୍ଚା ଆମ୍ବକୁ କିଛି ସମୟ ପାଣିରେ ଫୁଟାଇ ପରେ ଏଥିରୁ ଚୋପା ଏବଂ ଟାକୁଆ ଅଲଗା କରିଦିଅନ୍ତୁ। ଏହାପରେ ଏଥିରେ ସ୍ୱାଦ ଅନୁଯାୟୀ ଚିନି, ଲୁଣ ତଥା ଆପଣଙ୍କ ପସନ୍ଦ ଅନୁଯାୟୀ ମସଲା ମିଶାଇ ପ୍ରସ୍ତୁତ କରନ୍ତୁ ଆମ୍ବ ପଣା। ଏହା ସ୍ୱାଦିଷ୍ଟ ହୋଇଥିବା ସହ ଶରୀରକୁ ସତେଜ କରାଏ ଏବଂ ସନ୍‌ ଷ୍ଟ୍ରୋକ୍‌ରୁ ରକ୍ଷା କରେ।

ପୁଦିନା ପାଣି- ପୁଦିନାର ଔଷଧୀୟ ଗୁଣ ଥିବାରୁ ଏହା ଶରୀର ପାଇଁ ଅତି ଲାଭଦାୟକ। ଏହା ଶରୀରକୁ ଥଣ୍ଡା ରଖିଥାଏ। ପୁଦିନାପତ୍ରକୁ କିଛି ସମୟ ପାଣିରେ ଭେଦାଇ ରଖି ସେହି ପାଣିକୁ ପିଅନ୍ତୁ। ଏହା ଦ୍ୱାରା ପୁଦିନାରେ ଥିବା ସମସ୍ତ ପୋଷକ ତତ୍ତ୍ୱ ଶରୀରକୁ ମିଳିଥାଏ।

ଏଭଳି ସମସ୍ୟାରୁ ରକ୍ଷା ପାଇବା ଲାଗି ଖରାଦିନେ ଭାରୀ ଖାଦ୍ୟ ଖାଆନ୍ତୁ ନାହିଁ। ଏବଂ ବାସି ଖାଦ୍ୟ ମଧ୍ୟ ଖାଆନ୍ତୁ ନାହିଁ। ଏହାର କାରଣ ହେଲା ଗରମ ଦିନରେ ଶରୀରର ଜଠରାଗ୍ନି ଧିମା ହୋଇଯାଏ। ତେଣୁ ଖାଦ୍ୟ ଶୀଘ୍ର ହଜମ ହୁଏନାହିଁ। ଯାହାଫଳରେ ବ୍ୟକ୍ତି ଅସହଜ ଅନୁଭବ କରିଥାନ୍ତି। ଆଉ ଖରାକୁ ବାହାରିବା ପରେ ସେହି ଅସହଜ ପଣ ବଢ଼ିଯାଏ।