ପ୍ରଣତି ପରିଡ଼ା

କୋରୋନା ଭାଇରସକୁ ନେଇ ଆପଣଙ୍କ ମନକୁ ଆସୁଥିବା ସାଧାରଣ ପ୍ରଶ୍ନର ଉତ୍ତର।

କୋରୋନା ଭାଇରସ୍‌ ’ଣ?

କୋରୋନା ଭାଇରସ୍‌ (ସିଓଭି) ହେଉଛି ଭୂତାଣୁମାନଙ୍କର ଏକ ବିଶାଳ ଫ୍ୟାମିଲି ଯାହାକି ସାଧାରଣ ଥଣ୍ଡାଠାରୁ ଆରମ୍ଭ କରି ଅତି ଗୁରୁତର ରୋଗ ଯେପରିକି ଗୁରୁତର ଶ୍ୱାସକ୍ରିୟା ସମସ୍ୟା ସୃଷ୍ଟି କରିପାରେ।

ମନୁଷ୍ୟମାନେ ପଶୁ ଉତ୍ସରୁ ଆସୁଥିବା ନୋଭେଲ୍ କୋରୋନା ଭାଇରସ୍ରେ ସଂକ୍ରମିତ ହୋଇପାରନ୍ତି କି?

ନିକଟରେ ଦେଖାଦେଇଥିବା ନୋଭେଲ୍ କୋରୋନା ଭାଇରସ୍‌ (ଏନସିଓଭି) ପୂର୍ବରୁ ମନୁଷ୍ୟମାନଙ୍କ କ୍ଷେତ୍ରରେ ଚିହ୍ନିତ ହୋଇନଥିଲା। କୋରୋନା ଭାଇରସ୍‌ଗୁଡ଼ିକ ମନୁଷ୍ୟ ଏବଂ ପଶୁମାନଙ୍କ ମଧ୍ୟରେ ବ୍ୟାପିଥାଏ। ବ୍ୟାପକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଏହି ଭାଇରସ୍‌ ବିଲେଇ ଜାତିର ପଶୁ ଏବଂ ଓଟମାନଙ୍କଠାରୁ ମନୁଷ୍ୟମାନଙ୍କୁ ବ୍ୟାପିଥାଏ। ପଶୁମାନଙ୍କ ଭିତରେ ଦେଖାଦେଉଥିବା ବିଭିନ୍ନ ପ୍ରକାରର କୋରୋନା ଭାଇରସ୍ ଏ ପର୍ଯ୍ୟନ୍ତ ମନୁଷ୍ୟମାନଙ୍କୁ ସଂକ୍ରମିତ କରିନାହିଁ।

dry cough

 

କୋରୋନା ଭାଇରସ୍‌ ସଂକ୍ରମଣର ସାଧାରଣ ଲକ୍ଷଣଗୁଡ଼ିକ କ’ଣ ହୋଇଥାଏ?

  • ଶ୍ୱାସକ୍ରିୟା ସମ୍ପର୍କିତ ଲକ୍ଷଣ
  • ଜ୍ୱର
  • କାଶ ହେବା
  • ଘନ ଘନ ନିଶ୍ୱାସ ନେବା ଏବଂ ନିଶ୍ୱାସ ନେବାରେ କଷ୍ଟ ହେବା

କେତେକ ଗୁରୁତର ଘଟଣାରେ ଏହି ସଂକ୍ରମଣ ନିମୋନିଆ, ସିଭିଅର୍ ଆକ୍ୟୁଟ୍‌ ରେସ୍ପିରେଟୋରି ସିଣ୍ଡ୍ରୋମ୍‌, କିଡ୍‌ନୀ ଫେଲୁଓର୍ ଏପରିକି ମୃତ୍ୟୁର କାରଣ ହୋଇପାରେ।

corona mask

 

ମୁଁ କିପରି ନିଜକୁ ସୁରକ୍ଷିତ ରଖିପାରିବି?

ଏହି ସଂକ୍ରମଣ ପ୍ରତିହତ କରିବା ପାଇଁ ମୁଖ୍ୟ ସୁପାରିଶ୍ ହେଉଛି: ନିୟମିତ ହାତ ଧୋଇବେ

  • ଛିଙ୍କିଲା ବେଳେ ଏବଂ କାଶିଲା ବେଳେ ମୁହଁ ଢ଼ାଙ୍କିବେ
  • ଅଣ୍ଡା ଓ ମାଂସ ଇତ୍ୟାଦି ଭଲ ଭାବରେ ସିଝାଇ ଖାଇବେ।
  • କାଶ ଏବଂ ଛିଙ୍କ ଓ ଶ୍ୱାସରୋଗ ଅସୁସ୍ଥତାର ଲକ୍ଷଣ ରହିଥିବା ଲୋକଙ୍କ ସଂସ୍ପର୍ଶରେ ଆସିବାରୁ ଦୂରେଇ ରହିବେ।

(ତଥ୍ୟ ସୌଜନ୍ୟ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ)